ବଙ୍ଗଳା ସିନେମାରେ ସମ୍ବଲପୁର ଝିଅ

ବଙ୍ଗଳା ସିନେମାରେ ସମ୍ବଲପୁର ଝିଅ

ସମ୍ବଲପୁର: ବେଶ କିଛି ବର୍ଷର ବ୍ୟବଧାନ ପରେ ସମ୍ବଲପୁରର ଜଣେ ଝିଅ ସିନେମା ଜଗତରେ ପାଦ ଥାପିବାକୁ ଯାଉଛନ୍ତି। ବଙ୍ଗଳା ସିନେମା ଇନ୍ତେଜାର୍‌ରେ ଅଭିନୟ ଓ କଣ୍ଠଦାନ କରି ନିଜ ସିନେ କ୍ୟାରିୟର୍‌ର ଡେବ୍ୟୁ କରିବାକୁ ଯାଉଛନ୍ତି ସମ୍ବଲପୁରର ଝିଅ ସିଦ୍ଧି ପ୍ରିୟଦର୍ଶିନୀ।

ପ୍ରେମ ଓ ରୋମାଞ୍ଚ ଭରା ଏହି ହରର୍‌ ଥ୍ରିଲର୍‌ରେ ପ୍ରିୟଦର୍ଶିନୀ ନାୟିକା ଭାବେ ଅଭିନୟ କରିବା ସହ କଣ୍ଠଦାନ ମଧ୍ୟ କରିଛନ୍ତି। ମୁମ୍ବାଇର ଜଣାଶୁଣା ବ୍ଲାକ୍‌ ସ୍କ୍ରିନ ଷ୍ଟୁଡିଓ ବ୍ୟାନରରେ ନିର୍ମିତ ହେଉଥିବା ଏହି ଫିଲ୍ମର ପ୍ରଥମ କିଛି ଗୀତର ରେର୍କଡିଂ ସରିଛି। ପ୍ରଶାନ୍ତ ରାୟ ମାଇକେଲ ନିର୍ଦ୍ଦେଶିତ ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦଶକ ଓ ପ୍ରାୟୋଜକ ଅଛନ୍ତି ପ୍ରସନ୍ନଜିତ୍ ମିଶ୍ର। ପ୍ରିୟଦର୍ଶିନୀ ଏବେ ଭୁବନେଶ୍ୱରର ଏକ କଲେଜରେ ଯୁକ୍ତ ତିନି ବାଣିଜ୍ୟ ଶେଷ ବର୍ଷରେ ଅଧ୍ୟୟନ କରୁଛନ୍ତି। ସେ ସମ୍ବଲପୁରର ଜଣାଶୁଣା ବ୍ୟକ୍ତି ପ୍ରଫୁଲ୍ଲା ହୋତାଙ୍କ ନାତୁଣୀ ତଥା ସୁପ୍ରଭା ହୋତା ଏବଂ ସମୀର ବହିଦାରଙ୍କ କନ୍ୟା। ସୁପ୍ରଭାଙ୍କଠାରୁ ଗୀତ ଶିଖିଥିବା ଓ ଅଭିନୟର ପ୍ରେରଣା ପାଇଥିବା ପ୍ରିୟଦର୍ଶିନୀ ନିଜ ସଫଳତାର ଶ୍ରେୟ ନିଜ ମାଆଙ୍କୁ ହିଁ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe