ସମ୍ବଲପୁରକୁ ଖୋଳ କରିଦେଲେଣି ସାଇବର୍‌ ଲୁଟେରା

Advertisment

ଏଟିଏମ୍‌ରେ ଚଞ୍ଚକତା କରି ଲୁଟିଛନ୍ତି ସାଢ଼େ ୪ କୋଟି 

ଏଟିଏମ୍‌ରେ ଚଞ୍ଚକତା କରି ଲୁଟିଛନ୍ତି ସାଢ଼େ ୪ କୋଟି 

ସମ୍ବଲପୁରକୁ ଖୋଳ କରିଦେଲେଣି ସାଇବର୍‌ ଲୁଟେରା

Research leap

ସମ୍ବଲପୁର: ସମ୍ବଲପୁର ପାଲିଟଛି ସାଇବର ଠକଙ୍କ ଚରାଭୂଇଁ। ସାଇବର୍‌ ଠକଙ୍କ ଜାଲରେ ପଡ଼ି ଲକ୍ଷ ଲକ୍ଷ ଟଙ୍କା ଠକେଇର ଶିକାର ହେଉଛନ୍ତି। ସମ୍ବଲପୁରବାସୀ। କିନ୍ତୁ ଏବେ ଆଉ ଏକ ବଡ଼ ଠକେଇ ସାମ୍ନାକୁ ଆସିଛି। ସାଇବର୍‌ ଠକମାନେ ଏସ୍‌ବିଆଇ୍‌ ଏଟିଏମ୍‌ଗୁଡ଼ିକରେ ଚଞ୍ଚକତା କରି ସାଢ଼େ ୪ କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସମ୍ବଲପୁର କଚେରି ରୋଡ୍‌ ସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମୁଖ୍ୟ ଶାଖାର ମୁଖ୍ୟ ପରିଚାଳକ ସନ୍ତୋଷ କୁମାର ରାଉତ ଏ ନେଇ ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ହୋଇଥିବା ଏହି ଠକେଇର ଟେର୍‌ ପାଇପାରୁ ନଥିଲା ଏସବିଆଇ। ଠକେଇର ଏକବର୍ଷରୁ ଅଧିକ ସମୟ ବିତି ସାରିଥିବା ବେଳେ ସମ୍ବଲପୁର ସାଇବର ଥାନାରେ ସନ୍ତୋଷ ଏ ନେଇ ଶନିବାର ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ସମ୍ବଲପୁର ଓ ରେଙ୍ଗାଲି ଅଞ୍ଚଳରେ ଥିବା ମୋଟ ୧୧ଟି ଏଟିଏମ୍‌ରେ ଚଞ୍ଚକତା କରି ଠକମାନେ ବ୍ୟାଙ୍କକୁ ମୋଟ ୪ କୋଟି ୫୪ ଲକ୍ଷ ୫୭ ହଜାର ୮ ଶହ ଟଙ୍କାର ଚୂନା ଲଗାଇଛନ୍ତି। ୨୦୨୦ ସେପ୍ଟେମ୍ବରରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ଏହି ଠକେଇ ହୋଇଥିବା ଦର୍ଶାଯାଇଛି। ଠକମାନେ ଜାଣିଶୁଣି ଚତୁରତାର ସହ ମେସିନ୍‌ଗୁଡ଼ିକରେ ଏଟିଏମ୍‌ କାର୍ଡ ବ୍ୟବହାର କରି ଟଙ୍କା ଉଠାଉଥିଲେ। ଠିକ୍‌ ଟଙ୍କା ବାହାରିବା ସମୟରେ ଏଟିଏମ୍‌ ସର୍ଟରକୁ ଜାମ୍‌ କରି ଦେଉଥିଲେ। ଯାହା ଫଳରେ ଟଙ୍କା ବାହାରୁଥିଲା କିନ୍ତୁ ଟ୍ରାନ୍‌ଜେକସନ୍‌ ଫେଲ୍‌ଡ ହୋଇଯାଉଥିଲା। ଏହାପରେ ଠକମାନେ ବ୍ୟବହାର କରିଥିବା ଏଟିଏମ୍‌ କାର୍ଡଗୁଡ଼ିକର ବ୍ୟାଙ୍କ ସହ ଯୋଗାଯୋଗ କରି ଟଙ୍କା କଟି ଯାଇଥିବା ବେଳେ ଉକ୍ତ ଏଟିଏମ୍‌ରୁ ବାହାରି ନଥିବା ନେଇ ଅଭିଯୋଗ କରୁଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ବ୍ୟାଙ୍କ ପକ୍ଷରୁ ସେମାନଙ୍କ ଆକାଉଣ୍ଟରୁ କଟିଥିବା ଟଙ୍କା ପଠାଯାଉଥିଲା। ଏଭଳି ଭାବେ ଚଞ୍ଚକତା କରି କୋଟି କୋଟି ଟଙ୍କା ସାଇବର୍‌ ଠକମାନେ ଲୁଟି ଚାଲିଥିଲେ। ଏସ୍‌ବିଆଇ ପକ୍ଷରୁ ଯାଞ୍ଚ ବେଳେ ଠକମାନଙ୍କର ଏହି ଚଞ୍ଚକତା ଧରା ପଡ଼ିଥିଲା। ଏହାପରେ ମୁଖ୍ୟ ଶାଖା ପରିଚାଳକ ସନ୍ତୋଷ କୁମାର ଏ ନେଇ ସାଇବର୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe