ସମ୍ବଲପୁରର ପଜିଟିଭ୍ ହାର ସାରା ରାଜ୍ୟରେ ସର୍ବାଧିକ

Advertisment
ଆଶ୍ରୟସ୍ଥଳୀକୁ ଆଣିବା ପୂର୍ବରୁ ଆଣ୍ଟିଜେନ୍ ପରୀକ୍ଷା ନିର୍ଦେଶ

Berlin.de

ସମ୍ବଲପୁର: ସାରା ରାଜ୍ୟରେ ସମ୍ବଲପୁର ଜିଲ୍ଲାର କୋଭିଡ୍‌ ପରୀକ୍ଷା ତୁଳନାରେ ପଜିଟିଭ୍ ଅନୁପାତ ବା ଟେଷ୍ଟ ପଜିଟିଭିଟି ରେସିଓ (ଟିପିଆର୍‌) ସର୍ବାଧିକ ରହିଛି। ଶୁକ୍ରବାର ଓଡ଼ିଶାରେ ଟିପିଆର୍‌ ୨୪.୦୯ ଥିଲାବେଳେ ସମ୍ବଲପୁର ଜିଲ୍ଲାରେ ଏହା ଦୁଇଗୁଣରୁ ଅଧିକ ଅର୍ଥାତ୍‌ ୫୩.୩୩ ରହିଛି। ଏହାର ଅର୍ଥାତ୍‌ ରାଜ୍ୟରେ ଶୁକ୍ରବାର କୋଭିଡ୍ ପରୀକ୍ଷା କରାଇଥିବା ପ୍ରତି ୧୦୦ ଜଣରେ ୨୪.୦୯ ଜଣ ପଜିଟିଭ୍ ବାହାରିଥିଲା ବେଳେ ସମ୍ବଲପୁର ଜିଲ୍ଲାରେ ପ୍ରତି ୧୦୦ ଜଣରେ ୫୩.୩୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଏକ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟର ୭ଟି ଜିଲ୍ଲାର ଟିପିଆର୍‌ ରାଜ୍ୟ ହାରାହାରି ଟିପିଆର୍‌ଠାରୁ ଅଧିକ ରହିଛି। ସେଗୁଡ଼ିକ ହେଲା ସମ୍ବଲପୁର (୫୩.୩୩), ସୁନ୍ଦରଗଡ଼ (୫୨.୪୪), କଳାହାଣ୍ଡି (୩୯.୮୮), ବରଗଡ଼ (୩୫.୦୨), ଅନୁଗୁଳ (୩୪), ଖୋର୍ଦ୍ଧା (୨୭.୩୫) ଏବଂ କଟକ (୨୪.୧୬)। ଏହି ତଥ୍ୟରୁ ଜଣା ପଡ଼ୁଛି ଯେ ସମ୍ବଲପୁର ଓ ସୁନ୍ଦରଗଡ଼ରେ ପରୀକ୍ଷା କରାଉ ଥିବା ପ୍ରତି ୨ ଜଣରେ ଜଣେ ବା ତା'ଠାରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସେମିତି ରାଜ୍ୟ ହାରଠୁ ଅଧିକ ଟିପିଆର୍‌ ଥିବା ୬ଟି ଜିଲ୍ଲା ମଧ୍ୟରୁ ପ୍ରଥମ ୪ଟି ଜିଲ୍ଲା ପଶ୍ଚିମ ଓଡ଼ିଶାର। ତେଣୁ ଏଥିରୁ ପଶ୍ଚିମ ଓଡ଼ିଶାରେ ସଂକ୍ରମଣର ଭୟାବହତାକୁ ସହଜରେ ଅନୁମାନ କରା ଯାଇପାରେ। ତେଣୁ ଏଠାରେ କୋଭିଡ୍ ନିରାକରଣ ପାଇଁ ସରକାର ସେହି ଅନୁଯାୟୀ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe