ବିଷ ପିଉଛି ସମ୍ବଲପୁର ! ଆସିପାରେ ମହାମାରୀ

ବିଷ ପିଉଛି ପୂରା ସମ୍ବଲପୁର। ପିଇବା ଯୋଗ୍ୟ ନୁହେଁ ସମ୍ବଲପୁରର ପାଣି। ମାନେଶ୍ଵର ଓ ବରାଇପାଲି ବିଶୋଧନାଗାରରୁ ଯୋଗାଣ ହେଉଥିବା ଜଳ ପିଇବା ଯୋଗ୍ୟ ନୁହେଁ ବୋଲି ଦାବି କରାଯାଇଛି। ଏନେଇ ୧୩ ତାରିଖରେ ୱାଟକୋକୁ ଚିଠି ଲେଖିଥିଲା ଜନସ୍ୱାସ୍ଥ୍ୟ ବିଭାଗ।

New Project (3)

ସମ୍ବଲପୁର: ବିଷ ପିଉଛି ପୂରା ସମ୍ବଲପୁର। ପିଇବା ଯୋଗ୍ୟ ନୁହେଁ ସମ୍ବଲପୁରର ପାଣି। ମାନେଶ୍ଵର ଓ ବରାଇପାଲି ବିଶୋଧନାଗାରରୁ ଯୋଗାଣ ହେଉଥିବା ଜଳ ପିଇବା ଯୋଗ୍ୟ ନୁହେଁ ବୋଲି ଦାବି କରାଯାଇଛି। ଏନେଇ ୧୩ ତାରିଖରେ ୱାଟକୋକୁ ଚିଠି ଲେଖିଥିଲା ଜନସ୍ୱାସ୍ଥ୍ୟ ବିଭାଗ। ଚିଠିରେ ଆହୁରି ଉଲ୍ଲେଖ ଅଛି ଯେ, ଯଦି ଏମିତି ଜଳ ଯୋଗାଣ ଜାରି ରହେ ତେବେ ୨୦୧୪ ଭଳି ଅବସ୍ଥା ହୋଇପାରେ। ୨୦୧୪ରେ ଜଣ୍ଡିସ ମହାମାରୀରେ ପରିଣତ ହୋଇଥିଲା। ଏବେ ବିଷାକ୍ତ ପାଣି ପିଇବା ଜାରି ରହିଲେ ସେହି ପୁରୁଣା ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରିଛି ଜନସ୍ୱାସ୍ଥ୍ୟ ବିଭାଗ।

ସୂଚନା ମୁତାବକ, ୱାଟକୋ ଯୋଗାଉ ଥିବା ପାଣି ପିଇବା ଯୋଗ୍ୟ ନୁହେଁ ବୋଲି ଦାବି କରିବା ସହ ଏହି ପାଣି ପିଇବା ଦ୍ବାରା ଲୋ‌କେ ଗମ୍ଭୀର ରୋଗରେ ଆକ୍ରାନ୍ତ ହେବେ ବୋଲି କହିଛି ଜନସ୍ୱାସ୍ଥ୍ୟ ବିଭାଗ। ଏହା ଦ୍ବାରା ଜଣ୍ଡିସ୍ ହେବା ସହିତ ଡାଇରିଆ ଓ ଚର୍ମ ରୋଗର ହେବାର ଆଶଙ୍କା ରହିଛି। ଜନସ୍ୱାସ୍ଥ୍ୟ ବିଭାଗର କହିବା ମୁତାବକ, ଡ୍ରେନ ଭିତରୁ ପାନୀୟ ଜଳ ଯୋଗାଣ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ପାଇପ ଫାଟି ଯାଇଛି, ଯାହା ଫଳରେ ଗୋପାଳମାଲ ଓ ଦାନପାଲି ଅଞ୍ଚଳରେ ଏହି ବିଷାକ୍ତ ପାଣି ପିଇ ୩ଜଣଙ୍କୁ ଜଣ୍ଡିସ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe