ସ୍ବାଭାବିକ ହେଉଛି ସମ୍ବଲପୁର, ଗିରଫ ସଂଖ୍ୟା ୮୫

ସମ୍ବଲପୁର ହିଂସା ଘଟଣା: ଏସିଏସ୍‌ ସତ୍ୟବ୍ରତ ସାହୁ କହିଲେ- ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି

ସମ୍ବଲପୁର : କର୍ଫ୍ୟୁ ଜାରି ରହିଛି। ହିଂସା ବି ଥମିଛି। ଏଥିସହିତ ସମ୍ବଲପୁର ସହରରେ ଧୀରେ ଧୀରେ ସ୍ବାଭାବିକ ସ୍ଥିତି ଫେରୁଛି। କର୍ଫ୍ୟୁ ଅବଧିରେ ଆଜି ଆହୁରି ଅଧିକ କୋହଳ କରାଯାଇଛି। ସକାଳ ବେଳା ୬ ଘଣ୍ଟା ଏବଂ ଅପରାହ୍ଣରେ ଅଢ଼େଇ ଘଣ୍ଟା କର୍ଫ୍ୟୁ ସମୟରେ କୋହଳ କରାଯାଇଛି। ସନ୍ଧ୍ୟା ସୁଦ୍ଧା ସହରର କୌଣସି ଅଂଚଳରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ।

ଏପଟେ ସମ୍ବଲପୁରରେ ଦୁଇ ଦିନ ହେଲା ଡେରାପକାଇଥିବା ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ସୋମବାର ଦିନ ଉତ୍ତରାଂଚଳ ଆଇଜି କାର୍ଯ୍ୟାଳୟରେ ବରିଷ୍ଠ ପଦାଧିକାରୀମାନଙ୍କ ସହିତ ବୈଠକ କରିଛନ୍ତି। ହିଂସା ରୋକିବା ଏବଂ ସମ୍ବଲପୁର ସହରରେ ଶାନ୍ତି ଫେରାଇ ଆଣିବା ଦିଗରେ ବିସ୍ତୃତ ଆଲୋଚନା କରିଥିଲେ। ଗତ ଦୁଇ ଦିନ ଗଣମାଧ୍ୟମରେ ବିବୃତି ରଖି ସହରବାସୀଙ୍କୁ ଶାନ୍ତି ବଜାୟ ରଖିବାରେ ସହଯୋଗ କରିବାକୁ ସେ ନିବେଦନ କରିଥିଲେ।

publive-image Times of India

ଅପରପକ୍ଷରେ ପୁଲିସ ପ୍ରଶାସନର ଗିରଫଦାରୀ ଜାରି ରହିଛି। ସୋମବାର ଦିନ ଜଳାପୋଡ଼ା ଓ ପଥରମାଡ଼ ଘଟଣାରେ ୩ ଜଣ ଲେଖାଏଁ ଗିରଫ କରାଯାଇଥିବା କୁହାଯାଇଛି। ଏହାସହିତ ମୋଟ୍ ଗିରଫ ସଂଖ୍ୟା ୮୫ରେ ପହଂଚିଛି।

ସହରର ସ୍ଥିତିରେ ସ୍ବାଭାବିକତା ଫେରୁଥିବା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଆଜି(ମଙ୍ଗଳବାର) ସକାଳ ୭ଟାରୁ ଅପରାହ୍ଣ ୧ଟା ଏବଂ ସାଢ଼େ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ଏହି ସମୟରେ ଲୋକେ ନିଜର ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା କରିପାରିବେ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe