ସମ୍ବଲପୁର ଅପହରଣ ଘଟଣା: ଉଦ୍ଧାର ହେଲେ ବ୍ୟବସାୟୀ

Advertisment
ସମ୍ବଲପୁରରେ ଚାଞ୍ଚଲ୍ୟ; ମୁଣ୍ଡରେ ବନ୍ଧୁକ ଲଗାଇ ବ୍ୟବସାୟୀଙ୍କୁ ଅପହରଣ

ସମ୍ବଲପୁର: ଶୁକ୍ରବାର ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍‌ ୱେ’ର ଶାସନ ନିକଟରୁ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଅପହରଣ କରିଥିଲେ କିଛି ଦୁବୃର୍ତ୍ତ । ଅପହରଣ ହୋଇଥିବା ବ୍ୟବସାୟୀଙ୍କୁ ପୁଲିସ୍ ସୁରକ୍ଷିତ ଭାବେ ଉଦ୍ଧାର କରିଛି । କିନ୍ତୁ ଅପରାଧୀକୁ ଧରିବାରେ ସକ୍ଷମ ହୋଇ ନାହିଁ । ପୁଲିସ୍‌  ଅପରାଧୀଙ୍କୁ ଖୋଜିବା ପାଇଁ ଅଧିକ ଅନୁସନ୍ଧାନ ଜାରି ରଖିଛି । ବର୍ତ୍ତମାନ ଏହି ବିଷୟରେ ଅଧିକ କିଛି ସୂଚନା ଦିଆଯାଇ ପାରିବ ନାହିଁ ବୋଲି ଏସଡିପିଓ କହିଛନ୍ତି ।

ସଦର ଏସ୍‌ଡିପିଓ ତପନ ମହାନ୍ତିଙ୍କ ନେତୃତ୍ୱରେ ଏକ ସ୍ପେସାଲ ଟାସ୍କଫୋର୍ସ ଗଠନ କରାଯାଇଛି। ଅପରାଧିକୁ ଧରିବା ପାଇଁ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

ମିଳିଥିବା ସୂଚନା ଅନୁସାରେ, ଅଗ୍ରୱାଲଙ୍କର ଶାସନଠାରେ ୩ ଏକରର ଜମି ରହିଛି। ଏହି ଜମିର ପାଚେରୀ ନିର୍ମାଣ କାମ ଚାଲିଛି। ଆଜି ଅଗ୍ରୱାଲ ସେଠାକୁ କାମ ଦେଖିବାକୁ ଯାଇଥିଲେ। ରାସ୍ତାକଡ଼ରେ ତାଙ୍କର କ୍ରେଟା ଗାଡ଼ି ରଖି କାମ ତଦାରଖ କରୁଥିଲେ। ତାଙ୍କ ଡ୍ରାଇଭର ମଧ୍ୟ ପାଖରେ ଥିଲେ।

publive-image

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଦିନ ପ୍ରାୟ ୧୨ଟା ୨୦ ମିନିଟରେ ଏକ ଧଳା ରଙ୍ଗର ସ୍ୱିଫ୍‌ଟ କାର୍‌ ଆସି ଉକ୍ତ ସ୍ଥାନରେ ଅଟକିବା ପରେ ସେଥିରୁ ୩ ଜଣ ଯୁବକ ବାହାରିଥିଲେ। ସେମାନେ ପ୍ରଥମେ କ୍ରେଟା ଗାଡ଼ିର ଦୁଇଟି ଚକ ପଙ୍କ୍‌ଚର କରି ଦେଇଥିଲେ। ଏଥିସହ ଅଗ୍ରୱାଲଙ୍କ ମୁଣ୍ଡରେ ବନ୍ଧୁକ ରଖି ତାଙ୍କୁ ସ୍ୱିଫ୍‌ଟ ଗାଡ଼ି ଭିତରକୁ ନେଇଯାଇଥିଲେ। ଏହାପରେ କାରଟି ଦ୍ରୁତ ଗତିରେ ଝାରସୁଗୁଡ଼ା ପଟକୁ ଚାଲି ଯାଇଥିଲା। ଅଗ୍ରୱାଲଙ୍କ ଡ୍ରାଇଭର ଘଟଣା ସମ୍ପର୍କରେ ତାଙ୍କ ପୁଅଙ୍କୁ ଫୋନ୍‌ କରି ଜଣାଇଥିଲେ। ଏଥିସହ ଶାସନ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ।

ଘଟଣାସ୍ଥଳକୁ ଯାଇଥିବା ବ୍ୟକ୍ତିମାନେ ମୁହଁରେ ମାସ୍କ ଲଗାଇଥିବାରୁ ସେମାନଙ୍କୁ ଚିହ୍ନିବା ମୁସ୍କିଲ ହୋଇପଡ଼ିଛି। ତେବେ ସେମାନେ ହିନ୍ଦୀ ଭାଷାରେ କଥାବାର୍ତ୍ତା ହେଉଥିଲେ ବୋଲି ଅଞ୍ଚଳବାସୀ କହିଛନ୍ତି। ସେପଟେ, ଝାରସୁଗୁଡ଼ା ରୋଡରେ ରହିଥିବା ରେଙ୍ଗାଲି ଟୋଲ୍‌ ଗେଟ୍‌ ଦେଇ ଉକ୍ତ କାର୍‌ ଯାଇଛି। ପୁଲିସ୍‌ ଉକ୍ତ ଟୋଲ୍‌ ଗେଟର ସିସିଟିଭି ଫୁଟେଜ୍‌ ଆଣି ଯାଞ୍ଚ ଚଳାଇଥିବା ସମୟରେ କାର୍‌ ଭିତରେ ବସିଥିବା ଅଭିଯୁକ୍ତମାନେ ଚିହ୍ନା ପଡ଼ୁ ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe