ସମ୍ବଲପୁର ଜମି କେଳେଙ୍କାରୀ: ଡିଏସ୍‌ଆର, ଆଇନଜୀବୀଙ୍କ ସମେତ ୫ ଗିରଫ

ସମ୍ବଲପୁରରେ ବଡ଼ଧରଣର ଜମି କେଳେଙ୍କାରୀ ସାମନାକୁ ଆସିଛି। ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ସମ୍ବଲପୁର ସହରର ପ୍ରମୁଖ ଜାଗାରେ ଥିବା ୨୧ ଡେସିମିଲ୍‌ ମୂଲ୍ୟବାନ ଜମି ବିକ୍ରି ହୋଇଛି। ଏହି ଜମି ଦୁର୍ନୀତିରେ ସମ୍ବଲପୁର ଟାଉନ....

ddfdfdf

ସମ୍ବଲପୁର: ସମ୍ବଲପୁରରେ ବଡ଼ଧରଣର ଜମି କେଳେଙ୍କାରୀ ସାମନାକୁ ଆସିଛି। ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ସମ୍ବଲପୁର ସହରର ପ୍ରମୁଖ ଜାଗାରେ ଥିବା ୨୧ ଡେସିମିଲ୍‌ ମୂଲ୍ୟବାନ ଜମି ବିକ୍ରି ହୋଇଛି। ଏହି ଜମି ଦୁର୍ନୀତିରେ ସମ୍ବଲପୁର ଟାଉନ ଥାନାରେ ୨ଟି ମାମଲା ରୁଜୁ ହୋଇଥିବା ବେଳେ ସମ୍ବଲପୁର ଡିଏସ୍‌ଆର୍‌ ସୂର୍ଯ୍ୟନାରାୟଣ ସାମଲ, ଆଇନଜୀବୀ ଶ୍ରୀରଂଜନ ପଟ୍ଟନାୟକ, ଚନ୍ଦ୍ରପ୍ରସାଦ ଡୁଂଗୁରିଆ, ଭୁବନେଶ୍ବରର ଭେଙ୍କଟ ବାଲାଜୀ ପାତ୍ର ଓ ତାଙ୍କ ଭାଇ ସୁଜିତ ପାତ୍ରଙ୍କୁ ପୁଲିସ ଗିରଫ କରିଥିବା ଅତିରିକ୍ତ ଏସ୍‌ପି ଅଜୟ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବଲପୁର ଅଇଁଠାପାଲି ଏଲ୍ଆଇସି କାର୍ଯ୍ୟାଳୟ ନିକଟ ମୁଖ୍ୟ ରାସ୍ତାରେ ଥିବା ବିନୋଦ ଗୁପ୍ତାଙ୍କ ମୂଲ୍ୟବାନ ଜମିକୁ ବେଆଇନ ଭାବେ ଭୁବନେଶ୍ବର ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ଭେଙ୍କଟ ବାଲାଜୀ ପାତ୍ର ଏବଂ ତାଙ୍କ ଭାଇ ସୁଜିତ ପାତ୍ରଙ୍କ ନାମରେ ପଞ୍ଜୀକରଣ କରାଯାଇଥିଲା। ବିନୋଦଙ୍କ ପରଲୋକ ହୋଇ ସାରିଥିବା ବେଳେ ଗୋବିନ୍ଦ ମେହେର ନାମକ ଜଣେ ବ୍ୟକ୍ତିଙ୍କୁ ସେମାନେ ବିନୋଦ ଗୁପ୍ତା ବୋଲି ଦର୍ଶାଇଥିଲେ। ପାତ୍ର ଭାଇଙ୍କ ନାମକୁ ଜମି ଆସିବା ପରେ ସେମାନେ ପୁଣି ସେହି ଜମିକୁ ଆଉ ଥରେ ଶ୍ୟାମା ଟେଡ୍ରିଂ କଂପାନିକୁ ବିକି ଦେଇଥିଲେ। ଜମି ଶ୍ୟାମା ଟ୍ରେଡିଂ କଂପାନିର ନିର୍ଦ୍ଦେଶକ ଚିରଞ୍ଜୀବୀ ଗୁରୁ ଓ ସୁମିତ ଦାସଙ୍କ ଜରିଆରେ କିଣାଯାଇଥିଲା। ଜମି ମାଲିକ ବିନୋଦ ଗୁପ୍ତାଙ୍କ ପରିବାର ଲୋକେ ଟାଉନ ପୁଲିସର ଦ୍ବାରସ୍ଥ ହୋଇଥିଲେ।

ଏହି ଘଟଣାରେ ଡିଏସ୍ଆର୍‌ ସୂର୍ଯ୍ୟନାରାୟଣ ସାମଲଙ୍କ ସନ୍ଦିଗ୍ଧ ଭୂମିକା ରହିଥିଲା। ଏପଟେ ଡିଏସ୍ଆର୍‌ ନିଜ ମୁଣ୍ଡରୁ ଦୋଷ ଖସାଇବା ପାଇଁ ଗତ ୨୫ ତାରିଖ ଦିନ ସମ୍ବଲପୁର ଟାଉନ ଥାନାକୁ ଆସି ପାତ୍ର ଭାଇ ଓ ଅନ୍ୟମାନଙ୍କ ନାମରେ ଏତଲା ଦେଇଥିଲେ। ପାତ୍ର ଦୁଇଭାଇ ବାରମ୍ବାର ତାଙ୍କ କାର୍ଯ୍ୟାଳୟକୁ ଆସି ବାରମ୍ବାର ଧମକ ଦେବା ଫଳରେ ସେ ଆତଙ୍କିତ ହୋଇ ଗତ ଜାନୁଆରି ମାସରୁ ଅଟକାଇ ରଖିଥିବା ସେଲ୍‌ ଡିଡ୍‌କୁ ସଂପୃକ୍ତ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିବାକୁ ବାଧ୍ୟ ହୋଇଥିଲେ ବୋଲି ଡିଏସ୍ଆର୍‌ ଅଭିଯୋଗ ଆଣିଥିଲେ। ଡିଏସ୍ଆର୍‌ଙ୍କ ଏତଲା ଆଧାରରେ ପୁଲିସ ଭେଙ୍କଟ ବାଲାଜୀ ପାତ୍ର ଓ ସୁଜିତ ପାତ୍ରଙ୍କୁ ଗିରଫ କରିଥିବା ବେଳେ ପ୍ରଥମ ଏତଲା ଆଧାରରେ ଡିଏସ୍‌ଆର୍‌ ଶ୍ରୀ ସାମଲଙ୍କୁ ଗିରଫ କରିଛି। ସମଗ୍ର ଘଟଣାରେ ଜମି ଦଲାଲିରେ ସଂପୃକ୍ତ ଅଭିଯୋଗରେ ଆଇନଜୀବୀ ଶ୍ରୀରଂଜନ ପଟ୍ଟନାୟକ ଓ ଅନ୍ୟ ଜଣେ ବ୍ୟକ୍ତି ଚନ୍ଦ୍ରପ୍ରସାଦ ଡୁଂଗୁରିଆକୁ ଗିରଫ କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe