ସମ୍ବଲପୁର: ହାଜତ ମୃତ୍ୟୁ ପ୍ରତିବାଦ; ପୁଲିସକୁ ଆକ୍ରମଣ; ଥାନାରେ ନିଅାଁ ଲଗାଇ ଦେଲେ ଉତ୍ତ୍ୟକ୍ତ ଜନତା

Advertisment
ସମ୍ବଲପୁର: ହାଜତ ମୃତ୍ୟୁ ପ୍ରତିବାଦ; ପୁଲିସକୁ ଆକ୍ରମଣ; ଥାନାରେ ନିଅାଁ ଲଗାଇ ଦେଲେ ଉତ୍ତ୍ୟକ୍ତ ଜନତା

ସମ୍ବଲପୁର: ଗତ ରାତିରେ ଅଇଁଠାପାଲି ଥାନା ହାଜତରେ ଜଣେ ଯୁବକଙ୍କ ମୃତ୍ୟୁର ପ୍ରତିବାଦରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ପ୍ରତିବାଦ ପ୍ରଦର୍ଶନ କରିବା ସହ ଥାନାରେ ନିଅାଁ ଲଗାଇ ଦେଇଛନ୍ତି।

ହଜାର ସରିକି ଉତ୍ତ୍ୟକ୍ତ ଜନତାଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲାଠିଚାଳନା କରିବାରୁ ଉତ୍ତ୍ୟକ୍ତ ଜନତା ଟେକା ପଥର ପକାଉଛନ୍ତି। ଟେକା ମାଡ଼ରେ ଏସ୍‌ଡିପିଓ ମିହିର ପଣ୍ଡାଙ୍କ ମୁଣ୍ଡ ଫାଟିଛି। ଲୋକେ ଏସ୍‌ପିଙ୍କୁ ମଧ୍ୟ ଆକ୍ରମଣ କରିଥିବା ପ୍ରକାଶ।

ଚୋରି ଅଭିଯୋଗରେ ସ୍ଥାନୀୟ ଭାଲୁପାଲି ଗାଁର ଅବିନାଶ ମୁଣ୍ଡାଙ୍କୁ ହାଜତରେ ଅଟକ ରଖା ଯାଇଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଏହାକୁ ଆତ୍ମହତ୍ୟା ବୋଲି କହୁଥିବାବେଳେ ପରିବର ଲୋକେ ତାହା ବିଶ୍ୱାସ କରିବାକୁ ରାଜି ନ ଥିଲେ। ସେମାନେ ଅଭିଯୋଗ କରିଥିଲେ କି, ପୁଲିସ ଅବିନାଶଙ୍କୁ ପିଟି ପିଟି ମାରି ଦେଇଛି।

publive-image
ପ୍ରତିବାଦ ସ୍ୱରୂପ ଆଜି ସକାଳ ସାଢ଼େ ଆଠଟା ପରେ ଲୋକେ ଥାନାରେ ପଶି ଭଙ୍ଗାରୁଜା କରିବା ସହ ନିଅାଁ ଲଗାଇ ଦେଇଥିଲେ। କ୍ରମେ ପରିସ୍ଥିତି ଅଣାୟତ ହେବାରୁ ପୁଲିସ ବାଧ୍ୟ ହୋଇ ଲାଠି ଚାଳନା କରିଥିଲା। ଉତ୍ତ୍ୟକ୍ତ ଲୋକେ ପୁଲସ ଉପରକୁ ଟେକା ପଥର ପକାଇ ମୁକାବିଲା କରିବା ପରେ ଥାନାର ଗାଡ଼ିରେ ନିଅାଁ ଲଗାଇ ଦେଇଛନ୍ତି।

publive-image
ଖଣ୍ଡପ୍ରଳୟରେ ଡିଏସ୍‌ପି ଏବଂ ୭ ପୁଲିସ ଆହତ ହେବା ସହ ୧୨ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି।

ରିପୋର୍ଟ ଲେଖା ଯିବାବଳେକୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିବା ସହ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣକୁ ଆସି ପାରି ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe