ବାଉଳେଇ ହେଲାଣି ସମ୍ବଲପୁର ପୁଲିସ୍ !

ବାଉଳେଇ ହେଲାଣି ସମ୍ବଲପୁର ପୁଲିସ୍ !

OdishaTV

ସମ୍ବଲପୁର:  ସମ୍ବଲପୁର ପୁଲିସ ବାଉଳେଇ ହେଲାଣି ବୋଲି ଲୋକେ କହିଲେଣି। ସମ୍ବଲପୁର ସହରରେ ପ୍ରତି ଦିନ ଚୋରି, ଲୁଟ୍‌, ଛିନ୍‌ତାଇ ଭଳି ଅନେକ ଅପରାଧ ହେଉଥିବା ବେଳେ ସେଗୁଡ଼ିକୁ ରୋକି ପାରୁ ନାହିଁ ପୁଲିସ୍‌। କିନ୍ତୁ ଆନ୍ଦୋଳନ ଆଶଙ୍କା କରି ରେଳ ଷ୍ଟେସନ୍‌ମାନଙ୍କରେ ବାଉଳେଇ ହୋଇ ଲୋକଙ୍କୁ ଯାଞ୍ଚ କରୁଥିବା  ଲୋକେ ଅଭିଯୋଗ କରିଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଘୁନଘୁଟିପଡ଼ାର କିଛି ଲୋକ ଘର ଛାଡ଼ିବାକୁ ରାଜି ନଥିବା ବେଳେ ଗତ ବୁଧବାର ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା।

ଅସନ୍ତୁଷ୍ଟ ଲୋକେ ଭୁବନେଶ୍ବର ଯାଇ ବିଧାନସଭା ଆଗରେ ବିରୋଧ ପ୍ରଦର୍ଶନ କରିବାକୁ ଯୋଜନା କରିଥିବା ନେଇ ସମ୍ବଲପୁର ପୁଲିସ କେଉଁ ଏକ ସୂତ୍ରରୁ ସୂଚନା ପାଇଥିଲା। ଏହାପରେ ସବୁ କାମ ଛାଡ଼ି କ୍ଷେତରାଜପୁର ଓ ଧନୁପାଲି ଥାନା ପୁଲିସ ଷ୍ଟେସନ୍‌ ଜଗିଲେ। କ୍ଷେତରାଜପୁର ପୁଲିସ ସମ୍ବଲପୁର ଜଂସନ ରେଳ ଷ୍ଟେସନ୍‌ ଓ ଧନୁପାଲି ପୁଲିସ ସମ୍ବଲପୁର ସିଟି ଷ୍ଟେସନ୍‌ରେ ଯାଞ୍ଚ କରିଥିଲା। ବୁଧବାର ସନ୍ଧ୍ୟାରୁ ରାତି ୩ଟା ଯାଏ ପୁଲିସ ଉକ୍ତ ଷ୍ଟେସନ୍‌ରେ ଜଗି ରହି ଲୋକଙ୍କୁ ଭୁବନେଶ୍ବର ଯିବାକୁ ନଦେବା ପାଇଁ ଏକ ପ୍ରକାର ପହରା ଦେଇଥିଲା। ପୁଲିସର ଏଭଳି କାରନାମାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe