ସୁନା ଚୋରିର ପର୍ଦ୍ଦାଫାସ: ମାଷ୍ଟରମାଇଣ୍ଡ ସହ ୨ ଗିରଫ

Advertisment

ସପ୍ତାହେ ତଳେ ଘଟିଥିବା ସୁନା ଚୋରିର ପର୍ଦ୍ଦାଫାସ କରିଛି ସମ୍ବଲପୁର ପୁଲିସ। ୧୫୧ ଗ୍ରାମର ସୁନା, ୮ ଲକ୍ଷ ଟଙ୍କା ସହ ଜବତ କରିଛି ବିପୁଳ ରୁପା। ଏହାର ମୋଟ ଆନୁମାନିକ ମୂଲ୍ୟ ୨୧ ଲକ୍ଷ ୭୬ ହଜାର ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ରହିଛି।

ସପ୍ତାହେ ତଳେ ଘଟିଥିବା ସୁନା ଚୋରିର ପର୍ଦ୍ଦାଫାସ କରିଛି ସମ୍ବଲପୁର ପୁଲିସ। ୧୫୧ ଗ୍ରାମର ସୁନା, ୮ ଲକ୍ଷ ଟଙ୍କା ସହ ଜବତ କରିଛି ବିପୁଳ ରୁପା। ଏହାର ମୋଟ ଆନୁମାନିକ ମୂଲ୍ୟ ୨୧ ଲକ୍ଷ ୭୬ ହଜାର ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ରହିଛି।

New Project (7)

Photograph: (Sambad.in)

ସମ୍ବଲପୁର: ସପ୍ତାହେ ତଳେ ଘଟିଥିବା ସୁନା ଚୋରିର ପର୍ଦ୍ଦାଫାସ କରିଛି ସମ୍ବଲପୁର ପୁଲିସ। ୧୫୧ ଗ୍ରାମର ସୁନା, ୮ ଲକ୍ଷ ଟଙ୍କା ସହ ଜବତ କରିଛି ବିପୁଳ ରୁପା। ଏହାର ମୋଟ ଆନୁମାନିକ ମୂଲ୍ୟ ୨୧ ଲକ୍ଷ ୭୬ ହଜାର ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ରହିଛି। ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମାଷ୍ଟର ମାଇଣ୍ଡ ଏଚବ୍ଲୁ କଲୋନିର ସଞ୍ଜୟ ପ୍ରଧାନ(୪୨), ଆଇଟିଆଇ ଗୁଜାଟାଲର ଶିବ ଶଙ୍କର ଜେନା (୪୨) ଏବଂ ସବଷ୍ଟେସନର କଲୋନୀର ପ୍ରଶାନ୍ତ କୁମାର ବାରିକ (୩୯)। ସମସ୍ତ ଅଭିଯୁକ୍ତ  ହୀରାକୁଦ ଅଞ୍ଚଳର ହୋଇଥିବା ଜଣାପଡ଼ିଛି।   

ସୂଚନାନୁସାରେ, ଚୋରି କଲାପରେ ୩ ଅଭିଯୁକ୍ତ ତାମିଲନାଡୁର କୋଏମବଟୁର ସହରକୁ ପଳାଇଥିଲେ। ସେଠାରେ ପ୍ରଶାନ୍ତକୁ ସମସ୍ତ ଜିନିଷ ଦେଇ ଦେଇଥିଲେ ଓ ମାସେ ପରେ ଆସି ନେବେ ବୋଲି କହିଥିଲେ। ଏହା ପୂର୍ବରୁ ସଞ୍ଜୟଙ୍କ ନାମରେ ୮ଟି ମାମଲା ରୁଜୁ ହୋଇଛି। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସମ୍ବଲପୁର ଏସପି ମୁକେଶ ଭାମୂ ସୂଚନା ଦେଇଛନ୍ତି। 

ଗତ ଅଗଷ୍ଟ ୨୪ ତାରିଖରେ ସମ୍ବଲପୁର ଜିଲ୍ଲା ଏସଡ଼ିଓ କଲୋନିର ରାଜେନ୍ଦ୍ର କୁମାର ସ୍ୱାଇଁଙ୍କ ଘରୁ ଡକାୟତମାନେ କଳାକନା ବୁଲାଇ ଦେଇଥିଲେ। ସମସ୍ତେ ଶୋଇଥିବା ବେଳେ ଭୋର ୫ଟା ସମୟରେ ଘରର ତାଲା ଭାଙ୍ଗି ଚୋରି କରିଥିଲେ। ଏନେଇ ସ୍ୱାଇଁ ହୀରାକୁଦ ଥାନାରେ ଅଭିଯୋଗ କରିଥିଲେ। ସୁନାଗହଣା ଓ ଲକ୍ଷାଧିକ ଟଙ୍କା ଚୋରି କରି ଦୁର୍ବୃତ୍ତମାନେ ସପ୍ତାହ ଧରି ପୁଲିସକୁ ଚକମା ଦେଇଥିଲେ। ଡକାୟତ ଦଳକୁ ଧରିବାକୁ ପୁଲିସ ଅଭିଯାନ ଚଳାଇଥିଲା ଶେଷରେ ସଫଳ ହୋଇଛି। 

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୪ ତାରିଖରେ ସମ୍ବଲପୁର ଜିଲା ଏସଡ଼ିଓ କଲୋନିର ରାଜେନ୍ଦ୍ର କୁମାର ସ୍ୱାଇଁଙ୍କ ଘରୁ ଡକାୟତମାନେ କଳାକନା ବୁଲାଇ ଦେଇଥିଲେ। ସମସ୍ତେ ଶୋଇଥିବା ବେଳେ ଭୋର ୫ଟା ସମୟରେ ଘରର ତାଲା ଭାଙ୍ଗି ଚୋରି କରିଥିଲେ। ଏନେଇ ସ୍ୱାଇଁ ହୀରାକୁଦ ଥାନାରେ ଅଭିଯୋଗ କରିଥିଲେ। ସୁନାଗହଣା ଓ ଲକ୍ଷାଧିକ ଟଙ୍କା ଚୋରି କରି ଦୁର୍ବୃତ୍ତମାନେ ସପ୍ତାହ ଧରି ପୁଲିସକୁ ଚକମା ଦେଇଥିଲେ। ଡକାୟତ ଦଳକୁ ଧରିବାକୁ ପୁଲିସ ଅଭିଯାନ ଚଳାଇଥିଲା ଶେଷରେ ସଫଳ ହୋଇଛି।

 Sambalpur | Odisha | arrested

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe