ଦିନ ୨ଟା ୩୦ରେ ସମ୍ବଲପୁର ଓ ହୀରାକୁଦରେ ତାପମାତ୍ରା ୪୩.୨ ଡିଗ୍ରି ରେକର୍ଡ

ଦିନ ୨ଟା ୩୦ରେ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୨.୮ ଡିଗ୍ରି ରେକର୍ଡ, ଭୁବନେଶ୍ବରରେ ପାରା ୪୨.୬ ଡିଗ୍ରି

dailythanthi.com

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ପ୍ରବଳ ଖରା ସହିତ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ପଶ୍ଚିମଓଡ଼ିଶାରେ ଖରାର ପ୍ରକୋପ ଅଧିକ ରହୁଛି। ଉପକୂଳ ଓଡ଼ିଶାରେ ଖରା କମ୍‌ ଥିଲେ ମଧ୍ୟ ଭୀଷଣ ଗୁଳୁଗୁଳି ଅନୁଭୂତ ହେଉଛି। ସକାଳ ୯ଟା ପରେ ଓ ଅପରାହ୍‌ଣ ୪ଟା ପୂର୍ବରୁ ବାହାରକୁ ବାହାରିବା ଅସହ୍ୟ ହେଉଛି। ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଆକଳନ କରାଯାଇଛି। ସମ୍ବଲପୁର ଓ ହୀରାକୁଦରେ ୪୩.୨ ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦିନ ୨ଟା ୩୦ ମିନିଟରେ ଝାରସୁଗୁଡାରେ ୪୦, ଚାନ୍ଦବାଲିରେ ୩୯.୨, ଭୁବନେଶ୍ୱରରେ ୩୬.୪, ବାଲେଶ୍ୱରରେ ୩୬.୦, ପୁରୀରେ ୩୪.୦, ଗୋପାଳପୁରରେ ୩୩.୨, ପାରାଦୀପରେ ୩୨.୮ ଓ କେନ୍ଦୁଝରରେ ୨୫.୨ ଡ଼ିଗ୍ରି ରେକର୍ଡ ହୋଇଛି।

ଆଗାମୀ ୫ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। କିଛି-କିଛି ସ୍ଥାନରେ ଦିନ ତାପମାତ୍ରା ୪୨ ଡ଼ିଗ୍ରୀ କିମ୍ବା ଅଧିକ ରହିବା ସମ୍ଭାବନା। ଅର୍ଥ ତାତି ଏବଂ ଗୁଳୁଗୁଳି ଜନିତ ଅସ୍ୱାଭାବିକ ପାଗ ଲାଗିରହିବାର ସମ୍ଭାବନା ରହିଛି ‌ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe