ପ୍ରବଳ ଖରା ସହ ଗୁଳୁଗୁଳିରେ ସମ୍ବଲପୁରବାସୀ ଛଟପଟ, ବର୍ଷା ଲାଗି ଭୁବନେଶ୍ବରବାସୀଙ୍କୁ ତାତିରୁ ମିଳିଲା ଆଶ୍ବସ୍ତି

ପ୍ରବଳ ଖରା ସହ ଗୁଳୁଗୁଳିରେ ସମ୍ବଲପୁରବାସୀ ଛଟପଟ, ବର୍ଷା ଲାଗି ଭୁବନେଶ୍ବରବାସୀଙ୍କୁ ତାତିରୁ ମିଳିଲା ଆଶ୍ବସ୍ତି

ଭୁବନେଶ୍ବର: ରାତି ପାହିଲେ ପହିଲି ରଜ ପାଳନ ହେବ। ଏଥି ପାଇଁ ରାଜ୍ୟରେ ଗାଁରୁ ସହର ଯାଏଁ ଉତ୍ସବମୁଖର ହୋଇଛି। ପହିଲି ରଜ ଆସିବା ପୂର୍ବରୁ ଭଲ ବର୍ଷା ହୋଇଥିଲେ ସମସ୍ତେ ଖୁସି ହୋଇଥାନ୍ତି। କିନ୍ତୁ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଆଗମନରେ ବିଳମ୍ବ ଯୋଗୁଁ ଜୁନ ୧୩ ତାରିଖରେ ମଧ୍ୟ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହୋଇଛି। ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ପାଗ ଭଲ ରହିଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ଲୋକେ ପ୍ରବଳ ଖରା ଓ ଗୁଳୁଗୁଳିରୁ ଆଶ୍ବସ୍ତିଲାଭ କରିଛନ୍ତି। ସମ୍ବଲପୁରରେ ତାପମାତ୍ରା ୪୪.୩ ଡିଗ୍ରି ଓ ଭୁବନେଶ୍ବରରେ ଏହା ୩୪.୨ ଡିଗ୍ରି ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଗତକାଲି ରାତିରେ ଭୁବନେଶ୍ବର ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହେଲା ପରେ ଆଜି ଖରାର ପ୍ରଭାବ ଦେଖାଯାଇ ନାହିଁ। ସେହିପରି ପବନର ଉପସ୍ଥିତି ଯୋଗୁଁ ଗୁଳୁଗୁଳି ଅନୁଭୂତ ହୋଇନାହିଁ। ତେଣୁ ଭୁବନେଶ୍ବରବାସୀ ପ୍ରବଳ ଖରା ଓ ଗୁଳୁଗୁଳିରୁ ଆଶ୍ବସ୍ତିଲାଭ କରିଛନ୍ତି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ରାଜ୍ୟର ୧୮ଟି ସହରରେ ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ରେକର୍ଡ କରାଯାଇଛି। ଏଥିରୁ ୧୪ଟି ସହର ପଶ୍ଚିମ ଓଡ଼ିଶାରୁ ସାମିଲ ରହିଛି। ହୀରାକୁଦରେ ଏହା ୪୩.୭, ଝାରସୁଗୁଡ଼ାରେ ୪୩.୪, ସୁନ୍ଦରଗଡ଼ରେ ୪୨.୮, ଦେବଗଡ଼ରେ ୪୨.୮, ରାଉରକେଲାରେ ୪୨.୬, ବଲାଙ୍ଗୀର ଓ ବୌଦ୍ଧରେ ୪୨.୫, ନୂଆପଡ଼ାରେ ୪୨, ଅନୁଗୁଳରେ ୪୧.୭, ବରଗଡ଼ରେ ୪୧.୬, ସୋନପୁରରେ ୪୧.୩, ତାଳଚେର, ଫୁଲବାଣୀ ଓ ମାଲକାନଗିରିରେ ୪୧, ବାରିପଦାରେ ୪୦.୫, କେନ୍ଦୁଝରରେ ୪୦.୧ ଓ ଟିଟିଲାଗଡ଼ରେ ୪୦ ଡିଗ୍ରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe