ଦିନ ୨ଟା ୩୦ରେ ସମ୍ବଲପୁର ଉତ୍ତପ୍ତ ସହର, ତାପମାତ୍ରା ୪୫.୨ ଡିଗ୍ରି ରେକର୍ଡ

ଦିନ ୨ଟା ୩୦ରେ ସମ୍ବଲପୁର ଉତ୍ତପ୍ତ ସହର, ତାପମାତ୍ରା ୪୫.୨ ଡିଗ୍ରି ରେକର୍ଡ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ବି ତାତିରୁ ନିସ୍ତାର ମିଳି ନାହିଁ। ପଶ୍ଚିମ ଓଡ଼ିଶା ଜଳୁଛି। ସକାଳୁ ୮ଟାରୁ ମୁଣ୍ଡଫଟା ଖରା ଆରମ୍ଭ ହୋଇଯାଉଛି। ଆଜି ଦିନ ୨ଟା ୩୦ରେ ସମ୍ବଲପୁରରେ ତାପମାତ୍ରା ୪୫.୨ ଡିଗ୍ରି ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ଦିନ ୨ଟା ୩୦ରେ ଝାରସୁଗୁଡ଼ାରେ ୪୪.୬, ହୀରାକୁଦରେ ୪୪.୫, ରାଉରକେଲାରେ ୩୯.୪, ଗୋପାଳପୁରରେ ୩୪.୫, ଭୁବନେଶ୍ବରରେ ୩୪, କେନ୍ଦୁଝରରେ ୩୪, ପାରାଦୀପରେ ୩୩.୧, ଚାନ୍ଦବାଲିରେ ୩୨.୮ ଓ ବାଲେଶ୍ବରରେ ୩୧.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।

ରାଜ୍ୟରେ ଚଳିତ ବର୍ଷର ତାପମାତ୍ରା ଗତକାଲି ଝାରସୁଗୁଡ଼ାରେ ୪୭ଡିଗ୍ରି ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ, ୨୬ ବର୍ଷ ପୂର୍ବରୁ ୧୯୯୮ ମେ’ ୨୮ ତାରିଖରେ ଝାରସୁଗୁଡ଼ାରେ ୪୮ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା।

ଓଡ଼ିଶାରେ ପ୍ରବଳ ଖରା ହେଉଥିବା ବେଳେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି। ଏହା ଉତ୍ତର-ପୂର୍ବ ଅଞ୍ଚଳ ଆଡକୁ ମୁହାଁଇବ। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି, ମୌସୁମୀ ଆଗୁଆ ଆସି। ଦୁଇ ଦିନ ପୂର୍ବରୁ କେରଳ ଛୁଇଁଛି। ଓଡିଶାକୁ ଜୁନ ୧୨ ପରେ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି। ଦେଶରେ ଏଥର ଭଲ ବର୍ଷା ହେବ। ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ। ୧ ଜୁନରୁ ୩୧ ସେପଟେମ୍ବର ଯାଏଁ ମୌସୁମୀ ପାଇଁ ୮୭ ସେଣ୍ଟିମିଟର ବର୍ଷା ହେଇଥାଏ, ଏଥର ୧୦୬ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe