ପ୍ରବଳ ଖରାରେ ଜଳୁଛି ଓଡ଼ିଶା: ୪୦ ଡିଗ୍ରି ଉପରେ ରାଜ୍ୟର ୨୨ ସହର; ୪୬ ଡିଗ୍ରି ସହ ସମ୍ବଲପୁର ଉତ୍ତପ୍ତ

ପ୍ରବଳ ଖରାରେ ଜଳୁଛି ଓଡ଼ିଶା: ୪୦ ଡିଗ୍ରି ଉପରେ ରାଜ୍ୟର ୨୨ ସହର; ୪୬ ଡିଗ୍ରି ସହ ସମ୍ବଲପୁର ଉତ୍ତପ୍ତ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଉପକୂଳ ଠାରୁ ପଶ୍ଚିମ ଓଡ଼ିଶା ଯାଏଁ ତାତିରୁ ନିସ୍ତାର ନାହିଁ। ଲୋକେ ପ୍ରବଳ ଖରା ଯୋଗୁଁ ଗରମରେ ଛଟପଟ ହେଉଛନ୍ତି। ଅତି ଆବଶ୍ୟକ ନହେଲେ ବାହାରକୁ ଯିବା ପାଇଁ ମନ ହେଉନାହିଁ। ଫଳରେ ରାସ୍ତାଘାଟ ଶୂନଶାନ ଲାଗୁଛି। ଆଜି ରାଜ୍ୟର ୨୨ଟି ସହରର ତାପମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଅଧିକ ରହିଛି। ସମ୍ବଲପୁରରେ ସର୍ବାଧିକ ଦିନ ତାପମାତ୍ରା ୪୬ ଡିଗ୍ରି ରେକର୍ଡ ହୋଇଛି।

ଅନ୍ୟପକ୍ଷରେ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୨୦ ତାରିଖ ପରଠାରୁ ରାଜ୍ୟରେ ତାତି କମିବ । ଏହା ସହିତ ୨୧ ପରଠାରୁ ରାଜ୍ୟରେ ବର୍ଷା ପରିମାଣ ବଢିବ ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସୋନପୁର ୨ୟ ସର୍ବାଧିକ ଉତ୍ତପ୍ତ ସହର ହୋଇଛି। ଏଠାରେ ତାପମାତ୍ରା ୪୫.୮ ଡିଗ୍ରି ରେକର୍ଡ ହୋଇଛି। ସେହିପରି ହୀରାକୁ‌ଦ ଓ ବୌଦ୍ଧରେ ପାରା ୪୫.୫, ଝାରସୁଗୁଡ଼ାରେ ୪୫.୨, ବଲାଙ୍ଗୀର, ସୁନ୍ଦରଗଡ଼ରେ ୪୫, ବରଗଡ଼ରେ ୪୪.୨, ଟିଟିଲାଗଡ଼, ରାଉରକେଲାରେ ୪୩.୫, ନୟାଗଡ଼ରେ ୪୩.୪, ଦେବଗଡ଼, ତାଳଚେର, ନୂଆପଡ଼ାରେ ୪୩, ଅନୁଗୁଳରେ ୪୨.୭, ଭବାନୀପାଟଣାରେ ୪୨, ଫୁଲବାଣୀ, ଭୁବନେଶ୍ବରରେ ୪୧.୬, କେନ୍ଦୁଝରରେ ୪୧, କେନ୍ଦ୍ରାପଡ଼ାରେ ୪୦.୬, କଟକ ଓ ପାରଳାଖେମୁଣ୍ଡିରେ ୪୦.୨ ରେକର୍ଡ ହୋଇଛି।

ଜୁନ୍ ଅଧା ବିତିଯାଇଥିଲେ ମଧ୍ୟ ମୌସୁମୀ ନିର୍ଦ୍ଧାରିତ ସମୟଠାରୁ ବହୁ ବିଳମ୍ବରେ ଚାଲିଛି। ଜୁନ୍ ୧୫ ସୁଦ୍ଧା ମୌସୁମୀ ସମଗ୍ର ଦକ୍ଷିଣ ଉପଦ୍ୱୀପ, ବିହାର, ଝାଡ଼ଖଣ୍ଡର କିଛି ଅଂଶ, ଓଡ଼ିଶା, ମହାରାଷ୍ଟ୍ର ଓ ଛତିଶଗଡ଼ର ଅଧିକାଂଶ ଅଞ୍ଚଳକୁ ଅତିକ୍ରମ କରି ଗୁଜରାଟର ଦକ୍ଷିଣ ଭାଗରେ ପହଞ୍ଚିଥାଏ। କିନ୍ତୁ ଏବର୍ଷ ପଛୁଆ ଚାଲିଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ଏହି କାରଣରୁ ଓଡ଼ିଶା ସମେତ ଦେଶରେ ଅନେକ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe