ବୁର୍ଲାର ଭିମସାରରେ ପୁଣି ୪ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ ଚିହ୍ନଟ

Advertisment
ଗୁୁରୁତର ରୋଗୀଙ୍କ ଚିକିତ୍ସାରେ ଅବହେଳା : ଭିମ୍‌ସାରରେ ଉତ୍ତେଜନା ପରେ ନିୟମ ବଦଳିଲା

image source--new indian express

ସମ୍ବଲପୁର : ପୁଣି ସମ୍ବଲପୁର ଜିଲ୍ଲାର ବୁର୍ଲାର ଭିମସାରରେ ୪ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ଦୁଇଜଣ ପୁରୁଷ ଏବଂ ୨ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀ ଅଛନ୍ତି। ଦୁଇଜଣ ପୁରୁଷଙ୍କର ବୟସ ଯଥାକ୍ରମେ ୨୮ ଓ ୩୦ ବର୍ଷ। ଅପରପକ୍ଷରେ ଦୁଇ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ବୟସ ଯଥାକ୍ରମେ ୩୭ ଓ ୩୫ ବର୍ଷ।
ଏହାଫଳରେ ଭିମସାରରେ ଏଯାବତ୍ ମୋଟ ୧୨ ଜଣ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ଏହି ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ ଚିକିତ୍ସା ସୁବିଧା ଥିବା ସ୍ଥାନକୁ ସ୍ଥାନାନ୍ତର କରାଯାଉଛି | ଏମାନଙ୍କର ଯୋଗାଯୋଗ ଅନୁସନ୍ଧାନ ଚାଲିଛି ବୋଲି ଜଣାଯାଇଛି |

ସମ୍ବଲପୁର ଜିଲ୍ଲାରେ ଆଉ ୧୦ ଜଣ ଆକ୍ରାନ୍ତଙ୍କ ସଂପର୍କରେ ବୁଧବାର ସରକାରୀ ଭାବେ ଘୋଷଣା କରାଯାଇଥିଲା। ମଙ୍ଗଳବାର ସୁଦ୍ଧା ଭିମସାର୍‌ରେ ୭ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ସୂଚନା ରହିଥିଲେ ବି ବୁଧବାର ସୁଦ୍ଧା ୪ ଜଣଙ୍କ ସଂପର୍କରେ ସରକାରୀ ଭାବେ ଘୋଷଣା କରାଯାଇଥିଲା। ମଙ୍ଗଳବାର ଜଣେ ଯୁବ ଡାକ୍ତରଙ୍କ ସଂପର୍କରେ କୁହାଯାଇଥିଲା ବେଳେ ବୁଧବାର ୨ ଜଣ ନର୍ସ ଓ ଜଣେ ଡାକ୍ତରଙ୍କ ବିଷୟରେ ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe