ସମ୍ପୂର୍ଣ୍ଣ ହେବ ସମ୍ବଲପୁର-ଟିଟିଲାଗଡ଼ ଦୋହରୀକରଣ ପ୍ରକଳ୍ପ

Advertisment
ସମ୍ପୂର୍ଣ୍ଣ ହେବ ସମ୍ବଲପୁର-ଟିଟିଲାଗଡ଼ ଦୋହରୀକରଣ ପ୍ରକଳ୍ପ

Prameyanews.com

ସମ୍ବଲପୁର: ବହୁ ପ୍ରତୀକ୍ଷିତ ସମ୍ବଲପୁର-ଟିଟିଲାଗଡ଼ ଦୋହରୀକରଣ ପ୍ରକଳ୍ପ ଶୀଘ୍ର ସଂପୂର୍ଣ୍ଣ ହେବାକୁ ଯାଉଛି। ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳ ଅନ୍ତର୍ଗତ ସମ୍ବଲପୁର-ଟିଟିଲାଗଡ଼ ସେକ୍‌ସନ୍‌ରେ ବହୁ ବର୍ଷ ଧରି ଚାଲିଥିବା ଏହି ଦୋହରୀକରଣ ପ୍ରକଳ୍ପର ବକେୟା ଅଂଶ ଦେବାହାଲ୍ ଷ୍ଟେସନ୍‌ରୁ ବରପାଲି ପର୍ଯ୍ୟନ୍ତ ଖୁବ୍‌ ଶୀଘ୍ର କମିସନିଂ ହେବ। ସେହି କାରଣରୁ ନିରାପତ୍ତା ଜନିତ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଆସନ୍ତା ୨୨ ତାରିଖରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ରେଳ ଯାତାୟତ ପ୍ରଭାବିତ ହେବ। ଏହି ସମୟ ମଧ୍ୟରେ ଦେବାହାଲ୍-ବରଗଡ଼ ରୋଡ୍-ବରପାଲି ଷ୍ଟେସନ୍‌ ମଧ୍ୟରେ ଦୋହରୀକରଣ କାର୍ଯ୍ୟକୁ ଶେଷ ସ୍ପର୍ଶ ଦିଆଯିବ। ଏହାପରେ ରେଳ ନିରାପତ୍ତା କମିସନର୍ ଏହାର ଯାଞ୍ଚ କରି ସ୍ପିଡ୍‌ ଟ୍ରାଏଲ୍ କଲା ପରେ ନୂଆ ଦୋହରା ଲାଇନ୍‌କୁ ଯାତାୟତ ପାଇଁ ଖୋଲାଯିବ। ସେଥି ପାଇଁ ୨୩ରୁ ୩୦ ମଧ୍ୟରେ ଏହି ମାର୍ଗ ଦେଇ ଯାଉଥିବା ଏକାଧିକ ଟ୍ରେନ୍‌କୁ ବାତିଲ, ଆଂଶିକ ବାତିଲ ଓ ଦିଗ ପରିବର୍ତ୍ତନ କରାଯାଇଛି।

ଆସନ୍ତା ୨୩ ତାରିଖ‌ରୁ ୩୦ ତାରିଖ ପର୍ଯ୍ୟନ୍ତ ୧୮୩୦୧/୧୮୩୦୨ ନମ୍ବର ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର ‌ଏକ୍ସପ୍ରେସ୍‌ ଉଭୟ ଦିଗରୁ ବାତିଲ ରହିବ। ଆସନ୍ତା ୨୩ ଓ ୨୫ ତାରିଖ ଦିନ ସମ୍ବଲପୁରରୁ ଛାଡ଼ିବାକୁ ଥିବା ୨୦୮୦୯ ସମ୍ବଲପୁର-ନାନ୍ଦେଡ ନାଗାବଳୀ ଏକ୍ସପ୍ରେସ୍ ତଥା ୨୪ ଓ ୨୬ ତାରିଖ ଦିନ ବିପରୀତ ଦିଗରୁ ନାନ୍ଦେଡ ଛାଡ଼ିବାକୁ ଥିବା ସେହି ଟ୍ରେନ୍ ବାତିଲ ରହିବ। ସେହିପରି ୨୫ ଓ ୨୯ ତାରିଖ ଟାଟା ନଗରରୁ ଛାଡ଼ିବାକୁ ଥିବା ୧୮୧୮୯ ଟାଟା-ଏର୍ନାକୁଲମ୍ ସାପ୍ତାହିତ ଏକ୍ସପ୍ରେସ୍ ତଥା ଫେରନ୍ତା ମାର୍ଗରେ ୨୫ ଓ ୨୮ ତାରିଖ ଦିନ ଏର୍ନାକୁଲମ୍ ଛାଡ଼ିବାକୁ ଥିବା ଏର୍ନାକୁଲମ୍-ଟାଟା ଏକ୍ସପ୍ରେସ୍ ମଧ୍ୟ ବାତିଲ ରହିବ।

ଏହାଛଡ଼ା ୨୪ ତାରିଖରେ ତମ୍ବରମ ଛାଡ଼ିବାକୁ ଥିବା ୧୨୩୭୫ ତମ୍ବରମ-ଯଶୀଡିହି ଏକ୍ସପ୍ରେସ୍ ବିଜୟନଗରମ୍-ରାୟଗଡ଼ା-ଟିଟିଲାଗଡ଼-ସମ୍ବଲପୁର ବଦଳରେ ବିଜୟନଗରମ-ଖୁର୍ଦ୍ଧା ରୋଡ୍, ନରାଜ ମାର୍ଥାପୁର-ଅନୁଗୁଳ-ସମ୍ବଲପୁର ମାର୍ଗରେ ଯାତ୍ରା କରିବ। ସେହିପରି ୧୮୦୦୫ ହାୱଡ଼ା-ଜଗଦଲପୁର ସମଲେଶ୍ବରୀ ଏକ୍ସପ୍ରେସ୍‌ ୨୨ରୁ ୩୦ ତାରିଖ ପର୍ଯ୍ୟନ୍ତ ହାୱଡ଼ାରୁ ସମ୍ବଲପୁର ମଧ୍ୟରେ ଚାଲିବ। ସମ୍ବଲପୁରରୁ ଜଗଦଲପୁର ମଧ୍ୟରେ ଏହା ବାତିଲ ରହିବ। ସେହିପରି ବିପରୀତ ମାର୍ଗରେ ୧୮୦୦୬ ଜଗଦଲପୁର-ହାୱଡ଼ା ସମଲେଶ୍ବରୀ ଏକ୍ସପ୍ରେସ୍‌ ୨୩ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ସମ୍ବଲପୁରରୁ ହାୱଡ଼ା ମଧ୍ୟରେ ଚାଲିବ। ଜଗଦଲପୁରରୁ ସମ୍ବଲପୁର ମଧ୍ୟରେ ଏହା ବାତିଲ ରହିବ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe