Sambalpur touches 42.9 degrees Celsius, 17 cities cross 40 degrees Celsius Photograph: (sambad.in)
ଭୁବନେଶ୍ୱର: ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସମ୍ବଲପୁରରେ ସର୍ବାଧିକ ୪୨.୯ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ରାଜ୍ୟର ମୋଟ ୧୭ଟି ସହରରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍ କିମ୍ବା ତା'ଠାରୁ ଅଧିକ ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।
ରାଜ୍ୟର ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହୋଇଥିଲା। ଭୁବନେଶ୍ବର ତାପମାତ୍ରା ୪୦.୪ ଡିଗ୍ରି ସେଲସିୟସ୍ ଛୁଇଁଥିଲା। କଟକର ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍ରେ ପହଞ୍ଚିଥିଲା।
ହୀରାକୁଦରେ ତାପମାତ୍ରା ୪୨.୪ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡା ଏବଂ ବଲାଙ୍ଗୀରରେ ୪୨.୨ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ବୌଦ୍ଧ ଏବଂ ଟିଟିଲାଗଡ଼ରେ ୪୨ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି।
ଅନୁଗୁଳରେ ୪୧.୯ ଡିଗ୍ରି, ଭବାନୀପାଟଣାରେ ୪୧.୬ ଡିଗ୍ରି ସେଲସିୟସ୍ ଏବଂ ସୁନ୍ଦରଗଡ଼ ଏବଂ ସୋନପୁରରେ ୪୧.୫ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି।
ଅଧିକ ପଢ଼ନ୍ତୁ: ମିଛ କହିଥିଲେ ଟ୍ରମ୍ପ, ପୋଲ ଖୋଲିଲେ ମୋଦୀ!
ପାରଳାଖେମୁଣ୍ଡି ଏବଂ ବରଗଡ଼ରେ ୪୧.୨ ଡିଗ୍ରି ସେଲୟସ୍ ରେକର୍ଡ କରାଯାଇଛି। ନୂଆପଡ଼ାରେ ୪୧.୦ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ରାଉରକେଲା ଏବଂ ଢେଙ୍କାନାଳରେ ଯଥାକ୍ରମେ ୪୦.୬ ଡିଗ୍ରି ଏବଂ ୪୦.୩ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି।
ଅଧିକ ପଢ଼ନ୍ତୁ: ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର: ବ୍ୟବଛେଦ ପରେ ଜଣାପଡିବ ମୃତ୍ୟୁର ରହସ୍ୟ
Heat wave | Odisha
Follow Us