ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଛାଲିଛି କ’ଣ, ଅନଭିଜ୍ଞଙ୍କ ହାତରେ ପରୀକ୍ଷା ଦାୟିତ୍ବ !

ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ବିବାଦ ହଟୁନି! କୁଳପତିଙ୍କ ନାଁରେ ୩୦ ଲକ୍ଷ ଅନିୟମିତତା ଅଭିଯୋଗ

Sambalpur University

ସମ୍ବଲପୁର : ଆତ୍ମଦାହ କରିଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆନ୍ଦୋଳନକୁ ଓହ୍ଲାଇଥିବା କର୍ମଚାରୀମାନେ ଏବେ କୁଳପତିଙ୍କ ଟାର୍ଗେଟରେ ରହିଥିବା ଅଭିଯୋଗ ହେଉଛି। ସ୍ଥିତି ଏମିତି ହୋଇଛି, ପରୀକ୍ଷା ପରିଚାଳନା ଅଭିଜ୍ଞତା ନଥିବା କର୍ମଚାରୀଙ୍କୁ ବିଶ୍ବବିଦ୍ୟାଳୟ ପରୀକ୍ଷା ପରିଚାଳନା କାର୍ଯ୍ୟରେ ନିୟୋଜିତ କରାଯାଉଛି। ସମ୍ବଲପୁର ଏଲ୍‌ଆର୍‌ ଲ’ କଲେଜରେ କାର୍ଯ୍ୟରତ ସେକ୍‌ସନ ଅଫିସରଙ୍କୁ ସମ୍ବଲପୁର ବିଶ୍ବବିଦ୍ୟାଳୟର ପରୀକ୍ଷା ବିଭାଗର ସେକ୍ସନ ଅଫିସର ଭାବେ ବଦଳି କରାଯାଇଛି। ସେଠାରେ ସେକ୍‌ସନ ଅଫିସର ଥିବା ବିଶ୍ବବିଦ୍ୟାଳୟ କର୍ମଚାରୀ ସଂଘର ଜଣେ ଉପସଭାପତିଙ୍କୁ ଲ’ କଲେଜକୁ ବଦଳି ଆଦେଶ ହୋଇଛି।

କିଛିଦିନ ଆଗରୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ସାଧାରଣ ସଂପାଦକଙ୍କୁ ବିଶ୍ବବିଦ୍ୟାଳୟରୁ ଲ’ କଲେଜକୁ ବଦଳି କରାଯାଇଥିଲା। ତେବେ, ଲ’ କଲେଜର ସେକ୍‌ସନ ଅଫିସର ଜଣକ ଦୀର୍ଘ ବର୍ଷ ହେଲା ଏଠାରେ କାର୍ଯ୍ୟରତ ଥିଲେ। ଏଠାରେ ଥିବା ସ୍ବୀକୃତିପ୍ରାପ୍ତ ୬ଟି ତୃତୀୟ ଶ୍ରେଣୀ କର୍ମଚାରୀ ପଦ ଖାଲି ପଡ଼ିଥିବା ବେଳେ ତାଙ୍କୁ ହିଁ ସବୁ କିଛି କାମ କରିବାକୁ ପଡ଼ିଥାଏ। ପୁଣି, ସେ ଆଉ ଏକ ବର୍ଷ ପରେ ଚାକିରିରୁ ଅବସର ନେବେ। ଏପଟେ ବିଶ୍ବବିଦ୍ୟାଳୟ ପରୀକ୍ଷା ପରିଚାଳନା କାର୍ଯ୍ୟ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ। ସାମାନ୍ୟ ତ୍ରୁଟି ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳିବା ସଦୃଶ। ଲ’ କଲେଜ ଅଧ୍ୟକ୍ଷ ତାଙ୍କ କଲେଜରେ ସଂପୃକ୍ତ ସେକ୍‌ସନ ଅଫିସରଙ୍କ ଆବଶ୍ୟକତାକୁ ଦୃଷ୍ଟିରୁ ଆଜି ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଭେଟି ବଦଳି ବାତିଲ କରିବାକୁ କୁଆଡ଼େ ଅନୁରୋଧ କରିଥିଲେ। ହେଲେ, କୁଳପତି ଏଥିରେ ରାଜି ହୋଇନଥିବା କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ପ୍ରାୟ ୩୦ ଜଣ କର୍ମଚାରୀଙ୍କୁ ବଦଳି ‌ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe