ସମ୍ବଲପୁର ବିଶ୍ବବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ ଆରମ୍ଭ 

Advertisment
ସମ୍ବଲପୁର ବିଶ୍ବବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ ଆରମ୍ଭ 

Sambad English

ବୁର୍ଲା: ସମ୍ବଲପୁର ବିଶ୍ବବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ମାମଲାରେ ତଦନ୍ତ ଆରମ୍ଭ ହୋଇଛି। ଶୁକ୍ରବାର ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳସଚିବ ଡ. ନୃପରାଜ ସାହୁ ବୁର୍ଲା ଥାନା ଓ ସମ୍ବଲପୁର ସାଇବର୍‌ ଥାନାରେ ପ୍ରଶ୍ନପତ୍ର ଲିକ୍ ସଂକ୍ରାନ୍ତରେ ଅଭିଯୋଗ କରିବା ପରେ ପୁଲିସ ତତ୍ପରତା ଦେଖାଇଥିଲା। ବୁର୍ଲା-ହୀରାକୁଦ ଡିଏସ୍‌ପି ସତ୍ୟବ୍ରତ ଦାଶଙ୍କ ନେତୃତ୍ବରେ ବୁର୍ଲା ଥାନା ଅଧିକାରୀ କମଳ ପଣ୍ଡାଙ୍କ ସହିତ ଏକ ଟିମ୍‌ ଗତକାଲି ସନ୍ଧ୍ୟା‌ରେ ବିଶ୍ବବିଦ୍ୟାଳୟରେ ପହଂଚି ଥିଲେ। ବିଶ୍ବବିଦ୍ୟାଳୟର କୁଳପତି ଏବଂ ପରୀକ୍ଷା ନିୟନ୍ତ୍ରକଙ୍କୁ ଭେଟି ପ୍ରଶ୍ନପତ୍ର ଲିକ୍ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ସନ୍ଦେହ ଘେରର ଥିବା ଅଧ୍ୟାପକ, କର୍ମଚାରୀମାନଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିଥିଲେ।

ଆଜି ପୁଣି ପୁଲିସ ଟିମ୍ ବିଶ୍ବବିଦ୍ୟାଳୟ ପହଂଚି ଦିନସାରା ତନାଘନା କରିଛନ୍ତି। ଏ ସଂକ୍ରାନ୍ତରେ ଡିଏସ୍‌ପି ଶ୍ରୀ ଦାଶଙ୍କୁ ପଚାରିବାରୁ , ପରୀକ୍ଷା କିଭଳି ପରିଚାଳନା ହେଉଛି? ପ୍ରଶ୍ନପତ୍ର କେଉଁ ମାଧ୍ୟମରେ ତିଆରି କରାଯାଉଛି ? ପ୍ରଶ୍ନପତ୍ର ତିଆରିରେ କେଉଁମାନଙ୍କ ସଂପୃକ୍ତି ରହୁଛି? ପ୍ରଶ୍ନପତ୍ର କେମିତି ବିଭିନ୍ନ କଲେଜର ପରୀକ୍ଷାକେନ୍ଦ୍ରକୁ ପଠାଯାଉଛି ?  ଏ ସଂକ୍ରାନ୍ତରେ ତଥ୍ୟ ମଗାଯାଇଛି ବୋଲି ସେ କହିଛନ୍ତି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଦୁଇ ଜଣ ଅଧ୍ୟାପକଙ୍କୁ ସନ୍ଦେହ କରୁଛନ୍ତି ? ଆମେ କିନ୍ତୁ, ପରୀକ୍ଷା ନିୟନ୍ତ୍ରକଙ୍କଠାରୁ ଆରମ୍ଭକରି ଏହି ପ୍ରକ୍ରିୟାରେ ସଂପୃକ୍ତ ସମସ୍ତ ଅଧ୍ୟାପକ, କର୍ମଚାରୀମାନଙ୍କୁ ସନ୍ଦେହ ଘେରରକୁ ନେଇ ତଦନ୍ତ କରିଛୁ ? ସାଇବର ବିଶେଷଜ୍ଞ ଟିମ୍‌ର ବି ସହାୟତା ନିଆଯିବ ବୋଲି ଡିଏସ୍‌ପି ଶ୍ରୀ ଦାଶ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଲଗାତାର ୨ ଦିନ ଯୁକ୍ତ ତିନି ପ୍ରଶ୍ନପତ୍ର ଲିକ୍‌ ହେବା ପରେ ତୃତୀୟ ଦିନ ମଧ୍ୟ ଏଭଳି ସୂଚନା ପାଇ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାକୁ ବାତିଲ୍ କରିଥିଲେ। ଯଦିଓ ବୁଧବାର ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ଷଷ୍ଠ ସେମିଷ୍ଟର ପଦାର୍ଥବିଜ୍ଞାନ ସମ୍ମାନର ଇଲେକ୍ଟ୍ରୋମ୍ୟାଗ୍‌ନେଟିକ୍ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଅଭିଯୋଗକୁ ପରୀକ୍ଷା ନିୟନ୍ତ୍ରକ ଏକ ଗୁଜବ ବୋଲି କହିଥିଲେ, କିନ୍ତୁ ଗୁରବାର ଦିନ ଏଜୁକେସନ୍‌ (ଶିକ୍ଷା) ପ୍ରଶ୍ନପତ୍ର ପରୀକ୍ଷା ପୂର୍ବରୁ ଲିକ୍  ହୋଇଥିବା ସ୍ବୀକାର କରିଥିଲେ। ବୁଧବାର ପରୀକ୍ଷା ହୋଇଥିଲାବେଳେ ଗୁରୁବାର ଓ ଶୁକ୍ରବାର ଏହା ବାତିଲ ହୋଇଛି। ପରୀକ୍ଷା ବାତିଲ୍ ହେବା ଦ୍ବାରା  ୩/୪ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଂଚିତ ହେଇଥିଲେ। ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ଘଟଣା ନିରାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe