ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ବିବାଦ ହଟୁନି! କୁଳପତିଙ୍କ ନାଁରେ ୩୦ ଲକ୍ଷ ଅନିୟମିତତା ଅଭିଯୋଗ

Advertisment

ସରକାରୀ ଅର୍ଥ ସଂପର୍କୀୟଙ୍କୁ ଦେଇଦେଲେ! କୁଳାଧିପତିଙ୍କ ତଦନ୍ତ ନିର୍ଦେଶ

ସରକାରୀ ଅର୍ଥ ସଂପର୍କୀୟଙ୍କୁ ଦେଇଦେଲେ! କୁଳାଧିପତିଙ୍କ ତଦନ୍ତ ନିର୍ଦେଶ

ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ବିବାଦ ହଟୁନି! କୁଳପତିଙ୍କ ନାଁରେ ୩୦ ଲକ୍ଷ ଅନିୟମିତତା ଅଭିଯୋଗ

Sambalpur University

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ ଆସିଛି। ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ ପ୍ରକଳ୍ପର ୩୦ ଲକ୍ଷ ଟଙ୍କା ଅନିୟମିତତା ହୋଇଥିବା ଜଣାପଡ଼ିଛି। ଏହି ଘଟଣାକୁ ରାଜ୍ୟପାଳ ତଥା କୁଳାଧିପତି ଗମ୍ଭୀରତାର ସହିତ ନେବାସହିତ ଏହାର ତଦନ୍ତ ପାଇଁ ଆଦେଶ ଜାରି କରିଛନ୍ତି।

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାପାଇଁ ଜ୍ୟୋତିବିହାରସ୍ଥିତ ଷ୍ଟେଟବ୍ୟାଙ୍କ ଆକାଉଣ୍ଟରେ ମୋଟା ଅଙ୍କର ଟଙ୍କା ରହିଥିଲା। ସେଥିରୁ ବିଶ୍ବବିଦ୍ୟାଳୟ କୁଳପତି ୩୦ ଲକ୍ଷରୁ ଅଧିକ ଟଙ୍କା ବେନିୟମ ଭାବେ ଅନ୍ୟ ଆକାଉଣ୍ଟକୁ ପଠାଇ ଦେଇଛନ୍ତି। ଅଭିଯୋଗ ହୋଇଛି କି, ଉକ୍ତ ଟଙ୍କା କୁଆଡ଼େ ତାଙ୍କର ଦୁଇ ଜଣ ଅତି ନିକଟ ସଂପର୍କୀୟଙ୍କୁ ଚେକ୍ ଜରିଆରେ ଦିଆଯାଇଛି। ସରକାରୀ ପ୍ରକଳ୍ପ ପାଇଁ ଆସିଥିବା ଟଙ୍କା ଖର୍ଚ୍ଚ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ନିୟମ ରହିଛି। ଏକ୍ଷେତ୍ରରେ ସେହି ନିୟମ ପାଳନ କରାଯାଇନାହିଁ। ଏହି ଅନିୟମିତତା ସମ୍ପର୍କରେ ଅଭିଯୋଗ ପରେ ରାଜ୍ୟପାଳ ତଥା କୁଳାଧିପତି ଜବାବ ତଲବ କରିଥିଲେ। ତଦନୁଯାୟୀ କୁଳପତି ଗତ ମେ ମାସ ୨୦ ଏବଂ ୨୭ ତାରିଖ ଦିନ ଦୁଇଟି ରି‌ପୋର୍ଟ ଦେଇଛନ୍ତି। ଏହି ରିପୋର୍ଟ କିନ୍ତୁ କୁଳାଧିପତିଙ୍କୁ ସନ୍ତୁଷ୍ଟ କରିପାରିନାହିଁ। କୁଳାଧିପତି ଏହାର ସତ୍ୟତା ଜାଣିବା ପାଇଁ ଏକ ତଦନ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗକୁ ଆଦେଶ ଦେଇଛନ୍ତି। କୁଳାଧିପତିଙ୍କ ଅତିରିକ୍ତ ସଚିବ ତଥା ଓଏସ୍‌ଡି ଚିତ୍ତରଂଜନ ମହାନ୍ତି ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖି କୁଳପତିଙ୍କ ବିରୋଧ‌ରେ ଆସିଥିବା ଏହି ଆର୍ଥିକ ଅନିୟମିତତାର ତଦନ୍ତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଏକ ମାସ ମଧ୍ୟରେ ଏହି ରିପୋର୍ଟ କୁଳାଧିପତିଙ୍କୁ ପ୍ରଦାନ କରିବାକୁ ଏହି ପତ୍ରରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe