ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ତିନି ପ୍ରଶ୍ନପତ୍ର ଲିକ୍

କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହେବ ଆବେଦନ, ସନ୍ଦେହ ଘେରରେ ଘରୋଇ ଆବାସିକ କଲେଜ

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ‌ହେବ ଅଙ୍ଗନୱାଡ଼ି ଖାଦ୍ୟ ଓ ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା

Shiksha.com

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟ ଯୁକ୍ତ ତିନି ପ୍ରଶ୍ନପତ୍ର ଲିକ୍ ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ଉଚ୍ଚ ଶିକ୍ଷା ବିଭାଗକୁ ଆବେଦନ କରାଯିବ। ଏଥିପାଇଁ ଚିଠି ଲେଖାଯାଇଛି, ଶନିବାର ଉଚ୍ଚ ଶିକ୍ଷା ବିଭାଗ ମୁଖ୍ୟ ଶାସନ ସଚିବଙ୍କୁ ଦିଆଯିବ ବୋଲି କହିଛନ୍ତି ସମ୍ବଲପୁର ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ସୂର୍ଯ୍ୟନାରାୟଣ ନାଏକ। ଦ୍ବିତୀୟ ଦିନରେ ୫ଟି ସ୍କ୍ବାଡ୍ ରାଉରକେଲା, ସୁନ୍ଦରଗଡ଼ ଏବଂ ଭବାନୀପାଟନା ସ୍ଥିତ ଅନେକ କଲେଜରେ ଚଢାଉ କରାଯାଇଛି। ସୁନ୍ଦରଗଡ଼ ସ୍ଥିତ କଲେଜଗୁଡ଼ିକରେ ସର୍ବାଧିକ ଚଢାଉ କରାଯାଇଛି। ଆଶା କରାଯାଉଥିଲା, ଆଜି ଲିକ ସଂକ୍ରାନ୍ତରେ ଏତଲା ଦିଆଯିବ। ମାତ୍ର ପ୍ରଶ୍ନପତ୍ର ଲିକ୍ ଘଟଣା ବୁର୍ଲା ପରୀସିମା ମଧ୍ୟରେ ହୋଇନଥିବାରୁ ବୁର୍ଲା ଥାନାରେ ଦିଆଯିବ କି ଅନ୍ୟ କଣ ପଦକ୍ଷେପ ନିଆଯିବ ଏଥିସଂକ୍ରାନ୍ତରେ ଆଲୋଚନା ଚାଲିଛି। ପ୍ରଶ୍ନପତ୍ର ଲିକ୍ କିଏ ଏବଂ କିଭଳି କରିଛି ଏହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ପଷ୍ଟ କରି ନାହାନ୍ତି। ନାମ ଲେଖା ବାବଦରେ ବିଦ୍ୟାର୍ଥୀଙ୍କ ଠାରୁ ମୋଟା ଅଙ୍କର ଫି ନେଉଥିବା ଆବାସିକ କଲେଜଗୁଡ଼ିକ ହିଁ ପ୍ରଶ୍ନପତ୍ର ଲିକରେ ସଂପୃକ୍ତ ଥିବା ଆଶଙ୍କା କରାଯାଉଛି।

ଯୁକ୍ତ ଦୁଇ ପରେ ଯୁକ୍ତ ତିନି ପ୍ରଶ୍ନପତ୍ର ବି ଲିକ। ସୁନ୍ଦରଗଡ଼ର ଏକ କଲେଜରୁ ଏହି ପ୍ରଶ୍ନପତ୍ର ଜଣେ ଛାତ୍ରୀଙ୍କ ମୋବାଇଲ୍‌କୁ ଆସିବା ପରେ ଅନ୍ୟ ମୋବାଇଲ୍‌କୁ ଘୂରି ବୁଲିଥିବା ଓ ଭାଇରାଲ ହୋଇଥିବା ଚର୍ଚ୍ଚା ହୋଇଥିଲା। କଥା ଏତିକିରେ ସରି ଯାଉ ନାହିଁ। ଏଥିପଛରେ କୌଣସି ବିଦ୍ୟାର୍ଥୀ ନୁହଁନ୍ତି ବରଂ ଆବାସିକ କଲେଜ କର୍ତ୍ତୃପକ୍ଷଙ୍କ ହାତ ଥିବା ସନ୍ଦେହ କରାଯାଉଛି। କେବଳ ଚଳିତ ବର୍ଷ ନୁହେଁ ପୂର୍ବରୁ ମଧ୍ୟ ବିଭିନ୍ନ ଉପାୟରେ ନିଜ କଲେଜର ବିଦ୍ୟାର୍ଥୀଙ୍କୁ ସେମାନେ ପ୍ରଶ୍ନ ଜଣାଉଥିବା ଅନୁମାନ କରାଯାଉଛି। ସମ୍ପୂର୍ଣ୍ଣ ପ୍ରଶ୍ନପତ୍ର ନଖୋଲି ଏହାର କେତୋଟି ପ୍ରଶ୍ନ ଦେଖି ଏହି ଆବାସିକ କଲେଜଗୁଡ଼ିକ ନିଜ ବିଦ୍ୟାର୍ଥୀ ଜଣାଉଥିବା ଅନୁମାନ କରାଯାଉଛି। ଏଥିସଂକ୍ରାନ୍ତରେ ବିଭିନ୍ନ ସମୟରେ ବିଶ୍ବବିଦ୍ୟାଳୟକୁ ଅଭିଯୋଗ ମଧ୍ୟ ମିଳୁଥିଲା। ମାତ୍ର ଠୋସ ପ୍ରମାଣ ମିଳୁନଥିବାରୁ ପଦକ୍ଷେପ ଗ୍ରହଣ କରାଯାଇ ପାରୁନଥିଲା। ଏଥିଯୋଗୁଁ ଏହି ଆବାସୀୟ ଶିକ୍ଷାନୁଷ୍ଠାନକୁ ନିୟମ ଅନୁଯାୟୀ ଗୋଟିଏ ଦିନ ବଦଳରେ ପରୀକ୍ଷାର କିଛି ସମୟ ପୂର୍ବରୁ ପ୍ରଶ୍ନପତ୍ର ପଠାଯାଉଥିଲା। ଏଭଳି ସ୍ଥଳରେ ଆବାସିକ ଶିକ୍ଷାନୁଷ୍ଠାନ ନିକଟସ୍ଥ ଘରୋଇ କଲେଜକୁ ଅର୍ଥ ଦେଇ ପ୍ରଶ୍ନପତ୍ର ହାସଲ କରୁଥିବା ଜଣାପଡ଼ିଛି। ରସାୟନ ବିଜ୍ଞାନ ପ୍ରଶ୍ନପତ୍ର ଲିକ ବାବଦରେ ଠୋସ ପ୍ରମାଣ ପାଇବା ପରେ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ନିର୍ଦେଶରେ ସ୍କ୍ବାଡ ଚଢାଉ କରୁଛନ୍ତି। ଏହି ଲିକ ପଛରେ ସାଇବର ଅପରାଧ ରହିଥିବାରୁ କ୍ରାଇମ ବ୍ରାଞ୍ଚ ତଦନ୍ତ ହିଁ ସତ୍ୟକୁ ପଦାରେ ପକାଇବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe