ସମ୍ବଲପୁର ବିଶ୍ବବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍ ଘଟଣାର ମୁଖା ଖୋଲି ପାରିଲାନି ତଦନ୍ତ କମିଟି

ସମ୍ବଲପୁର ବିଶ୍ବବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍ ଘଟଣାର ମୁଖା ଖୋଲି ପାରିଲାନି ତଦନ୍ତ କମିଟି

IndiaTV News

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ଦଶ ଦିନ ପରେ ବି ଅଭିଯୁକ୍ତଙ୍କୁ ଆଜି ପର୍ଯ୍ୟନ୍ତ ନା’ କୁଳପତିଙ୍କ ଦ୍ବାରା ଗଠିତ  ତଦନ୍ତ କମିଟି ଧରିପାରିଲା ନା ବୁର୍ଲା ପୁଲିସ୍‌କୁ ଥଳକୁଳ ମିଳିପାରିଲା। ବିଶ୍ବବିଦ୍ୟାଳୟର ତଦନ୍ତ କମିଟି ଅଭିଯୁକ୍ତଙ୍କ କୌଣସି ଟେର ନପାଇ ହାତ ଟେକି ଆଗକୁ ସମସ୍ତ ତଦନ୍ତ ବୁର୍ଲା ପୁଲିସ୍ ଓ ସାଇବର ସେଲ୍ କରିବ ବୋଲି ଉଲ୍ଲେଖ କରିଥିଲେ। ଏପଟେ କେଉଁ ସ୍ଥାନରେ ତ୍ରୁଟି ରହିଛି, ତାହା ତର୍ଜମା କରିବା ପାଇଁ ଗୁରୁବାର ଦିନ ଏସଡିପିଓ ସତ୍ୟବ୍ରତ ଦାଶଙ୍କ ନେତୃତ୍ବରେ ପୁଲିସ ଟିମ୍ ଏବଂ ସାଇବର ବିଶେଷଜ୍ଞ ଟିମ୍ ବିଶ୍ଵବିଦ୍ୟାଳୟକୁ ଆସିଥିଲେ।

ଗତ ୧୫ ତାରିଖରେ ବିଶ୍ଵବିଦ୍ୟାଳୟ କୁଳସଚିବ ଡ. ନୃପରାଜ ସାହୁ ବୁର୍ଲା ଥାନା ଓ ସାଇବର ସେଲ୍‌ରେ ଲିଖିତ ଅଭିଯୋଗ ଦେବା ପରେ ଦୀର୍ଘ ୬ ଦିନ ବୁର୍ଲା ପୁଲିସ ବିଶ୍ଵବିଦ୍ୟାଳୟକୁ ଆସି ବିଭିନ୍ନ ଦିଗରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା। ଶେଷରେ ସେମାନେ ପ୍ରଶ୍ନପତ୍ର ତିଆରି ପ୍ରକ୍ରିୟାରେ ବିଶ୍ଵବିଦ୍ୟାଳୟର ନିୟମକୁ ଅବମାନନାକରି ଅନେକ କାର୍ଯ୍ୟ କରାଯାଇଥିବା ଜାଣିପାରିଥିଲେ। ତେଣୁ, ଯୁକ୍ତ ୩ ଷଷ୍ଠ ସେମିଷ୍ଟର ପରୀକ୍ଷା ପ୍ରଶ୍ନପତ୍ର ତିଆରି କରିଥିବା ସମସ୍ତ ଅଧ୍ୟାପକ, ପ୍ରଶ୍ନପତ୍ର ତିଆରି ଓ ପରୀକ୍ଷା ପରିଚାଳାନା ଦାୟିତ୍ବରେ ଥିବା କର୍ମଚାରୀ ତଥା ପରୀକ୍ଷା ନିୟନ୍ତ୍ରକଙ୍କୁ ପୁଲିସ୍ ସନ୍ଦେହ ଘେରରେ ରହଛନ୍ତି। ତେବେ,  ଗୁରୁବାର ପରଠାରୁ ସାଇବର ଟିମ୍ ଆଉ ତଦନ୍ତ ପାଇଁ  ବିଶ୍ଵବିଦ୍ୟାଳୟକୁ ଆସିନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe