ସମ୍ବଲପୁର ବିଶ୍ବବିଦ୍ୟାଳୟ ପ୍ରଶ୍ନପତ୍ର ପ୍ରଘଟ!

Advertisment
ସମ୍ବଲପୁର ବିଶ୍ବବିଦ୍ୟାଳୟ ପ୍ରଶ୍ନପତ୍ର ପ୍ରଘଟ!

CollegeDekho

ସମ୍ବଲପୁର: ବୁଧବାର ସମ୍ବଲପୁର ବିଶ୍ବବିଦ୍ୟାଳୟ +୩ ପଦାର୍ଥବିଜ୍ଞାନ ସମ୍ମାନର ଇଲେକ୍ଟ୍ରୋ ମ୍ୟାଗ୍‌ନେଟିକ୍ ପରୀକ୍ଷା ଥିଲା। ତେବେ ପରୀକ୍ଷା ପୂର୍ବରୁ ଏହାର ପ୍ରଶ୍ନପତ୍ର ପ୍ରଘଟ ହୋଇ ସାରିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଉକ୍ତ ପ୍ରଶ୍ନ ଗୁଡ଼ିକ ଟାଇପ୍‌ ହୋଇଥିବା ଏକ ପିଡିଏଫ୍‌ ଫାଇଲ୍‌ ଭାଇରାଲ୍ ହେଉଛି। ଅବଶ୍ୟ ଟାଇପ୍‌ ହୋଇଥିବା ଉକ୍ତ ସଫ୍‌ଟ କପିଟିରେ ଅନେକ ତ୍ରୁଟି ରହିଛି। ପ୍ରଶ୍ନପତ୍ରର ଢାଞ୍ଚାଠାରୁ ମଧ୍ୟ ଏହା ଭିନ୍ନ ଅଛି। ତେବେ ଏହା ଗତ ୧୧ ତାରିଖ ମଧ୍ୟରାତ୍ରି ପ୍ରାୟ ୧ଟା ବେଳେ ହ୍ବାଟ୍‌ସଆପ୍‌ରେ ପଠା ଯାଇଥିବା ଏକ ସ୍କ୍ରିନ୍ ସଟ୍ ମଧ୍ୟ ଏହା ସହିତ ଭାଇରାଲ୍ ହେଉଛି। ତେଣୁ ପ୍ରଶ୍ନପତ୍ରଟି ପରୀକ୍ଷାର ୩ ଦିନ ପୂର୍ବରୁ ପ୍ରଘଟ ହୋଇ ସାରିଥିବା ଅଭିଯୋଗରେ ଦର୍ଶା ଯାଇଛି।

ତେବେ ଏହାକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ସଂପୂର୍ଣ୍ଣ ଖଣ୍ଡନ କରାଯାଇଛି। ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ. ରବୀନ୍ଦ୍ର ପାଣିଗ୍ରାହୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଏହା ଏକ ଗୁଜବ। ଅଭିଯୋଗ ମିଳିବା ପରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଏହାର ଅନୁସଂଧାନ କରାଯାଇଛି। ପରୀକ୍ଷା ସରିବା ପରେ ବରଗଡ଼ ଅଞ୍ଚଳରୁ କେହି ଜଣେ ଏଭଳି ଏକ କପି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରୁଥିବା ଅନୁମାନ କରାଯାଉଛି। ଏହା ବିଶ୍ବବିଦ୍ୟାଳୟକୁ ନିନ୍ଦିତ କରିବାର ଏକ ଅପପ୍ରୟାସ ମାତ୍ର। ବିଶ୍ବବିଦ୍ୟାଳୟ ପ୍ରଶ୍ନପତ୍ର ଅତ୍ୟନ୍ତ ସୁରକ୍ଷିତ ଢଙ୍ଗରେ ରାଜ୍ୟ ବାହାରର ଅଜଣା ସ୍ଥାନରେ ପ୍ରସ୍ତୁତ ହୋଇଥାଏ। ପ୍ରଶ୍ନପତ୍ର ପ୍ରସ୍ତୁତ ପୂର୍ବରୁ ଏଭଳି ସଫଟ କପି କେବେ ତିଆରି କରାଯାଏ ନାହିଁ ‌େବାଲି ଶ୍ରୀ ପାଣିଗ୍ରାହୀ ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe