ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ଫିଲ୍‌ ସିଟ୍‌ କମିଲା, ୩୨ ଅଧ୍ୟାପକ ନିଯୁକ୍ତି ପାଇଁ ବାଟ ଓଗାଳିଛନ୍ତି ସରକାର

Advertisment
ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ଫିଲ୍‌ ସିଟ୍‌ କମିଲା, ୩୨ ଅଧ୍ୟାପକ ନିଯୁକ୍ତି ପାଇଁ ବାଟ ଓଗାଳିଛନ୍ତି ସରକାର

getmyuni.com

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟ ଏମଫିଲ୍‌ ସିଟ୍ ହ୍ରାସ ପାଇଛି। ୯ଟି ପାଠ୍ୟକ୍ରମରେ ୩୨ଟି ସିଟ୍‌ କମିଥିବାବେଳେ ୪ଟି ପାଠ୍ୟକ୍ରମରେ ୧୧ଟି ସିଟ୍‌ ବଢିଛି। ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ସଂଖ୍ୟା ଅନୁଯାୟୀ ଗତବର୍ଷଠାରୁ ଚଳିତ ବର୍ଷ ମଧ୍ୟରେ ସିଟ୍‌ ସଂଖ୍ୟାରେ ପରିବର୍ତ୍ତନ କରାଯାଇଥିବା କହିଛନ୍ତି ବିଶ୍ବବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷ ଅଶୋକ ଦାସ। ଅନ୍ୟଦିଗରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଖାଲିଥିବା ୩୨ ଅଧ୍ୟାପକ ନିଯୁକ୍ତି ପାଇଁ ରାଜ୍ୟ ସରକାର ନିଷେଧାଦେଶ ଜାରି କରିଥିବାରୁ ଅଧ୍ୟାପକ ନିଯୁକ୍ତି ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।

ଚଳିତ ବର୍ଷ ସମ୍ବଲପୁର ବିଶ୍ବବିଦ୍ୟାଳୟ ଏମ୍‌ଫିଲ୍‌ ପାଠ୍ୟକ୍ରମ ନାମଲେଖାଇବା ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏହାର ଅବଧି ଚଳିତ ଜୁନ ମାସରୁ ୨୦୨୦ ମେ’ ମାସ ପର୍ଯ୍ୟନ୍ତ ରହିଛି। ଚଳିତ ବର୍ଷ ବିଜନେସ ଆଡମିନିଷ୍ଟ୍ରେସନ, କମ୍ପୁଟର ସାଇନ୍ସ, ଇତିହାସ, ଆଇନ, ଜୀବବିଜ୍ଞାନ, ଗଣିତ, ଓଡ଼ିଆ, ରାଜନୀତି ବିଜ୍ଞାନ ଏବଂ ପବ୍ଲିକ ଆଡମିନିଷ୍ଟ୍ରେସନର ଏମ୍‌ଫିଲ୍ ସିଟ୍‌ ସଂଖ୍ୟା ଗତବର୍ଷ ତୁଳନାରେ ହ୍ରାସ କରାଯାଇଛି। ଏଥିମଧ୍ୟରେ ଓଡ଼ିଆ ବିଭାଗର ସର୍ବାଧିକ ୧୧ଟି ସିଟ ହ୍ରାସ କରାଯାଇଛି। ପୂର୍ବରୁ ଓଡ଼ିଆରେ ଏମ୍‌ଫିଲ୍‌ ପାଇଁ ୧୫ଟି ସିଟ୍‌ ଥିବାବେଳେ ଚଳିତ ବର୍ଷ ମାତ୍ର ୬ଟି ସିଟ୍‌ ରହିଛି। ବିଜନେସ ଆଡମିନିଷ୍ଟ୍ରେସନ‌େର ୧୬ରୁ ୧୪, କମ୍ପୁଟର ସାଇନ୍ସ‌େର ୮ରୁ୨, ଇତିହାସ‌େର ୬ରୁ୪, ଆଇନ‌େର ୭ରୁ୫, ଜୀବ‌ବିଜ୍ଞାନ‌େର ୧୨ରୁ୧୧, ଗଣିତ‌େର ୧୫ରୁ୧୧, ରାଜନୀତି ବିଜ୍ଞାନ‌େର ୮ରୁ୭, ପବ୍ଲିକ ଆଡମିନିଷ୍ଟ୍ରେସନ‌େର ୫ରୁ୨କୁ ସିଟ ସଂଖ୍ୟା ହ୍ରାସ କରାଯାଇଛି। ତେବେ ରସାୟନ ବିଜ୍ଞାନ, ଭୂ ବିଜ୍ଞାନ, ଇଂରାଜୀ ଏବଂ ପଦାର୍ଥ ବିଜ୍ଞାନ‌େର ସିଟ୍‌ ସଂଖ୍ୟା ବୃଦ୍ଧି କରାଯାଇଛି। ରସାୟନ ବିଜ୍ଞାନର ୧୬ରୁ୨୦, ଭୂ ବିଜ୍ଞାନ‌େର ୬ରୁ୭, ଇଂରାଜୀର ୮ରୁ୯, ପଦାର୍ଥ ବିଜ୍ଞାନ‌େର ୧୦ରୁସିଟ ସଂଖ୍ୟା ୧୫କୁ ବୃଦ୍ଧି କରାଯାଇଛି।
ଚଳିତ ବର୍ଷ ବିଶ୍ବବିଦ୍ୟାଳୟ ଅଧ୍ୟାପକଙ୍କ ସଂଖ୍ୟା ଅନୁଯାୟୀ ହିଁ ୟୁଜିସି ଏମ୍‌ଫିଲ୍ ସିଟ୍‌ ନିର୍ଧାରଣ କରିଥିବା ଜଣାପଡ଼ିଛି। ସମସ୍ତ ବିଶ୍ବବିଦ୍ୟାଳୟ କମନ ଗାଇଡ୍‌ଲାଇନ୍‌ ଅନୁସାରେ ଅଧ୍ୟାପକ ନିଯୁକ୍ତି ପାଇଁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଛି। ଗୋଟିଏ ଫର୍ମାଟ ଜାରି ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ନିର୍ଦେଶ ଦିଆଯାଇଛି। ଏଥିଯୋଗୁଁ ୩୨ ଅଧ୍ୟାପକ ନିଯୁକ୍ତି ମଧ୍ୟ ବିଶ୍ବବିଦ୍ୟାଳୟ କରିପାରୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe