ସମ୍ବଲପୁର ହିଂସାକାଣ୍ଡ ଘଟଣା: ସତର୍କ କରାଇଥିଲା ଗୋଇନ୍ଦା ବିଭାଗ

ସମ୍ବଲପୁର ହିଂସା ନେଇ ବିଜେଡି-ବିରୋଧୀ ପୁଣି ମୁହାଁମୁହିଁ

ସମ୍ବଲପୁର : ହନୁମାନ ଜୟନ୍ତୀରେ ସମ୍ବଲପୁରରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ତେବେ ଏହାର ଦିନକ ପୂର୍ବରୁ ଅର୍ଥାତ ଗତ ୧୧ ତାରିଖ ଦିନ ଗୋଇନ୍ଦା ବିଭାଗ (ସ୍ପେସାଲ୍‌ ବ୍ରାଞ୍ଚ) ଏସ୍‌ପି ସମ୍ବଲପୁର ଏସ୍‌ପିଙ୍କୁ ଚିଠି ଲେଖି ଏ ନେଇ ସତର୍କ କରାଇଥିଲେ। ବାଇକ୍‌ ଶୋଭାଯାତ୍ରା ଯେଉଁ ଅଂଚଳ ଦେଇଯିବ, ସେହି ଅଂଚଳରେ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କ ସଂଖ୍ୟା ବହୁତ ଅଧିକ ରହିଛି। ତେଣୁ ବାଇକ୍ ଶୋଭାଯାତ୍ରା ବେଳେ ସ୍ଲୋଗାନ ଦିଆଯିବାକୁ ନେଇ ସଂପୃକ୍ତ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଦୁଇ ସଂପ୍ରଦାୟ ମଧ୍ୟରେ ବି‌ଦ୍ବେଷ ସୃଷ୍ଟି ହେବାର ଆଶଙ୍କା ରହିଛି। ଭାରତର ବିଭିନ୍ନ ଅଂଚଳରେ ଏବେ ସାଂପ୍ରଦାୟିକ ଉତ୍ତେଜନା ଜାରି ରହିଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାକୁ ଏଡ଼ାଇ ଦିଆଯାଇନପାରେ। ତେଣୁ ଅତ୍ୟନ୍ତ ସତର୍କତା ବ୍ୟବସ୍ଥା ଅବଲମ୍ବନ କରିବାକୁ ଉକ୍ତ ଚିଠିରେ ଗୋଇନ୍ଦା ବିଭାଗ ଏସ୍‌ପି ଉଲ୍ଲେଖ କରିଥିଲେ।

ସମ୍ବଲପୁର ଏସ୍‌ପିଙ୍କ ସହିତ ଏହି ଚିଠିର ନକଲ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଏଡିଜି (ଆଇନ ଶୃଙ୍ଖଳା), ଉତ୍ତରାଞ୍ଚଳ ଆଇଜିଙ୍କ ସହିତ ପୁଲିସ ବିଭାଗର ଅନ୍ୟ କେତେକ ବରିଷ୍ଠ ଅଧିକାରୀଙ୍କ ପାଖକୁ ବି ପଠାଯାଇଥିଲା। ତେବେ ଗୋଇନ୍ଦା ବିଭାଗର ସତର୍କତା ସତ୍ତ୍ବେ ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe