ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତ

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତ

ସମ୍ବଲପୁର: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଦିନିକିଆ ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେ ପ୍ରଥମେ ଗୋଶାଳା ସ୍ଥିତ ସିଆର୍‌ପିଏଫ୍‌ କ୍ୟା‌ମ୍ପ ପରିଦର୍ଶନ କରି ଅତିଥି ଭବନ ଦେଖିବା ସହ ଟେନିସ କୋର୍ଟ, ଗଲ୍‌ଫ ପଡ଼ିଆ ଆଦି ବୁଲି ଦେଖିଥିଲେ। ସିଆର୍‌ପିଏଫ୍‌ ଡିଆଇଜିଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।

ଶ୍ରୀ ତ୍ରିପାଠୀ ଧନକଉଡ଼ା ବ୍ଲକ ବସନ୍ତପୁର ପଂଚାୟତ ସାହାଜବାହାଲ ଠାରେ ଉନ୍ନତି ପ୍ରୟୋଜନ ଟେରାକୋଟା କାମ ପରିଦର୍ଶନ କରି ଏସ୍‌ଏଚ୍‌ଜି ଓ ପିଆର୍‌ଆଇ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଧନକଉଡ଼ା ବ୍ଲକ କଳାମାଟି ଜିପି କର୍ଣ୍ଣପାଲିରେ ହୋଇଥିବା ଡ୍ରାଗନ ଫଳ ଚ‌ାଷ ଦେଖି ଚାଷୀଙ୍କ ପ୍ରଶଂସା କରିଥିଲେ। ମାଛ ପୋଖରୀ ପରିଦର୍ଶନ କରିଥିଲେ। ଶ୍ରୀ ତ୍ରିପାଠୀ ପ୍ରସ୍ତାବିତ ଦୁର୍ଗାପାଲି ପୋଖରୀର ସୌନ୍ଦର୍ଯ୍ୟକରଣ ଦେଖିଥିଲେ। ଏସବିଆଏ ମୁଖ୍ୟ ଶାଖା ନିକଟରେ ପ୍ରସ୍ତାବିତ କନଭେନସନ୍‌ ସେଣ୍ଟର, କୁଲୁଥକାନିଠାରେ ପ୍ରସ୍ତାବିତ ଇକୋ ପାର୍କର ଉନ୍ନତିକରଣ ଦେଖିଥିଲେ। ଏହି ପରିଦର୍ଶନରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ଅନନ୍ୟା ଦାସ, ପଶ୍ଚିମ ଓଡିଶା ବିକାଶ ପରିଷଦ ସିଇଓ ଅଜିତ ମିଶ୍ର, ପିଡି ଡିଆରଡିଏ ଦିଲ୍ଲୀପ କୁମାର ବଳ, ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ପ୍ରଦୀପ ସାହୁଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସଂଧ୍ୟାରେ ବୁର୍ଲା ଅଶୋକ ନିବାସ ଠାରେ ଶ୍ରୀ ତ୍ରିପାଠୀ ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିଭାଗର ଉନ୍ନତି ମୂଳକ କାମର ସମୀକ୍ଷା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe