ସମ୍ବଲପୁର ହେଲା ଦେଶର ଦ୍ଵିତୀୟ ପ୍ଲାଷ୍ଟିକମୁକ୍ତ ଷ୍ଟେସନ

Advertisment
ସମ୍ବଲପୁର ହେଲା ଦେଶର ଦ୍ଵିତୀୟ ପ୍ଲାଷ୍ଟିକମୁକ୍ତ ଷ୍ଟେସନ

ସମ୍ବଲପୁର: ସମ୍ବଲପୁର ଜଂସନ ଦେଶର ଦ୍ଵିତୀୟ ପ୍ଲାଷ୍ଟିକ ବର୍ଜିତ ରେଳ ଷ୍ଟେସନ ଘୋଷିତ ହୋଇଛି। ଆନ୍ଧ୍ରପ୍ରଦେଶର ତିରୁପତି ପରେ ଏହା ସାରା ଦେଶରେ ଦ୍ଵିତୀୟ ଷ୍ଟେସନଭାବେ ପ୍ଲାଷ୍ଟିକ ମୁକ୍ତ ହୋଇଛି। ବୁଧବାର ସମ୍ବଲପୁର ମଣ୍ଡଳ ରେଳ ପ୍ରବନ୍ଧକ ଡ. ଜୟଦୀପ ଗୁପ୍ତାଙ୍କ ନେତୃତ୍ୱରେ ରେଳବାଇ କର୍ମଚାରୀ ଓ ଅଧିକାରୀ, ସ୍କୁଲ ଛାତ୍ରଛାତ୍ରୀ, ଭାରତ ସ୍କାଉଟସ ଓ ଗାଇଡ୍‌ସ ତଥା ଏନ୍‌ସିସି ସ୍ୱେଛାସେବୀ, ଷ୍ଟେସନ କର୍ମଚାରୀ ମାନେ ଏକ ଶପଥ ଗ୍ରହଣ ଉତ୍ସବରେ ଭାଗନେଇ ସମ୍ବଲପୁର ଷ୍ଟେସନରେ ଗୋଟିଏ ଥର ବ୍ୟବହାରରେ ଲାଗୁଥିବା (ୟୁଜ୍‌ ଆଣ୍ଡ ଥ୍ରୋ’) ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନକରିବାକୁ ଶପଥ ନେବା ସହ ଅନ୍ୟମାନଙ୍କୁ ଏଠାରେ ପ୍ଲାଷ୍ଟିକ ବ୍ୟବହାର ନ କରାଇବାକୁ ସଚେତନ କରାଇବେ ବୋଲି ପ୍ରଣ କରିଥିଲେ।

ଡ. ଗୁପ୍ତା ପ୍ଲାଷ୍ଟିକର ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ସଂପର୍କରେ କହିବା ସହ ଷ୍ଟେସନ ଓ ରେଳବାଇ କାର୍ଯ୍ୟାଳୟ ପରିସର ପ୍ଲାଷ୍ଟିକ ମୁକ୍ତ କରିବାକୁ ଯାତ୍ରୀ ଓ କର୍ମଚାରୀଙ୍କୁ ଆହ୍ଵାନ ଦେଇଥିଲେ। ତାଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ରେଳବାଇ ଅଧିକାରୀ, କର୍ମଚାରୀ, ଭାରତ ସ୍କାଉଟସ ଓ ଗାଇଡ଼ସ, ଏନ୍‌ସିସି ସ୍ୱେଛାସେବୀ, ସ୍କୁଲ ଛାତ୍ରଛାତ୍ରୀ, ବେସରକାରୀ ସଂସ୍ଥା, ରେଳଯାତ୍ରୀ, ଭେଣ୍ଡର, ସ୍ୱୀକୃତିପ୍ରାପ୍ତ କୁଲି, ସଫେଇ କର୍ମଚାରୀ ଏବଂ ବରିଷ୍ଠ ନାଗରିକମାନେ ଏକ ରାଲି ଆୟୋଜନ କରି ରେଳଯାତ୍ରୀ, ରେଳ ବ୍ୟବହାରକାରୀ ଏବଂ ସାଧାରଣ ଜନତାଙ୍କୁ ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ ସଚେତନ କରାଇଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe