ସମ୍ବଲପୁରରେ ଚାଞ୍ଚଲ୍ୟ: ସର୍ବସାଧାରଣରେ ମହିଳାଙ୍କୁ ଛୁରି ଭୁସି ହତ୍ୟା

Advertisment

ସମ୍ବଲପୁର ସହରରେ ମଙ୍ଗଳବାର ସ୍ପଷ୍ଟ ଦିବାଲୋକରେ ହତ୍ୟାକାଣ୍ଡ ଘଟିଛି। ସ୍ଥାନୀୟ ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ ଜନୈକ ମହିଳା ଲଳିତା ଦେହେରୀ (୩୫)ଙ୍କୁ ସର୍ବସମ୍ମୁଖରେ ଛାତିରେ ଛୁରି ଭୁସି ଅଭିଯୁକ୍ତ ପାନ ହରିପାଲ ଫେରାର ହୋଇଯାଇଛି।

ସମ୍ବଲପୁର ସହରରେ ମଙ୍ଗଳବାର ସ୍ପଷ୍ଟ ଦିବାଲୋକରେ ହତ୍ୟାକାଣ୍ଡ ଘଟିଛି। ସ୍ଥାନୀୟ ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ ଜନୈକ ମହିଳା ଲଳିତା ଦେହେରୀ (୩୫)ଙ୍କୁ ସର୍ବସମ୍ମୁଖରେ ଛାତିରେ ଛୁରି ଭୁସି ଅଭିଯୁକ୍ତ ପାନ ହରିପାଲ ଫେରାର ହୋଇଯାଇଛି।

ମାରଣାସ୍ତ୍ରରେ ଯୁବକଙ୍କୁ ହତ୍ୟା!

ସମ୍ବଲପୁର: ସମ୍ବଲପୁର ସହରରେ ମଙ୍ଗଳବାର ସ୍ପଷ୍ଟ ଦିବାଲୋକରେ ହତ୍ୟାକାଣ୍ଡ ଘଟିଛି। ସ୍ଥାନୀୟ ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ ଜନୈକ ମହିଳା ଲଳିତା ଦେହେରୀ (୩୫)ଙ୍କୁ ସର୍ବସମ୍ମୁଖରେ ଛାତିରେ ଛୁରି ଭୁସି ଅଭିଯୁକ୍ତ ପାନ ହରିପାଲ ଫେରାର ହୋଇଯାଇଛି। ମୃତକ ଲଳିତାଙ୍କ ନାମରେ ପୂର୍ବରୁ ମଦ କାରବାରକୁ ନେଇ ପୁରୁଣା ମାମଲା ରହିଥିବା ସମ୍ବଲପୁର ଟାଉନ ଥାନା ଅଧିକାରୀ ରଞ୍ଜନ ବିଶ୍ବାଳ ସୂଚନା ଦେଇଛନ୍ତି।  

ପୁଲିସ ସୂଚନା ଅନୁଯାୟୀ, କୌଣସି କଥାକୁ ନେଇ ଆଜି ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ସାହୁ କଲୋନି ନିକଟସ୍ଥ ଝୁପୁଡ଼ିପଡ଼ାର ଚା’ ଦୋକାନୀ ଲଳିତା ଦେହେରୀଙ୍କ ସହିତ ପାନ ହରିପାଲଙ୍କ ଯୁକ୍ତିତର୍କ ହୋଇଥିଲା। ପାନ ଅଚାନକ ଉତ୍‌କ୍ଷିପ୍ତ ହୋଇ ଲଳିତାଙ୍କୁ ଛୁରିରେ ଆକ୍ରମଣ କରିଥିଲା। ଲଳିତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସଦର ଡାକ୍ତରଖାନା ଓ ପରେ ବୁର୍ଲା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ସୂଚନା ଦେଇଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇ ନାହିଁ। ତେବେ ପୁଲିସର କହିବାନୁସାରେ, ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ହତ୍ୟାକାଣ୍ଡ ହୋଇଥିବାରୁ ନିଶା କାରବାର ସହିତ ଏହାର ସମ୍ପର୍କ ନଥିବା ଅନୁମାନ କରାଯାଉଛି। ଅଭିଯୁକ୍ତ ଗିରଫ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ। ଲଳିତା ସାହୁକଲୋନି ନିବାସୀ ଜୟପ୍ରକାଶଙ୍କ ସ୍ତ୍ରୀ ଅଟନ୍ତି ଏବଂ ତାଙ୍କର ୨ ଝିଅ ଏବଂ ଜଣେ ପୁଅ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe