ହାଇଦ୍ରାବାଦରେ ଫସିଛନ୍ତି ସମ୍ବଲପୁରର ଶ୍ରମିକ

Advertisment
ହାଇଦ୍ରାବାଦରେ ଫସିଛନ୍ତି ସମ୍ବଲପୁରର ଶ୍ରମିକ

ସମ୍ବଲପୁର : ହାଇଦ୍ରାବାଦରେ ଫସିଛନ୍ତି ସମ୍ବଲପୁର ଜିଲ୍ଲାର ଅନେକ ଶ୍ରମିକ। ଗତ ୩ ଦିନ ହେଲା ହାଇଦ୍ରାବାଦ ଗାନ୍ଧୀ ବସ୍‌ଷ୍ଟାଣ୍ଡରେ ୨୮ ଜଣ ଭୋକଉପାସରେ ପଡ଼ି ରହିଛନ୍ତି। କିଛି ମାସ ତଳେ ସମ୍ବଲପୁର ଧମା ଅଂଚଳରେ ଏହି ଶ୍ରମିକମାନେ ଇଟାଭାଟିରେ କାମ କରିବାକୁ ସିକନ୍ଦରାବାଦ ଯାଇଥିଲେ। ଇଟାଭାଟି ମାଲିକ କିନ୍ତୁ ସେମାନଙ୍କ ପାରିଶ୍ରମିକ ଦେଉନଥିଲା। ଘରକୁ ଯିବାକୁ ଚାହିଁଲେ ବି ସେମାନଙ୍କୁ ଇଟାଭାଟି ମାଲିକ ଛାଡ଼ୁନଥିଲେ। ଏଭଳି ସ୍ଥିତିରେ ସେମାନେ ଲୁଚି ହାଇଦ୍ରାବାଦ ବସ୍‌ଷ୍ଟାଣ୍ଡକୁ ଚାଲି ଆସିଥିଲେ। ଟଙ୍କା ଅଭାବରୁ ସେମାନେ ଆଉ ସମ୍ବଲପୁର ଫେରିପାରିନଥିଲେ। ଭୋକଉପାସରେ ସେଠାରେ ପଡ଼ି ରହିଥିଲେ।

ଅନ୍ୟ ଉପାୟ ନପାଇ ସେମାନେ ଆଜି ସେମାନଙ୍କ ଏକ ଭିଡ଼ିଓ ପ୍ରସ୍ତୁତ କରି ସୋସାଆଲ ମିଡିଆରେ ଛାଡ଼ି ଥିଲେ। ଏ ସଂପର୍କିତ ଖବର ‘କନକ ଟିଭି’ରେ ପ୍ରସାରିତ ହେବା ପରେ ସ୍ଥାନୀୟ ରେଢ଼ାଖୋଲ ବିଧାୟକ ଇଂ.ରୋହିତ ପୂଜାରୀଙ୍କ ତୁରନ୍ତ ସେମାନଙ୍କୁ ସମ୍ବଲପୁର ଫେରାଇ ଆଣିବା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥି ସହିତ ହାଇଦ୍ରାବାଦରେ ରହୁଥିବା ତାଙ୍କର କେତେକ ପରିଚିତ ବ୍ୟକ୍ତିଙ୍କୁ ଯୋଗାଯୋଗ କରି ଶ୍ରମିକମାନଙ୍କୁ ଖାଦ୍ୟ ପହଞ୍ଚାବା ପାଇଁ ଅନୁରୋଧ କରିଥ‌ିଲେ। ବିଧାୟକଙ୍କ ଅନୁରୋଧକ୍ରମେ ଲକ୍ଷ୍ମୀକାନ୍ତ ପଟେଲ, ରଜତ ପଣ୍ଡା, ଅବିନାଶ ପାଢ଼ୀ ପ୍ରମୁଖ ଶ୍ରମିକମାନଙ୍କୁ ପହଂଚି ଖାଦ୍ୟ ଯୋଗାଇ ଦେଇଥିଲେ। ଅପରପକ୍ଷରେ ଜିଲ୍ଲା ପ୍ରଶାସନ ମଧ୍ୟ ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ତତ୍ପରତା ଦେଖାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe