ସମ୍ବଲପୁର ଚିଡ଼ିଆଖାନା ହେବ ଓଡ଼ିଶାର ଦ୍ୱିତୀୟ ନନ୍ଦନକାନନ: ଧର୍ମେନ୍ଦ୍ର

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଚିଡ଼ିଆଖାନା ପରିଦର୍ଶନ କରିବା ସହ ଏହାକୁ ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାର ଦ୍ୱିତୀୟ ନନ୍ଦନକାନନ କରିବା ପାଇଁ ଯୋଜନା କରାଯିବ ବୋଲି କହିଛନ୍ତି।

rye

ସମ୍ବଲପୁର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଚିଡ଼ିଆଖାନା ପରିଦର୍ଶନ କରିବା ସହ ଏହାକୁ ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାର ଦ୍ୱିତୀୟ ନନ୍ଦନକାନନ କରିବା ପାଇଁ ଯୋଜନା କରାଯିବ ବୋଲି କହିଛନ୍ତି। ଶ୍ରୀ ପ୍ରଧାନ ଆଜି ସକାଳେ ସମ୍ବଲପୁର ଚିଡ଼ିଆଖାନାରେ ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନ ବୁଲିବା ସହ ସାଧାରଣ ଲୋକଙ୍କ ସହ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ସମ୍ବଲପୁର ଚିଡ଼ିଆଖାନାର ବିଭିନ୍ନ ସମସ୍ୟା ଓ ନୂଆ ଜୀବଜନ୍ତୁ ଅଣାଯିବା ନେଇ ଚିଡ଼ିଆଖାନା ବନ ବିଭାଗ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏ ସଂପର୍କରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସମ୍ବଲପୁର ଚିଡ଼ିଆଖାନାକୁ ନନ୍ଦନକାନନ ଢଙ୍ଗରେ ନୂଆ ରୂପ ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ଏହାକୁ ବଡ଼ କରିବା ସହ ପର୍ଯ୍ୟଟକଙ୍କ ସୁବିଧା ବଢ଼ାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ। ଚିଡ଼ିଆଖାନାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଉତ୍ତମ ବ୍ୟବହାର ସହ ଚିଡ଼ିଆଖାନାର କର୍ମଚାରୀମାନଙ୍କୁ ଭଲ ଭାବେ ତାଲିମ ଦେବା ପାଇଁ କେନ୍ଦ୍ର ମନ୍ତ୍ରୀ ପରାମର୍ଶ ଦେଇଥିଲେ।  

ସବୁଜ ସହର ହେବ ସମ୍ବଲପୁର, ଆଗାମୀ ୩ ମାସରେ ଲାଗିବ ଲକ୍ଷାଧିକ ଗଛ

ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ବିଶ୍ୱ ପରିବେଶ ଦିବସ ଅବସରରେ ‘ମା’ ପାଇଁ ଗଛଟିଏ’ ଅଭିଯାନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁରକୁ ସବୁଜ ସହରରେ ପରିଣତ କରିବା ପାଇଁ ବିଶ୍ୱ ପରିବେଶ ଦିବସ ଜୁନ୍‌ ୫ରୁ ଅଗଷ୍ଟ ମାସ ମଧ୍ୟରେ ୧ ଲକ୍ଷରୁ ଅଧିକ ଗଛ ଲଗାଯିବ। ପରିବେଶକୁ ଆହୁରି ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା ସହ ତାହାର ଯତ୍ନ ନେବା ଦରକାର ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୧୯୮୫ ମସିହାରେ ଡିଅର୍‌ ପାର୍କ ଭାବେ ସ୍ଥାପିତ ଏବଂ ୧୩ ହେକ୍ଟର ଅଞ୍ଚଳରେ ବ୍ୟାପିଥିବା ସମ୍ବଲପୁର ଚିଡ଼ିଆଖାନାରେ ବର୍ତ୍ତମାନ ୧୭ ପ୍ରଜାତିର ପ୍ରାଣୀ ରହିଛନ୍ତି। ପ୍ରତିଦିନ ପ୍ରାୟ ୧୫୦୦ ଲୋକ ଚିଡ଼ିଆଖାନା ପରିଦର୍ଶନରେ ଆସୁଥିବା ବେଳେ ଆଗାମୀ ଦିନରେ ଏଠାରେ ୪୮ ପ୍ରଜାତିର ପ୍ରାଣୀ ରଖାଯିବା ଯୋଜନା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe