ସୋନପୁରରେ ‘ସମ୍ବଲପୁରୀ ଦିନ୍‌’

ସୋନପୁରରେ ‘ସମ୍ବଲପୁରୀ ଦିନ୍‌’

ସୋନପୁର: ପଶ୍ଚିମ ଓଡ଼ିଶା ଯୁବମଞ୍ଚ ଏବଂ ସୋନପୁର ସହରବାସୀଙ୍କ ପକ୍ଷରୁ ସୋମବାର ସୋନପୁର ରୟାଲ ପଡ଼ିଆରେ ସମ୍ବଲପୁରୀ ଭାଷା ସାହିତ୍ୟର ଅସ୍ମିତା ଗୁରୁ ସତ୍ୟନାରୟଣ ବହିଦାରଙ୍କ ଜୟନ୍ତୀକୁ ‘ସମ୍ବଲପୁରୀ ଦିନ୍‌’ ଭାବେ ପାଳନ କରାଯାଇଛି। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏସ୍‌ପି ଅମରେଶ ପଣ୍ଡା ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ସ୍ବତନ୍ତ୍ର ଅତିଥି ତଥା ପ୍ରାଧ୍ୟାପକ ଡ. ପୁରୁଷୋତ୍ତମ ମିଶ୍ର, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସଦସ୍ୟ ଶାଶ୍ବତ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଗୁରୁ ସତ୍ୟନାରାୟଣ ବହିଦାରଙ୍କ ନାତି ତରୁଣ ବହିଦାରଙ୍କୁ ସଭାରେ ସମ୍ମାନିତ କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମକୁ ହିମାଂଶୁ ପଣ୍ଡା ପରିଚାଳନା କରିଥିବା ବେଳେ ଆବାହାକ ସନ୍ତୋ‌ଷ ମେହେର, ଦେବାଶିଷ ପଟ୍ଟନାୟକ, ଭାଗୀରଥି ମିଶ୍ର, ସନ୍ତୋଷ ମିଶ୍ର, ପ୍ରଭାତ କିଶୋର ଦାନୀ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe