ଥାନା ଗେଟ୍‌ ଓ କାନ୍ଥରେ ସମ୍ବଲପୁରୀ ଛାପ

Advertisment
ଥାନା ଗେଟ୍‌ ଓ କାନ୍ଥରେ ସମ୍ବଲପୁରୀ ଛାପ

ସମ୍ବଲପୁର : ଅଇଁଠାପାଲି ଥାନା ଗେଟ୍‌ରେ ସମ୍ବଲପୁରୀ ସପ୍ତାପୁରୀ ଡିଜାଇନ୍‌। ପୂର୍ବରୁ ଏହି ଥାନାର ଭିତର ପାର୍ଶ୍ବରେ ସମ୍ବଲପୁରୀ ଡିଜାଇନ୍‌ର ରଙ୍ଗ ଦିଆଯାଇଥିବା ସମୟରେ ଗତ ସପ୍ତାହରୁ ମୁଖ୍ୟ ଫାଟକରେ ସମ୍ବଲପୁରୀ ସପ୍ତାପୁରୀ ଡିଜାଇନ୍‌ର ଚିତ୍ର ଅଙ୍କାଯାଉଛି। ଯାହାକି ଉକ୍ତ ରାସ୍ତା ଦେଇ ଯାଉଥିବା ଲୋକଙ୍କୁ ବେଶ୍‌ ଆକୃଷ୍ଟ କରୁଛି। କେବଳ ମୁଖ୍ୟ ଫାଟକ ନୁହେଁ ବରଂ ଥାନାର ଅଭ୍ୟର୍ଥନା କକ୍ଷ, ପ୍ରବେଶ ଦ୍ବାର ସବୁଠି ସପ୍ତାପୁରୀ ଡିଜାଇନ୍‌ର ଛାପ ଦେଖିବାକୁ ମିଳିଛି।

publive-image

ଥାନା କାନ୍ଥରେ ସମ୍ବଲପୁରୀ ଡିଜାଇନ୍‌ ଭାବେ ଏହା ଜିଲ୍ଲାର ଦ୍ବିତୀୟ ଘଟଣା। ୨ ବର୍ଷ ପୂର୍ବେ କ୍ଷେତରାଜପୁର ଆଦର୍ଶ ଥାନାରେ ମଧ୍ୟ ସମ୍ବଲପୁରୀ ଡିଜାଇନ୍‌ରେ ରଙ୍ଗ ଦିଆଯାଇଥିଲା। ତେବେ ଏଥର ଅଇଁଠାପାଲି ଥାନା ଫାଟକରେ ସମ୍ବଲପୁରୀ, ସପ୍ତାପୁରୀ ସାଙ୍ଗକୁ ଟେରାକୋଟା ଡିଜାଇନ୍‌ ମଧ୍ୟ କରାଯାଇଥିବା ଥାନାଧିକାରୀ ଯୋଗେଶ ପଣ୍ଡା ସୂଚନା ଦେଇଛନ୍ତି। ଥାନାରେ ମଧ୍ୟ ପଶ୍ଚିମ ଓଡ଼ିଶାର କଳା ସଂସ୍କୃତି ଝଲସିଲେ ନିଜକୁ ସମ୍ବଲପୁରୀଆ ଭା‌ବେ ଗର୍ବ ଅନୁଭବ ହେଉଥିବାରୁ ପୂର୍ବରୁ କ୍ଷେତରାଜପୁରରେ ଓ ଏବେ ଅଇଁଠାପାଲି ଥାନା କାନ୍ଥରେ ଏଭଳି ଡିଜାଇନ୍‌ କରାଯାଇଥିବା ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe