ସମ୍ବଲପୁରୀ ମାସ୍କକୁ ଅଧିକ ଜନାଦୃତ କରିବାକୁ ହେବ: ଧର୍ମେନ୍ଦ୍ର ପ୍ରଧାନ

Advertisment

ଗ୍ଲୋବାଲ୍‌ ୱଷ୍ଟର୍ଣ୍ଣ ଓଡ଼ିଶା ନୂଆଁଖାଇ ଭେଟଘାଟରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍‌ବୋଧନ

ଗ୍ଲୋବାଲ୍‌ ୱଷ୍ଟର୍ଣ୍ଣ ଓଡ଼ିଶା ନୂଆଁଖାଇ ଭେଟଘାଟରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍‌ବୋଧନ

ସମ୍ବଲପୁରୀ ମାସ୍କକୁ ଅଧିକ ଜନାଦୃତ କରିବାକୁ ହେବ: ଧର୍ମେନ୍ଦ୍ର ପ୍ରଧାନ

image source--new-indian-express

ଭୁବନେଶ୍ୱର : ଟେକ୍ସଟାଇଲ, ପର୍ଯ୍ୟଟନ ଓ କୃଷି ଓଡ଼ିଶାର ମୂଳ ପୁଞ୍ଜି। ରାଜ୍ୟର ସଂସ୍କୃତି ଓ ପରମ୍ପରା ନିଆରା। ଦୀର୍ଘ ଦଶନ୍ଧି ଧରି ଦେଶ ଓ ବିଦେଶରେ ସମ୍ବଲପୁରୀ ଗୀତ ଆଦୃତି ଲାଭ କରିଛି। ସେହିପରି ସମ୍ବଲପୁରୀ ମାସ୍କକୁ ଅଧିକ ଜନାଦୃତ କରିବାକୁ ପଡ଼ିବ। ଆଜି ନୂଆ ଦିଲ୍ଲୀରେ ଗ୍ଲୋବାଲ୍‌ ଓ୍ବେଷ୍ଟର୍ଣ୍ଣ୍‌ ଓଡ଼ିଶା ନୂଆଁଖାଇ ଭେଟଘାଟରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏପରି ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୂଆଁଖାଇ ହେଉଛି ଚାଷଭିତ୍ତିକ ଏକ ସାଂସ୍କୃତିକ-ସାମାଜିକ ଗଣପର୍ବ। ଚାଷ ଆଧାରିତ ଅର୍ଥନୀତିକୁ ସୁଦୃଢ଼ କରି ରଖିବାର ମହତ ବାର୍ତ୍ତା ନୂଆଁଖାଇ ଦେଇଆସିଛି। ଭାରତ ସରକାର ଚାଷର ଉନ୍ନତି, କୃଷକ କଲ୍ୟାଣ ଓ କୃଷି ଅର୍ଥନୀତିକୁ ସୁଦୃଢ଼ କରିବାକୁ ଗୁରୁତ୍ବ ଦେଇଥିବା ନେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଥିଲେ, କରୋନା ମହାମାରୀ ସମୟରେ ଓଡ଼ିଶା ସମେତ ସାରା ଦେଶ ପ୍ରଭାବିତ ହୋଇଛି। ଏବେ ଡିଜିଟାଲ୍‌ ସଂଯୋଗ ବୃଦ୍ଧି ପାଇଛି। ଗ୍ରାମାଞ୍ଚଳ ସମେତ ଅଧିକରୁ ଅଧିକ ଲୋକମାନେ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ସହିତ ଯୋଡ଼ିହୋଇଛନ୍ତି। ସମସ୍ତଙ୍କ ଜୀବନକୁ ସୁରକ୍ଷିତ କରିବା ସହିତ କରୋନାରୁ ଦୂରେଇ ରଖିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଏହାଦ୍ବାରା ବିଶ୍ବରେ ଅର୍ଥନୀତି ଓ ସାମାଜିକ ବ୍ୟବସ୍ଥା ସ୍ବାଭାବିକ ହେବ। ଏହି ସକାରାତ୍ମକ ଚିନ୍ତାଧାରା ନେଇ ସମସ୍ତଙ୍କୁ ଆଗକୁ ବଢ଼ିବା ଦରକାର। କୋଭିଡ୍‌ ମହାମାରୀ ସମୟରେ ସମ୍ବଲପୁରୀ ମାସ୍କର ଚାହିଦା ବୃଦ୍ଧି ପାଇଛି। ବିଶ୍ବ ବଜାରରେ ଏହାର ଚାହିଦା ବୃଦ୍ଧି ପାଇଁ ଆମ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡ଼ିବ। ଏହି ସକାରାତ୍ମକ ଚିନ୍ତାଧାରା ନେଇ ସମସ୍ତଙ୍କୁ ଆଗକୁ ବଢ଼ିବା ଦରକାର। ଏହି କାର୍ଯ୍ୟକ୍ରମରେ ଦେଶ ଓ ବିଦେଶରୁ ପଶ୍ଚିମ ଓଡ଼ିଶାର ପ୍ରତିନିଧିମାନେ ଯୋଗଦେଇ ଓଡ଼ିଶାର ଅନନ୍ୟ ଗଣପର୍ବ ନୂଆଁଖାଇ ସଂସ୍କୃତି ଓ ପରମ୍ପରା ଉପରେ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe