ସଂସଦରେ ଛାଇଗଲା ସମ୍ବଲପୁରୀ ମାସ୍କ

Advertisment
ସଂସଦରେ ଛାଇଗଲା ସମ୍ବଲପୁରୀ ମାସ୍କ

ତିନି ମହିଳା ସାଂସଦ ସୁପ୍ରିୟା ସୁଲେ, ଅନୁପ୍ରିୟା ପଟେଲ, ମହୁଆ ମିତ୍ରଙ୍କ ସହ ସାଂସଦ ଶ୍ରୀ ପୂଜାରୀ

ସମ୍ବଲପୁର : ସଂସଦ ଭବନରେ ଛାଇଗଲା ସମ୍ବଲପୁରୀ ମାସ୍କ୍‌। ସୋମବାର ଲୋକସଭାରେ ବହୁ ସାଂସଦଙ୍କ ମୁହଁରେ ଶୋଭା ପାଉଥିଲା ସମ୍ବଲପୁରୀ କପଡ଼ାରେ ତିଆରି ଭଳିକି ଭଳି ମାସ୍କ। ବରଗଡ଼ ସାଂସଦ ସୁରେଶ ପୂଜାରୀ ଲୋକସଭା ସଦନରେ ସାଂସଦମାନଙ୍କୁ ଏହି ଆକର୍ଷଣୀୟ ମାସ୍କ ଗୁଡ଼ିକ ବଣ୍ଟନ କରିଥିଲେ। ବରଗଡ଼ ବୟନିକାର ନିର୍ଦ୍ଦେଶକ ସଂଜୟ ମେହେର ଏହି ମାସ୍କ ଗୁଡ଼ିକ ପ୍ରସ୍ତୁତ କରି ଶ୍ରୀ ପୂଜାରୀଙ୍କୁ ଦେଇଥିଲେ। ଏ ଅଞ୍ଚଳର ପାରଂପରିକ ହସ୍ତତନ୍ତ ସାମଗ୍ରୀକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଏହା ଏକ ଛୋଟିଆ ପ୍ରୟାସ ବୋଲି ଶ୍ରୀ ପୂଜାରୀ ସାମାଜିକ ଗଣମାଧ୍ୟମରେ କରିଥିବା ପୋଷ୍ଟ୍‌ରେ ଉଲ୍ଲେଖ କରିଛନ୍ତି।

publive-image ସମ୍ବଲପୁର ସାଂସଦ ନିତେଶ ଗଂଗଦେବ ଓ ଅନ୍ୟ ସାଂସଦଙ୍କ ସହ ଶ୍ରୀ ପୂଜାରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe