ସମ୍ବଲପୁରୀ ଅସ୍ମିତା ସହ ଖେଳ: ସମ୍ବଲପୁରୀ ଶାଢ଼ିର ପରିଚୟ ପରିବର୍ତ୍ତନ ଉଦ୍ୟମ

ବିଶ୍ବପ୍ରସିଦ୍ଧ ହେଲାଣି ସମ୍ବଲପୁରୀ ଶାଢ଼ି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ବର୍ତ୍ତମାନର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ଅନେକ ନେତ୍ରୀ ଓ ବଲିଉଡ୍‌ ଅଭିନେତ୍ରୀ ସମ୍ବଲପୁରୀ ‌ଶାଢ଼ିର ମୋହରେ ପଡ଼ିଛନ୍ତି।

sfsfsxxcxccx

ସମ୍ବଲପୁର: ବିଶ୍ବପ୍ରସିଦ୍ଧ ହେଲାଣି ସମ୍ବଲପୁରୀ ଶାଢ଼ି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ବର୍ତ୍ତମାନର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ଅନେକ ନେତ୍ରୀ ଓ ବଲିଉଡ୍‌ ଅଭିନେତ୍ରୀ ସମ୍ବଲପୁରୀ ‌ଶାଢ଼ିର ମୋହରେ ପଡ଼ିଛନ୍ତି। ନେତ୍ରୀ, ଅଭିନେତ୍ରୀ ହୁଅନ୍ତୁ କି ସାଧାରଣ ଲୋକ, ସମସ୍ତଙ୍କର ପସନ୍ଦ ସମ୍ବଲପୁରୀ ଶାଢ଼ି ଓ ପୋଷାକ। ଅବିଭକ୍ତ ସମ୍ବଲପୁର ଜିଲ୍ଲା ସହିତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହଜାର ହଜାର ସଂଖ୍ୟାରେ ବୁଣାକାର ପରିବାରଙ୍କ ପରିଶ୍ରମ ଯୋଗୁ ସମ୍ବଲପୁରୀ ବସ୍ତ୍ର ଦେଶ ବିଦେଶରେ ଓଡ଼ିଶାକୁ ସ୍ବତନ୍ତ୍ର ପରିଚୟ ଦେଇଛି। ସମଗ୍ର ପଶ୍ଚିମ ଓଡ଼ିଶାର ଲୋକ ଏହାକୁ ନେଇ ଗର୍ବ ଅନୁଭବ କରନ୍ତି ଓ ନିଜ ଅସ୍ମିତା ସହ ଯୋଡ଼ିଥାନ୍ତି। କିନ୍ତୁ ସରକାରୀ ବାବୁମାନଙ୍କ ସଂକୀର୍ଣ୍ଣ ମାନସିକତା ଯୋଗୁ ସମ୍ବଲପୁରୀ ଅସ୍ମିତା ଉପରେ ସରକାରୀ ଖେଳ ଜାରି ରହିଛି। ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ରାଜଧାନୀରେ ଆୟୋଜିତ ରାଜ୍ୟସ୍ତରୀୟ ବୃହତ୍ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା‌ରେ ପ୍ରଦର୍ଶିତ ରାଜ୍ୟର ହସ୍ତତନ୍ତ ମାନଚିତ୍ରରେ ଏହା ଆଉ ଥରେ ପ୍ରମାଣିତ ହୋଇଛି। ପ୍ରଦର୍ଶିତ ହସ୍ତତନ୍ତ ମାନଚିତ୍ରରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ଶାଢ଼ି/ବସ୍ତ୍ର ସ୍ଥାନ ପାଇଥିଲେ ବି ସମ୍ବଲପୁରୀ ଶାଢ଼ିର କିନ୍ତୁ ଏଥିରେ ନାମ ନାହିଁ। ସୋନପୁରୀ, କଟକୀ ଆଦି ହସ୍ତତନ୍ତ ସଂପର୍କରେ ଉଲ୍ଲେଖ ଥିଲା ବେଳେ ରାଜ୍ୟ ହସ୍ତତନ୍ତର ଶ୍ରେଷ୍ଠ ପରିଚୟ ସମ୍ବଲପୁରୀକୁ ଉଦ୍ଦେଶ୍ୟମୂଳକ ଭାବେ ବାଦ ଦିଆଯାଇଛି। 

ଅପରପକ୍ଷରେ ଓଡ଼ିଶାର ଦେଢ଼ କୋଟିରୁ ଅଧିକ ଲୋକଙ୍କ ଭାଷା ସମ୍ବଲପୁରୀକୁ ଓଡ଼ିଶାର ଦ୍ବିତୀୟ ଭାଷାର ମାନ୍ୟତା ସହିତ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ଦାବିକୁ ସରକାର ଏଡ଼ାଇ ଚାଲିଛନ୍ତି। ବିଜେଡି ସରକାରଙ୍କ ସମୟରେ ସମ୍ବଲପୁରୀ/କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଗତ ନିର୍ବାଚନ ସମୟ‌ରେ ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରିବାକୁ ବିଜେପି ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିଲା। ଡବଲ୍‌ ଇଞ୍ଜିନ ସରକାର ହେଲେ ଏହା କାର୍ଯ୍ୟକାରୀ ହେବାରେ ସୁବିଧା ହେବ ବୋଲି ବିଶ୍ୱାସ କରି ପଶ୍ଚିମ ଓଡ଼ିଶାବାସୀ ବିଜେପିକୁ ବିପୁଳ ଭୋଟ ଦେଇଥିଲେ। ମାତ୍ର, କିଛି ମାସ ତଳେ ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ ଏଭଳି କୌଣସି ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ନାହିଁ ବୋଲି ବୟାନ ଦେଇଥିଲେ। କ୍ଷମତାକୁ ଆସିବା ପରେ ବିଜେପି ନିଜ ନିର୍ବାଚନୀ ଇସ୍ତାହାରକୁ କାର୍ଯ୍ୟକାରୀ କରିବା ବଦଳରେ ଏଡ଼ାଇ ଯିବାକୁ ଲୋକେ ସହଜରେ ଗ୍ରହଣ କରିପାରି ପାରୁନଥିବାବେଳେ ସମ୍ବଲପୁରୀ ବସ୍ତ୍ରକୁ ନେଇ ସରକାରଙ୍କ ଆଭିମୁଖ୍ୟ ପଶ୍ଚିମ ଓଡ଼ିଶାବାସୀଙ୍କ ମନରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe