image source--the indian express
ଭୁବନେଶ୍ବର : ସରକାରୀ ପୁସ୍ତକରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମ୍ପର୍କିତ ଭୁଲ ତଥ୍ୟ ପ୍ରସଙ୍ଗରେ ଆଜି ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଗାନ୍ଧୀଙ୍କ ହତ୍ୟା ନେଇ ପତ୍ରିକାରେ ଥିବା ତଥ୍ୟ ଉଦ୍ଦେଶ୍ୟମୂଳକ ନୁହେଁ ବୋଲି ସେ କହିଛନ୍ତି। ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁର ଭୁଲ ତଥ୍ୟ ଘଟଣାକୁ ବିଭ୍ରାନ୍ତ ଓ ପରିବର୍ତ୍ତନ କରି ଦର୍ଶାଇବା ଉଦ୍ଦେଶ୍ୟ ନଥିଲା ବୋଲି ବିବୃତି ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ସେବାରୁ ନିବୃତ କରାଯାଇଛି ଏବଂ ସଂଶୋଧନ କରି ପିଲାଙ୍କୁ ବାଣ୍ଟିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।
ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉତ୍ସବକୁ ଦୁଇ ବର୍ଷ ଧରି ପାଳନ କରିବା, ସର୍ବୋପରି ସମ୍ବିଧାନରେ ମୁଖବନ୍ଧରେ ଅହିଂସା ଶବ୍ଦ ସାମିଲ ଲାଗି ଦାବି କରିବା ଭଳି ଉଲ୍ଲେଖନୀୟ କାର୍ଯ୍ୟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟସ୍ତରରେ ଯେଉଁ ସୁନାମ ଅର୍ଜନ କରିଥିଲେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସେଥିରେ କଳାଛିଟା ଲଗାଇ ଦେଇଛି।
ଜାତୀୟସ୍ତରରେ ଗଣମାଧ୍ୟମରେ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ଓ ଆଜି ବିଧାନସଭାରେ ବିରୋଧୀ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଅତି କଟୁ ଶବ୍ଦରେ ସମାଲୋଚନା କରିଥିଲେ। ଉଭୟ ବିରୋଧୀ ଓ ଶାସକ ଦଳର ସଭ୍ୟ କେହି ବି ଏହାକୁ ଗ୍ରହଣ କରିପାରିନାହାନ୍ତି।
/sambad/media/post_attachments/wp-content/uploads/2019/11/vidhan.jpg)
ଶ୍ରୀ ମିଶ୍ର ଦି’ ପାଦଆଗକୁ ଯାଇ କହିଥିଲେ ଯେ ଯଦି ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ଏଭଳି ଭୁଲ ହୋଇଛି, ତେବେ ସେ ଇସ୍ତଫା ଦିଅନ୍ତୁ। ଆଉ ଅଜାଣତରେ ହୋଇଥିଲେ, ରାଜ୍ୟବାସୀଙ୍କ ସାମ୍ନାରେ କ୍ଷମା ମାଗନ୍ତୁ। କେବଳ ସେତିକି ନୁହେଁ, ସତ୍ୟ ଓ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ସଂପର୍କରେ ଅସତ୍ୟ ତଥ୍ୟ ଉଲ୍ଲେଖ କରିବା ପଛରେ କାହାର ଷଡ଼ଯନ୍ତ୍ର ରହିଛି, କେଉଁ ଅଭିସନ୍ଧି ରଖି ଏହାକୁ ପ୍ରକାଶ କରାଯାଇଛି, ସେ ନେଇ ବିଧାନସଭାରେ ପ୍ରଶ୍ନ ଉଠିଥିଲା। ଉଭୟ ପ୍ରଶ୍ନକାଳ ଓ ଶୂନ୍ୟକାଳରେ ବିଧାନସଭାରେ ସୃଷ୍ଟି ହୋଇଥିବା ଏହି ଝଡ଼କୁ ପ୍ରଶମିତ କରିବା ପାଇଁ ବାଚସ୍ପତି ହସ୍ତକ୍ଷେପ କରିବା ସହିତ ଶନିବାର ରାଜ୍ୟ ସରକାରଙ୍କୁ ଏ ସଂପର୍କରେ ଗୃହରେ ବିବୃତି ରଖିବାକୁ ନିର୍ଦେଶ ଦେଇଥିଲେ।
Follow Us