ପ୍ରଶାସନ ଉପରୁ ତୁଟିଲା ଭରସା: ନିଜ ଖର୍ଚ୍ଚରେ ରାସ୍ତା ସଜାଡ଼ିଲେ ସମିତି ସଭ୍ୟ

Advertisment
ପ୍ରଶାସନ ଉପରୁ ତୁଟିଲା ଭରସା: ନିଜ ଖର୍ଚ୍ଚରେ ରାସ୍ତା ସଜାଡ଼ିଲେ ସମିତି ସଭ୍ୟ

ଧର୍ମଗଡ଼: ବାରମ୍ବାର ପ୍ରଶାସନ ନିକଟରେ ରାସ୍ତା ମରାମତି ନେଇ ଦାବି କରିବା ସତ୍ତ୍ବେ କିଛି ଫଳ ନ ମିଳିବାରୁ ନିଜେ ଅର୍ଥ ଖର୍ଚ୍ଚ କରି ରାସ୍ତା ମରାମତି କରିଛନ୍ତି ଜଣେ ସମିତି ସଭ୍ୟ। ଏ ଘଟଣା ହେଉଛି, ଖଇରପଦର ଅଞ୍ଚଳର। ଧର୍ମଗଡ଼ ଇନ୍ଦ୍ରାବତୀ କଲୋନି ଜାତୀୟ ରାଜପଥଠାରୁ ଖଇରପଦର ଗ୍ରାମକୁ ସଂଯୋଗ କରୁଥିବା ଏହି ରାସ୍ତା ମରାମତି ପାଇଁ ଗ୍ରାମବାସୀଙ୍କ ସହ ମିଶି ସମିତି ସଭ୍ୟ ପ୍ରସନ୍ନ ବିହାରୀ ବାରମ୍ବାର ସ୍ଥାନୀୟ ବିଡିଓ ଏବଂ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇ ଥିଲେ। କିନ୍ତୁ ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିଲା।

ଫଳରେ ଶ୍ରୀ ବିହାରୀ ନିଜ ଅର୍ଥରେ ଏହି ରାସ୍ତାରେ ଟ୍ରାକ୍ଟର ସାହାଯ୍ୟରେ ମୋରମ ପକାଇ ସମତୁଲ କରିଛନ୍ତି। ଏହି ରାସ୍ତା ଉପରେ ଗମ୍ଭାରୀଗୁଡ଼ା, ମେରଘରା, ବ୍ରାହ୍ମଣଛେଣ୍ଡିଆ, ଖଇରପଦର, ତେନ୍ତୁଳିଆ ପଡ଼ା, ତରଞ୍ଜା ଓ ଦଶଘରା ଅଞ୍ଚଳର ଲୋକେ ନିର୍ଭର କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe