ବର୍ଷେ ହେବ ସମିତି ସଭ୍ୟା ପଦବି ଖାଲି, ହେଉନି ନିର୍ବାଚନ

Advertisment
ବର୍ଷେ ହେବ ସମିତି ସଭ୍ୟା ପଦବି ଖାଲି, ହେଉନି ନିର୍ବାଚନ

Facebook

ଧର୍ମଶାଳା : ଧର୍ମଶାଳା ବ୍ଲକ୍ ନେଉଳପୁର ପଞ୍ଚାୟତର ସମିତିସଭ୍ୟା ନିରୁପମା ବାରିକଙ୍କ ମୃତ୍ୟୁକୁ ବର୍ଷେ ବିତିଲାଣି। ହେଲେ ଉକ୍ତ ପଦବି ପୂରଣ ପାଇଁ ଏପର୍ଯ୍ୟନ୍ତ ଉପନିର୍ବାଚନ ହେଉନାହିଁ। ଫଳରେ ଏକ ବର୍ଷ ହେଲା ନେଉଳପୁର ସମିତିସଭ୍ୟ ପଦବି ଖାଲିପଡ଼ିଛି। ନିୟମାନୁସାରେ କୌଣସି ଲୋକ ପ୍ରତିନିଧିଙ୍କ ଦେହାନ୍ତ ହେଲେ ମୃତ୍ୟୁର ୬ମାସ ମଧ୍ୟରେ ଉପନିର୍ବାଚନ ହେବା କଥା। ମାତ୍ର ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ମନ୍ତ୍ରୀ କିମ୍ବା ବିଧାୟକଙ୍କ ପରଲୋକ ହେଲେ ସଙ୍ଗେସଙ୍ଗେ ଉପନିର୍ବାଚନ ହେଉଥିବା ବେଳେ ସମିତିସଭ୍ୟ ଉପନିର୍ବାଚନ ପାଇଁ କେହି ତତ୍ପରତା ଦେଖାଉ ନାହାନ୍ତି। ଫଳରେ ଏହି ପଦବି ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରକାଶ ଯେ, ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ନେଉଳପୁର ସମିତିସଭ୍ୟା ଶ୍ରୀମତୀ ବାରିକଙ୍କ ଗତବର୍ଷ ଜୁନ୍ ୫ ତାରିଖରେ ଦେହାନ୍ତ ହୋଇଥିଲା। ମୃତ୍ୟୁର ବର୍ଷକ ପରେ ମଧ୍ୟ ଏଠାରେ ଉପନିର୍ବାଚନ ହେଉନାହିଁ। ଏପଟେ ୨ଟି ପଞ୍ଚାୟତରୁ ସମିତିସଭ୍ୟ ନିର୍ବାଚିତ ହୋଇଥିବା ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଗତ ମାର୍ଚ୍ଚ ୭ ତାରିଖରେ ଚକ୍ରଧରପୁର ପଞ୍ଚାୟତର ସମିତିସଭ୍ୟ ପଦବିରୁ ଇସ୍ତଫା ଦେଇଥିଲେ। ନଭେମ୍ବର ୪ ତାରିଖରେ ଚକ୍ରଧରପୁର ସମିତିସଭ୍ୟ ଉପନିର୍ବାଚନ ହୋଇଥିଲା। ସେହିପରି ସଂରକ୍ଷଣ ବ୍ୟବସ୍ଥାରେ ପ୍ରାର୍ଥୀ ନମିଳିବାରୁ ଖାଲି ପଡ଼ିଥିବା ୪୪ଟି ୱାର୍ଡସଭ୍ୟ ପଦବି ପୂରଣ ପାଇଁ ଗତ ମେ ୨ ତାରିଖରେ ସାନି ନିର୍ବାଚନ ହୋଇଥିଲା। ଗତ ୧ ତାରିଖରେ ୧୫ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଭାଗ୍ୟଧର ସେଠୀଙ୍କ ଅକାଳ ବିୟୋଗ ହୋଇଥିବାରୁ ତାଙ୍କ ପଦବି ମଧ୍ୟ ଖାଲି ପଡ଼ିଛି। ପଞ୍ଚାୟତର ବିକାଶ ପାଇଁ ନେଉଳପୁର ସମିତିସଭ୍ୟ ଉପନିର୍ବାଚନ କରିବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe