ପଞ୍ଚାୟତରେ ସ୍ଥାୟୀ ସଦସ୍ୟତା ଓ କ୍ଷମତା ପାଇଁ ସମିତିସଭ୍ୟଙ୍କ ଦାବି

Advertisment

ଓଡ଼ିଶା ରାଜ୍ୟ ସମିତିସଭ୍ୟ ପରିବାର ତରଫରୁ ଗ୍ରାମ ପଞ୍ଚାୟତରେ ସ୍ଥାୟୀ ସଦସ୍ୟତା ଓ ଅଧିକାର ସହ ପଞ୍ଚାୟତ ସମିତିରେ କ୍ଷମତା ସୁନିଶ୍ଚିତ କରିବା ପାଇଁ ଦାବି କରାଯାଇଛି। ସମିତିସଭ୍ୟ ପରିବାର ପକ୍ଷରୁ ୬ ଦଫା ଦାବି ନେଇ ଆଜି ବିଧାନସଭା...

ଓଡ଼ିଶା ରାଜ୍ୟ ସମିତିସଭ୍ୟ ପରିବାର ତରଫରୁ ଗ୍ରାମ ପଞ୍ଚାୟତରେ ସ୍ଥାୟୀ ସଦସ୍ୟତା ଓ ଅଧିକାର ସହ ପଞ୍ଚାୟତ ସମିତିରେ କ୍ଷମତା ସୁନିଶ୍ଚିତ କରିବା ପାଇଁ ଦାବି କରାଯାଇଛି। ସମିତିସଭ୍ୟ ପରିବାର ପକ୍ଷରୁ ୬ ଦଫା ଦାବି ନେଇ ଆଜି ବିଧାନସଭା...

hfhfbnbn

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସମିତିସଭ୍ୟ ପରିବାର ତରଫରୁ ଗ୍ରାମ ପଞ୍ଚାୟତରେ ସ୍ଥାୟୀ ସଦସ୍ୟତା ଓ ଅଧିକାର ସହ ପଞ୍ଚାୟତ ସମିତିରେ କ୍ଷମତା ସୁନିଶ୍ଚିତ କରିବା ପାଇଁ ଦାବି କରାଯାଇଛି। ସମିତିସଭ୍ୟ ପରିବାର ପକ୍ଷରୁ ୬ ଦଫା ଦାବି ନେଇ ଆଜି ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପରିବାର ପକ୍ଷରୁ କୁହାଯାଇଛି ଯେ ଗ୍ରାମ ପଞ୍ଚାୟତ ବୈଠକରେ ସମିତିସଭ୍ୟମାନଙ୍କୁ ଅତିଥି ଭଳି ବ୍ୟବହାର କରାଯିବା ଉଚିତ ନୁହେଁ। ବରଂ ଏମାନଙ୍କୁ ସ୍ଥାୟୀ ସଦସ୍ୟ କରାଯାଉ।

ଏଥିସହିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅଫିସ୍‌ ସୁବିଧା, ଜିପିଡିପିରେ ୫୦% ପ୍ରସ୍ତାବ ରଖିବା ଅଧିକାର, ମନରେଗାରେ ଯୁଗ୍ମ ସ୍ବାକ୍ଷର ବ୍ୟବସ୍ଥା, ପ୍ରତି ପଞ୍ଚାୟତକୁ ୨୦ ଲକ୍ଷ ଅନୁଦାନ, ପଞ୍ଚାୟତ ସମିତିକୁ ଆସୁଥିବା ଜିଆଇଏ ଓ ଅନ୍ୟାନ୍ୟ ସମସ୍ତ ଫଣ୍ଡ ପାଇଁ ସମିତି ସଭ୍ୟଙ୍କ ଠାରୁ ପ୍ରସ୍ତାବ ନିଆଯାଇ କାର୍ଯ୍ୟକାରୀ କରାଯାଉ। ସମାପ୍ତି ପ୍ରମାଣପତ୍ରରେ ସମିତିସଭ୍ୟଙ୍କ ସ୍ବାକ୍ଷରକୁ ବାଧ୍ୟତାମୂଳକ କରାଯିବାକୁ ଦାବି ହୋଇଛି। ଏହାବାଦ୍‌ ମାସିକ ଭତ୍ତା ୨୦,୦୦୦କୁ ବୃଦ୍ଧି ଏବଂ ଅବସର ପରେ ୧୦,୦୦୦ ମାସିକ ଭତ୍ତା, ଜୀବନ ବୀମା, ସ୍ୱାସ୍ଥ୍ୟ ବୀମା ଦିଆଯିବାକୁ ବିକ୍ଷୋଭରେ ଦାବି ଉପସ୍ଥାପନ କରାଯାଇଛି। ଯଦି କ୍ଷମତା ଦିଆନଯିବ ତାହେଲେ ପଦବିକୁ ଉଚ୍ଛେଦ କରାଯାଉ  ବୋଲି ବିକ୍ଷୋଭରେ କୁହାଯାଇଛି। ଆଜିର ବିକ୍ଷୋଭରେ କାର୍ଯ୍ୟକାରୀ ସଭାପତି ଅଜିତ କୁମାର ଶ୍ରୀଚନ୍ଦନ, ସମରେନ୍ଦ୍ର ଦୀକ୍ଷିତ, ସୁନୀଲ କୁମାର ପଣ୍ଡା, ଧୀରେନ୍ଦ୍ର ଦାସ, ଅଶୋକ କୁମାର ନାୟକ, ଜଗନ୍ନାଥ ହନ୍ତାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe