୩ରୁ ସମଲେଶ୍ୱରୀ ମନ୍ଦିର ସମେତ ସମସ୍ତ ଧର୍ମାନୁଷ୍ଠାନ ଖୋଲିବ

Advertisment
୩ରୁ ସମଲେଶ୍ୱରୀ ମନ୍ଦିର ସମେତ ସମସ୍ତ ଧର୍ମାନୁଷ୍ଠାନ ଖୋଲିବ

ସମ୍ବଲପୁର: ଆସନ୍ତା ଜାନୁଆରି ୩ ତାରିଖରୁ ସମଲେଶ୍ବରୀ ମନ୍ଦିର ସମେତ ସମ୍ବଲପୁରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। ଜିଲ୍ଲାପାଳଙ୍କ ଅଫିସରେ ଏସଏମସି କମିସନର ଅନିରୁଦ୍ଧ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଧର୍ମାନୁଷ୍ଠାନ ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ହୋଇଛି।

ପୁରୀ ଜଗନ୍ନାଥ ମନ୍ଦିର, ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଖୋଲିବା ନିଷ୍ପତ୍ତି ପରେ ରାଜ୍ୟର ଅନ୍ୟ ଜିଲ୍ଲାର ଧର୍ମାନୁଷ୍ଠାନ ଖୋଲିବା ପାଇଁ ଦାବି ହେଉଥିଲା। ତେବେ, ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନକୁ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ। ଏ ନେଇ ଜିଲ୍ଲାପାଳଙ୍କ ଅଫିସରେ ଅନୁଷ୍ଠିତ ବୈଠକରେ କୋଭିଡ ନିୟମ ପାଳନ ସହ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ହୋଇଛି। କୋଭିଡ କଟକଣାର ଉଲ୍ଲଂଘନ ହେଲେ ସଂପୃକ୍ତ ଧର୍ମାନୁଷ୍ଠାନ ପରିଚାଳନା ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି।

ଧର୍ମାନୁଷ୍ଠାନ ଖୋଲିବା ପରେ କୋଭିଡ କଟକଣା ମଧ୍ୟରେ କିଭଳି ଭକ୍ତଙ୍କ ଦର୍ଶନ ହେବ, ଏହାକୁ ନେଇ ଏସଓପି ପ୍ରସ୍ତୁତ କରି ଡିସେମ୍ବର ୨୪ ତାରିଖ ସୁଦ୍ଧା ଜିଲ୍ଲା ପ୍ରଶାସନକୁ ଦେବା ପାଇଁ କୁହାଯାଇଥିଲା। ସମଲେଶ୍ବରୀ ଏବଂ ଘଣ୍ଟେଶ୍ବରୀ ମନ୍ଦିର ଖୋଲିବା ପରେ ଭିଡ଼ ହେବାର ସମ୍ଭାବନା ରହିଛି। ଏହାର ନିୟନ୍ତ୍ରଣ ପାଇଁ ପୁଲିସର ସହାୟତା ନିଆଯିବ ବୋଲି ବୈଠକରେ କୁହାଯାଇଥିଲା। ସମଲେଶ୍ବରୀ ମନ୍ଦିର ଖୋଲିବାର ପ୍ରଥମ ୫ ଦିନ ସ୍ଥାନୀୟ ଅଧିବାସୀଙ୍କ ପାଇଁ ଖୋଲିବା ନେଇ ଟ୍ରଷ୍ଟ ବୋର୍ଡ ବୈଠକର ନିଷ୍ପତ୍ତି ବଳବତ୍ତର ରହିବ ବୋଲି ବୋର୍ଡ ସଭାପତି ସଂଜୟ ବାବୁ କହିଛନ୍ତି।

ବଡ଼ଦିନ ପରିପ୍ରେକ୍ଷୀରେ ୨୪ ତାରିଖ ଜିରୋ ନାଇଟ୍‌ ଏବଂ ୨୫ ତାରିଖ ପ୍ରାର୍ଥନାର ଅନୁମତି ପାଇଁ ଆଲୋଚନା ହୋଇଥିଲା। ମାତ୍ର କେନ୍ଦ୍ର ସରକାରଙ୍କ ନିର୍ଦେଶ ଆସିବା ପରେ ଏହା କୁହାଯାଇ ପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସ୍ଥିତିରେ ଚର୍ଚରେ ପ୍ରାର୍ଥନା କରାଯାଇ ଅନଲାଇନରେ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଦର୍ଶନ କରିବେ ବୋଲି ଇସାଇ ସମ୍ପ୍ରଦାୟ ପକ୍ଷରୁ ସୁରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।
ମସଜିଦ କମିଟି ପକ୍ଷରୁ ଆସିଫ ହୁନାନି କହିଛନ୍ତି ଯେ, ମସଜିଦରେ ନିୟମିତ ସାନିଟାଇଜ୍ କରାଯିବା ସହିତ ମାସ୍କ ବ୍ୟବସ୍ଥା ତଥା ଶୁକ୍ରବାର ଦିନ ଭିଡ଼ ହେଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ ଆବଶ୍ୟକ ବ୍ୟବସ୍ଥା କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe