ସମୃଦ୍ଧ ଜୀବନ ଚିଟ୍‌ଫଣ୍ଡ୍‌ ଠକେଇ: ସିବିଆଇର ଚାର୍ଜସିଟ୍‌ ଦାଖଲ

Advertisment
ସମୃଦ୍ଧ ଜୀବନ ଚିଟ୍‌ଫଣ୍ଡ୍‌ ଠକେଇ: ସିବିଆଇର ଚାର୍ଜସିଟ୍‌ ଦାଖଲ

ଭୁବନେଶ୍ୱର : ସମୃଦ୍ଧ ଜୀବନ ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ସିବିଆଇ ଆଜି ପ୍ରାଥମିକ ଚାର୍ଜସିଟ୍‌ ସିବିଆଇର ସ୍ୱତନ୍ତ୍ର କୋର୍ଟରେ ଦାଖଲ କରିଛି। ୪୮୭ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟ୍‌ରେ ସିବିଆଇ ଦୁଇ ଜଣଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଛି। ସେମାନେ ହେଲେ ସଂସ୍ଥାର ଅଧ୍ୟକ୍ଷ ମହେଶ ମୋଟଓ୍ଵାର ଓ ପରିଚାଳନା ନିର୍ଦେଶକ ପ୍ରସାଦ ପାରେଶ୍ୱର। ସଂସ୍ଥା ସାରା ଦେଶରୁ ୩,୪୪୪ କୋଟି ଟଙ୍କାର ଠକେଇ କରିଥିବା ସିବିଆଇ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି।

ସମୃଦ୍ଧ ଜୀବନ ମହାରାଷ୍ଟ୍ର ବେସ୍‌ଡ ଚିଟ୍‌ଫଣ୍ଡ୍‌ କମ୍ପାନି। ୨୦୧୩ରେ ସଂସ୍ଥା ପୁନେ, ନାଶିକ, ଔରଙ୍ଗାବାଦ, ସୋଲାପୁର ଓ ଓଡ଼ିଶାରେ ଶାଖା କାର୍ଯ୍ୟାଳୟ ଖୋଲିଥିଲା। ଜମାକାରୀଙ୍କୁ ବିଭିନ୍ନ ପ୍ରକାର ଲୋଭ ଦେଖାଇ ଦେଶରୁ ପାଖାପାଖି ୫ ହଜାର କୋଟି ଟଙ୍କା ଏହି ସଂସ୍ଥା ଠକେଇ କରିଥିଲା। ଓଡ଼ିଶାରେ ସଂସ୍ଥା ବାଲେଶ୍ୱର, ଭଦ୍ରକ, ଗଞ୍ଜାମ ଆଦି ଜିଲ୍ଲାରେ ଶାଖା କାର୍ଯ୍ୟାଳୟ ଖୋଲିଥିଲା। ଓଡ଼ିଶାରେ ସଂସ୍ଥା ଶହେ କୋଟି ଟଙ୍କାର ଠକେଇ କରିଛି। ଏ ନେଇ ପ୍ରଥମେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ ହେବା ପରେ ମହେଶ ଓ ପ୍ରସାଦଙ୍କୁ ଗିରଫ କରାଯାଇଥିଲା। ପରେ ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇ ନେଇଥିଲା। ସିବିଆଇ ସଂସ୍ଥାର ଅଧ୍ୟକ୍ଷ ମହେଶଙ୍କ ପତ୍ନୀ ଲୀନା ମୋଟଓ୍ଵାରଙ୍କୁ ୨୦୧୬ ମସିହା ଅଗଷ୍ଟ ୧୨ ତାରିଖରେ ଗିରଫ କରିଥିଲା।

ଅନ୍ୟପକ୍ଷରେ ସିବିଆଇ ଯୁଗ୍ମ ନିର୍ଦେଶକ ଆଜି ଭୁବନେଶ୍ୱରରେ ପହଞ୍ଚି ଚିଟଫଣ୍ଡ୍‌ ମାମଲାର ତଦନ୍ତ ଓ ଚାର୍ଜସିଟ୍‌ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଫଳରେ ଆଗାମୀ ଦିନରେ ଚିଟ୍‌ଫଣ୍ଡ୍‌ ତଦନ୍ତକୁ ନେଇ ସିବିଆଇ ତନାଘନା କରିବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe