ଲୋୟର୍‌ ପିଏମ୍‌ଜିରେ ‘ସମୃଦ୍ଧ ଓଡ଼ିଶା’ର ବିକ୍ଷୋଭ

ଲୋୟର୍‌ ପିଏମ୍‌ଜିରେ ‘ସମୃଦ୍ଧ ଓଡ଼ିଶା’ର ବିକ୍ଷୋଭ

ଭୁବନେଶ୍ବର : ରାଜ୍ୟରେ ଏକ ମିଛ ସରକାର ଚାଲିଛି। ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି କେବଳ ଧୂଆଁବାଣ। ତେଣୁ ବେଳ ହୁଁ ସାବଧାନ ନ ହେଲେ ଆଗକୁ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ହେବ ବୋଲି ‘ସମୃଦ୍ଧ ଓଡ଼ିଶା’ର ସଭାପତି ଯତୀଶ ଚନ୍ଦ୍ର ମହାନ୍ତି କହିଛନ୍ତି।

ଦଳ ପକ୍ଷରୁ ଗୁରୁବାର ଲୋୟର୍‌ ପିଏମ୍‌ଜିରେ ଅନୁଷ୍ଠିତ ଧାରଣାରେ ଶ୍ରୀ ମହାନ୍ତି କହିଲେ ଯେ ସରକାର ପ୍ରତିଟି କ୍ଷେତ୍ରରେ ବିଫଳ ହୋଇଥିବା ବେଳେ ଲୋକମାନଙ୍କୁ ଭୂଆଁ ବୁଲାଇ ଚାଲିଛନ୍ତି। ଗରିବ, ମହିଳା, ଆଦିବାସୀଙ୍କ ସମସ୍ୟା ସମେତ ଅପରାଧ ମାମଲାରେ ରାଜ୍ୟର ସ୍ଥିତି ସଂଗୀନ ହୋଇଛି। ସେହିପରି ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ସରକାରଙ୍କ କଥାରେ ବିଶ୍ବାସ ନ କରି ରାଜ୍ୟର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବାର ବେଳ ଆସିଛି। ରାଜ୍ୟର ଲକ୍ଷଲକ୍ଷ ଭୋଟର୍‌ ଏଥିପ୍ରତି ସଜାଗ ରହିବାକୁ ସେ ଆହ୍ବାନ ଦେଇଛନ୍ତି। ଏହି ଧାରଣାରେ ଦଳ ପକ୍ଷରୁ ପ୍ରକାଶ ବିଶ୍ବାଳ, ସନ୍ତୋଷ ପାଣିଗ୍ରାହୀ, ପରେଶ ଭଞ୍ଜ, ନିରାକାର ବେଉରା, ଅମର ସାହୁ, ଶରତ ଜେନାଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe