ଆଜି ବି ସାମ୍‌ସ ଓ୍ଵବସାଇଟ୍‌ ଅଚଳ : ଯୁକ୍ତ୨ ପାଇଁ ସମୟ ବଢ଼ିଲା, ଲାଭ ହେଲାନି; ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରଭାବିତ

Advertisment
ଆଜି ବି ସାମ୍‌ସ ଓ୍ଵବସାଇଟ୍‌ ଅଚଳ : ଯୁକ୍ତ୨ ପାଇଁ ସମୟ ବଢ଼ିଲା, ଲାଭ ହେଲାନି; ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରଭାବିତ

photo by : telegraphindia.com

ଭୁବନେଶ୍ୱର : ଦୁଇ ଦିନ ବିତିଲାଣି। ତଥାପି ଖୋଲିଲାନି ସାମ୍‌ସ େଓ୍ଵବସାଇଟ୍‌। େଓ୍ଵବସାଇଟ୍‌ ‘www.samodisha.gov.in’ ଖୋଲିଲା ବେଳକୁ ସେବା ଉପଲବ୍ଧ ନାହିଁ ବୋଲି ଉଲ୍ଲେଖ ହେଉଛି। ୪୮ ଘଣ୍ଟା ହେଲା ସାରା ରାଜ୍ୟରେ ଏଭଳି ସମସ୍ୟା ରହିଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଅସନ୍ତୋଷର ଦାନା ବାନ୍ଧିବାରେ ଲାଗିଛି। ଗତକାଲି ଯୁକ୍ତ୨ କଲେଜଗୁଡ଼ିକ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସରିଥିଲା। ଏହି ପର୍ଯ୍ୟାୟ ପାଇଁ ୨୬,୫୪୯ ଛାତ୍ରଛାତ୍ରୀ ଚୟନ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଜଣ ନାମଲେଖାଇପାରି ନାହାନ୍ତି। ଏନେଇ ଜଣାପଡ଼ିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଆଉ ଥରେ ସୁଯୋଗ ଦିଆଯାଇଥିଲା। ଯେଉଁମାନେ ନାମଲେଖାଇପାରି ନାହାନ୍ତି ସେମାନେ ଜୁଲାଇ ୧୩ ତାରିଖ ରାତି ୮ଟା ସୁଦ୍ଧା ଲେଖାଇପାରିବେ। ଏହାର କୌଣସି ବି ପ୍ରଭାବ ପଡ଼ିନି। ଗତକାଲି ପରି ଆଜି ମଧ୍ୟ ସମାନ ଅବସ୍ଥା ଲାଗିରହିଛି। ସାମ୍‌ସ େଓ୍ଵବସାଇଟ୍‌ ଖୋଲୁ ନ ଥିବାରୁ ପିଲାମାନେ ନାମଲେଖାରୁ ବଞ୍ଚିତ ହୋଇଛନ୍ତି।

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ ଅଟୋ-ସ୍ଲାଇଡ୍‌ ଅପ୍‌ ମାଧ୍ୟମରେ ଏଥର ନାମଲେଖା ହେଉଛି। ଯେଉଁ ଛାତ୍ରଛାତ୍ରୀ ଉପରିସ୍ଥ କଲେଜରେ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ସେମାନଙ୍କ ନାମଲେଖା ଜୁଲାଇ ୧୭ ମଧ୍ୟରେ ଶେଷ କରିବାକୁ ସମସ୍ତ ସରକାରୀ, ବେସରକାରୀ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ଯୁକ୍ତ୩/ସ୍ୱୟଂଶାସିତ କଲେଜ, ସେଲ୍ଫ ଫାଇନାନ୍ସିଂ(ଡିଗ୍ର୍ରି) କଲେଜ/ ସଂସ୍କୃତ(ଶାସ୍ତ୍ରୀ) କଲେଜଗୁଡ଼ିକ ପାଇଁ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆଜି ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୪ ହଜାର ୫୭୨ ଛାତ୍ରଛାତ୍ରୀ ନାମଲେଖା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ହେଲେ ସେମାନଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀ ନାମଲେଖାଇବାରୁ ବଞ୍ଚିତ ହୋଇଛନ୍ତି। ସାମ୍‌ସ ଓ୍ଵବସାଇଟ୍‌ ଖୋଲୁ ନ ଥିବାରୁ କଲେଜ କର୍ତୃପକ୍ଷ ମଧ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା କରାଇପାରୁ ନାହାନ୍ତି। ଏଭଳି ସମସ୍ୟା ନେଇ କଲେଜ କର୍ତୃପକ୍ଷ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖାମଖିଆଲି ଭାବେ ନାମଲେଖା ଚାଲିଥିବାରୁ ପରବର୍ତୀ ସମୟରେ ଅସୁବିଧା ହୋଇପାରେ। ଏନେଇ ସେମାନେ ସିଧାସଳଖ ଉଚ୍ଚଶିକ୍ଷା ବିଭାଗକୁ ଦୋଷ ଦେଇଛନ୍ତି। ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ଯେ ସିଟ୍‌ ଲୁଚାଇବା ପାଇଁ ଏଭଳି କରାଯାଉଛି। ଉଚ୍ଚଶିକ୍ଷା ବିଭାଗର କୌଣସି ବି ଅଧିକାରୀ ଏପର୍ଯ୍ୟନ୍ତ ମୁହଁ ଖୋଲୁ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe