କେବିସି ହଟସିଟ୍‌ରେ ବଲାଙ୍ଗୀରର ସମ୍ବିତ

କେବିସି ହଟସିଟ୍‌ରେ ବଲାଙ୍ଗୀରର ସମ୍ବିତ

ବଲାଙ୍ଗୀର: ବହୁଚର୍ଚ୍ଚିତ ବିଗ୍‌ ବି ଅମିତାଭ ବଚ୍ଚନଙ୍କ କୌନ ବନେଗା କରୋଡ଼ପତି (କେବିସି)ର ସୋ’ରେ ଏଥର ବଲାଙ୍ଗୀରର ସମ୍ବିତ ପାଣିଗ୍ରାହୀଙ୍କୁ ଦେଖିବାକୁ ମିଳିବ। ଆସନ୍ତା ୨୮ ଓ ୨୯ ତାରିଖ ଦୁଇଦିନ ସମ୍ବିତଙ୍କୁ ହଟ୍‌ସିଟ୍‌ରେ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି। ସମ୍ବିତ ହେଉଛନ୍ତି ବଲାଙ୍ଗୀର ଚନ୍ଦନଭାଟି ନିବାସୀ ଯୋଗୀ ରଂଜନ ପାଣିଗ୍ରାହୀ ଓ ବିସ୍ମିତା ପାଣିଗ୍ରାହୀଙ୍କ ପୁଅ। ସେ ଏବେ ଦିଲ୍ଲୀର ଏକ ମଲ୍‌ଟିନ୍ୟାସନାଲ କମ୍ପାନିର ବିଜନେସ ଆଣ୍ଡ୍ ଅପରେସନରେ କାର୍ଯ୍ୟରତ।

ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ବିଏସ୍‌ସି ପାଠ ପରେ ସେ ଆଇଆଇଏଫ୍‌ଟିରେ ଏମ୍‌ବିଏ କରିଛନ୍ତି। ବାପା ଯୋଗୀ ରଂଜନ କଷ୍ଟମ ଆଣ୍ଡ ଜିଏସ୍‌ଟିର ପ୍ରିନସପାଲ କମିସନର ଭାବରେ ଦିଲ୍ଲୀରେ ଅବସ୍ଥାପିତ। ପରିବାର ସହ ସମ୍ବିତ ଦିଲ୍ଲୀରେ ରହୁଛନ୍ତି। କେବିସିରେ ଚନ୍ଦନଭାଟି ଗାଁ ସହ ଓଡ଼ିଶା ସଂପର୍କରେ ବି କିଛି ଆଲୋଚନା ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe