‘ସନାତନୀ’ ଚଳଚ୍ଚିତ୍ର ମାମଲା: ରିଲିଜ୍‌ ଉପରେ ଅଙ୍କୁଶ ପାଇଁ ମନାକଲେ ହାଇକୋର୍ଟ

Advertisment

ଓଡ଼ିଆ ଚଳଚ୍ଚିତ୍ର ‘ସନାତନୀ’ର ରିଲିଜ୍ ଉପରେ ଅଙ୍କୁଶ ଲଗାଇବାକୁ ହାଇକୋର୍ଟ ଆଜି ମନା କରିଛନ୍ତି। ଅନ୍ୟପକ୍ଷରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ଦ୍ବାରା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବା ଦର୍ଶାଇ ଦାୟର ଦୁଇ ମାମଲାର...

ଓଡ଼ିଆ ଚଳଚ୍ଚିତ୍ର ‘ସନାତନୀ’ର ରିଲିଜ୍ ଉପରେ ଅଙ୍କୁଶ ଲଗାଇବାକୁ ହାଇକୋର୍ଟ ଆଜି ମନା କରିଛନ୍ତି। ଅନ୍ୟପକ୍ଷରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ଦ୍ବାରା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବା ଦର୍ଶାଇ ଦାୟର ଦୁଇ ମାମଲାର...

gddgdr

କଟକ: ଓଡ଼ିଆ ଚଳଚ୍ଚିତ୍ର ‘ସନାତନୀ’ର ରିଲିଜ୍ ଉପରେ ଅଙ୍କୁଶ ଲଗାଇବାକୁ ହାଇକୋର୍ଟ ଆଜି ମନା କରିଛନ୍ତି। ଅନ୍ୟପକ୍ଷରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ଦ୍ବାରା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବା ଦର୍ଶାଇ ଦାୟର ଦୁଇ ମାମଲାର ହାଇକୋର୍ଟ ଶୁଣାଣି କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ଆଶଙ୍କା ପ୍ରସଂଗରେ କେନ୍ଦ୍ର ଓ ରାଜ୍ୟ ସରକାର ଅବଗତ ଅଛନ୍ତି ବୋଲି ହାଇକୋର୍ଟ କହିବା ସହିତ ଫେବ୍ରୁଆରି ୧୯କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ସେନ୍‌ସର ବୋର୍ଡ ଦ୍ବାରା ଚଳଚ୍ଚିତ୍ର ପ୍ରମାଣୀକରଣ ପ୍ରସଂଗର ପୁନର୍ବିଚାର କରାଯାଉ ବୋଲି ଜଣେ ଆବେଦନକାରୀ ଅମୋଧ କୁମାର ବର୍ଦ୍ଧନଙ୍କ ତରଫରୁ ଦର୍ଶାଯାଇଥିଲା।

ପୁନର୍ବିଚାର ପ୍ରସଂଗ ଉପରେ ପରବର୍ତ୍ତୀ ଶୁଣାଣି ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ଅବଗତ କରିବେ। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଅରିନ୍ଦମ ସିହ୍ନା ଓ ଜଷ୍ଟିସ୍‌ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଇଦ୍‌ମା କୁରାମି ଅନ୍ୟ ତିନି ଜଣ ଓ ଶ୍ରୀ ବର୍ଦ୍ଧନଙ୍କ ତରଫରୁ ଦାୟର ଦୁଇ ମାମଲାର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ‘ସନାତନୀ’ ଚଳଚ୍ଚିତ୍ରରେ ନିର୍ଦ୍ଦିଷ୍ଟ ସଂପ୍ରଦାୟକୁ ଯେଉଁଭଳି ଢଙ୍ଗରେ ପ୍ରଦର୍ଶନ କରାଯାଇଛି ତାହା ଆପତ୍ତିଜନକ ବୋଲି ଅଭିଯୋଗ ହୋଇଛି। ଏହି ଚଳଚ୍ଚିତ୍ରକୁ ସେନ୍‌ସର ବୋର୍ଡ ପ୍ରମାଣପତ୍ର ପ୍ରଦାନ କରିଛି। ଫେବ୍ରୁଆରି ୭ରେ ଚଳଚ୍ଚିତ୍ର ରିଲିଜ୍‌ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ର ପ୍ରଦର୍ଶନ ଦ୍ବାରା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆବେଦନକାରୀ ଦର୍ଶାଇଥିଲେ। ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାର, ସେନ୍‌ସର ବୋର୍ଡ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଶ୍ରୀ ବର୍ଦ୍ଧନଙ୍କ ତରଫରୁ ଆଇନଜୀବୀ ସୁଜାତା ଜେନା ମାମଲା ପରିଚାଳନା କରୁଛନ୍ତି। ସୂଚନାଯୋଗ୍ୟ, ଏହି ଚଳଚ୍ଚିତ୍ରରେ ଧର୍ମ ପରିବର୍ତ୍ତନ ଓ ଆଦିବାସୀଙ୍କ ଜମି କିଭଳି ହଡ଼ପ କରିନିଆଯାଉଛି ସେ ନେଇ ପ୍ରଦର୍ଶିତ କରାଯାଇଥିବା ଅଭିଯୋଗ ହୋଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe