୫୨ ଗାଁ ବାଦ୍‌ ପରେ ବି ବଢ଼ିଲା ଅଭୟାରଣ୍ୟ ସୀମା

Advertisment

ମହାକାଳପଡ଼ାକୁ ଲମ୍ବିଲା ଭିତରକନିକା, ଯୋଡ଼ି ହେଲା ୫୫.୪୫ ବର୍ଗ କିମି

ମହାକାଳପଡ଼ାକୁ ଲମ୍ବିଲା ଭିତରକନିକା, ଯୋଡ଼ି ହେଲା ୫୫.୪୫ ବର୍ଗ କିମି

୫୨ ଗାଁ ବାଦ୍‌ ପରେ ବି ବଢ଼ିଲା ଅଭୟାରଣ୍ୟ ସୀମା

Team-BHP

କେନ୍ଦ୍ରାପଡ଼ା/ରାଜନଗର :  ଭିତରକନିକା ଅଭୟାରଣ୍ୟର ସୀମା ପୁନଃନିର୍ଦ୍ଧାରଣ ପରେ ବି କମିଲାନି ପରିସୀମା ା ବରଂ ଗୋଟିଏ ‌କିଲୋମିଟର୍‌ ଅଧିକ ବଢ଼ିଯାଇଛି। ରାଜନଗର ତହସିଲ୍‌ରୁ ଯେତିକି ବର୍ଗ କିଲୋମିଟର୍‌ ବାଦ୍ ଦିଆଯାଇଛି, ମହାକାଳପଡ଼ାରେ ତାଠୁ ଅଧିକ ଅଂଚଳକୁ ଅଭୟାରଣ୍ୟ ଭିତରେ ସାମିଲ୍ କରାଯାଇଛି। ଅର୍ଥାତ୍‌ ଦୀର୍ଘ ସାଢ଼େ ଚାରି ଦଶନ୍ଧି ପରେ ହୋଇଥିବା ଏହି ସୀମା ନିର୍ଦ୍ଧାରଣ ପ୍ରକ୍ରିୟାରେ ନୂଆ କରି ମହାକାଳପଡ଼ା ଆଡ଼କୁ ଭିତରକନିକା ଅଭୟାରଣ୍ୟ ଲମ୍ବିବା ସହ କଳେବର ବଢ଼ିଛି।

publive-image Wisdom IAS - WordPress.com

ସରକାରୀ ତଥ୍ୟ ମୁତାବକ, ଭିତରକନିକା ଅଭୟାରଣ୍ୟର ପରିସୀମା ୬୭୨ ବର୍ଗ କିମି ଥିଲା। ଏହା କେବଳ ରାଜନଗର ଓ ରାଜକନିକା ତହସିଲ୍‌ ଅଧୀନରେ ସୀମିତ ଥିଲା ା ଏଥର କିନ୍ତୁ ହୋଇଥିବା ପୁନଃ ସୀମା ନିର୍ଦ୍ଧାରଣରେ ମହାକାଳପଡ଼ା ଆଡ଼କୁ ବଢ଼ିଛି ଭିତରକନିକାର ପରିସୀମା। ରାଜନଗର ତହସିଲର ଅନେକ ଅଂଚଳ ଅଭୟାରଣ୍ୟ ଆଇନରୁ ମୁକ୍ତ ହୋଇଛି। ରାଜନଗରର କୋଇଲିପୁର, ସାନବଡଗୋପାଳପୁର, ବନ୍ଧପଡା, ଓସ୍ତିଆ, ବାଲିସାହିପାଟଣା ପଂଚାୟତର ୫୨ଟି ଗାଁ ଅଭୟାରଣ୍ୟ ଅଂଚଳରୁ ବାଦ୍‌ ପଡ଼ିଥିବା ବେଳେ ମହାକାଳପଡ଼ାର ଶାସନପେଟା, ହେଟାମୁଣ୍ତିଆ, ସୁନିତି, କଂସାରଡିଆ, ଜମ୍ବୁ, ସାନଟୁବି, କଣ୍ତିରପାଟିଆ ଓ କଂଟିଲୋ ଅଂଚଳକୁ ଅଭୟାରଣ୍ୟ ଆଇନ ପରିସରଭୁକ୍ତ କରାଯାଇଛି। ରାଜନଗର ବ୍ଲକ୍‌ର ୫୪.୪୫ ବର୍ଗ କିଲୋମିଟର ଅଂଚଳ ବାଦ ପଡ଼ିଥିଲେ ବି ମହାକାଳପଡ଼ାର ୫୫.୪୫ ବର୍ଗ କିମି ଯୋଡ଼ି ହୋଇଥିବାରୁ ଭିତରକନିକା ପରିସୀମା ଗୋଟିଏ ବର୍ଗ କିଲୋମିଟର୍‌ ବଢ଼ି ୬୭୩ ବର୍ଗ କି.ମିରେ ପହଞ୍ଚିଛି। ମହାକାଳପଡ଼ାର ଯେଉଁ ୮ଟି ଅଂଚଳକୁ ଅଭୟାରଣ୍ୟ ଆଇନ ପରିସରଭୁକ୍ତ କରାଯାଇଛି, ସେଗୁଡ଼ିକ ପୂର୍ବରୁ ଜଂଗଲ ବା ମହାନଦୀ ଅବବାହିକାର ହେନ୍ତାଳ ବନ ମଧ୍ୟରେ ଥିଲା। ସେଥିରୁ କଂଟିଲୋ ରିଜର୍ଭ ଫରେଷ୍ଟ ମଧ୍ୟରେ ଥିବା ବେଳେ ଅନ୍ୟ ୭ଟି ଅଂଚଳ ପ୍ରପୋଜ ରିଜର୍ଭ ଫରେଷ୍ଟରେ ଅନ୍ତର୍ଭୁକ୍ତ ଥିଲା। ଏହାବାଦ ଆଇସିଜେଡ୍‌ଏମ୍‌ପି ଓ ବନ ବିଭାଗର ବିଭିନ୍ନ ଅର୍ଥରୁ ଏଠାରେ ଜଙ୍ଗଲ ସୃଷ୍ଟି କରାଯାଇଥିଲା। ଏବେ ସୀମା ପୁନଃନିର୍ଦ୍ଧାରଣ ପକ୍ରିୟାରେ ଏହି ଅଂଚଳକୁ ଭିତରକନିକା ଅଭୟାରଣ୍ୟ ଭିତରେ ସାମିଲ କରାଯାଇଛି।

ସ୍ମରଣଯୋଗ୍ୟ ଯେ, ୪୫ବର୍ଷ ପରେ ହୋଇଥିବା ଭିତରକନିକାର ଏହି ପୁନଃସୀମା ନିର୍ଦ୍ଧାରଣରେ ରାଜକନିକାର ଗୋଟିଏ ବି ଗାଁ ବାଦ୍ ପଡ଼ିନାହିଁ। ସବୁତକ ଗାଁ ରାଜନଗର ତହସିଲର ବାଦ୍‌ ପଡ଼ିଛି ା କିନ୍ତୁ କେଉଁ ନିୟମ ଆଧାରରେ ଗାଁଗୁଡ଼ିକ ବାଦ୍ ଦିଆଯାଇଛି, ‌ସେ ସଂପର୍କରେ ବନ ବିଭାଗ ସ୍ପଷ୍ଟ କରୁନଥିବାରୁ କେବଳ ରାଜକନିକା କାହିଁକି, ରାଜନଗରରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପରିଲକ୍ଷିତ ହୋଇଛି ା ପୁନଃସୀମା ନିର୍ଦ୍ଧ‌ାରଣ ଦାବିରେ ରାଜକନିକାରେ ଅତୀତରେ ଏକାଧିକ ଆନ୍ଦୋଳନ ହେବା ସତ୍ତ୍ବେ ଗୋଟିଏ ହେଲେ ଗାଁ ବାଦ୍‌ ଦିଆଯାଇନଥିବାରୁ ଅଭୟାରଣ୍ୟ ଆଇନ ପରିସରଭୁକ୍ତ ଥିବା ୯୦ଟି ଗାଁ ମଧ୍ୟରୁ ଅନେକ ଅଂଚଳରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ା ଆଗକୁ ଏହାକୁ ନେଇ ଲୋକେ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଥିବା ସୂଚନା ମିଳିଛି ା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe