ଟ୍ରମ୍ପଙ୍କୁ ସ୍ୱାଗତ କରିବାକୁ ଓଡ଼ିଆ ବାଲୁକା ଶିଳ୍ପୀଙ୍କ ନିଆରା କୃତି

Advertisment
ଟ୍ରମ୍ପଙ୍କୁ ସ୍ୱାଗତ କରିବାକୁ ଓଡ଼ିଆ ବାଲୁକା ଶିଳ୍ପୀଙ୍କ ନିଆରା କୃତି

ପୁରୀ: ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ସାରା ଦେଶ ସ୍ୱାଗତ କରିଥିବାବେଳେ ଓଡ଼ିଆ ପୁଅ ତଥା ବାଲୁକା ଶିଳ୍ପୀ ମାନସ ସାହୁ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ସ୍ୱାଗତ ଜଣାଇଛନ୍ତି | ଏହି ସ୍ୟାଣ୍ଡ ଆନିମେସନରେ ଟ୍ରମ୍ପ-ମେଲାନିଆଙ୍କ ସହ ତାଜମହଲ ଦେଖିବାକୁ ମିଳିଛି | ଏହା ପୂର୍ବରୁ ମାନସ ପୁରୀ ବେଳାଭୁମିଆରେ ମଧ୍ୟ ସୁଦୃଶ୍ୟ ବାଲୁକା କଳାକୃତି ନିର୍ମାଣ କରିଥିଲେ | ସେହିପରି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ବାଲୁକା କଳା ମାଧ୍ୟମରେ ସ୍ୱାଗତ କରିଥିଲେ | ଏଥିରେ ମଧ୍ୟ ସୁଦର୍ଶନ ତାଜମହଲ ସହ ଉଭୟ ଟ୍ରମ୍ପ ଦମ୍ପତ୍ତିକୁ ଦେଖାଇଥିଲେ |


ଏଠାରେ ସୂଚନା ଥାଉ କି ସୋମବାର ଅହମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସକାଳ ପ୍ରାୟ ୧୧ଟା ୪୦ରେ ଟ୍ରମ୍ପ ପହଞ୍ଚିଥିଲେ। ସେ ବିମାନରୁ ଅବତରଣ କରିବା ପରେ ସେଠାରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଗତ କରିଥିଲେ। ବିମାନରୁ ଓହ୍ଲାଇବା ପରେ ଟ୍ରମ୍ପ ତାଙ୍କ ବିଷ୍ଟ ଗାଡ଼ିରେ ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମ ଅଭି‌ମୁଖେ ଯାଇଥିଲେ।

publive-image

ଏହାପରେ ଗାନ୍ଧୀ ଆଶ୍ରମରୁ ସେ ମୋଟେରା ଷ୍ଟାଡ଼ିୟମକୁ ୨୨ କିମି ‌ରୋଡ୍‌ ସୋ’ରେ ଯାଇଥିଲେ। ସେଠାରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଠାରେ ଉଭୟ ଟ୍ରମ୍ପ ଏବଂ ମୋଦୀ ଉଦବୋଧନ ଦେଇଥିଲେ। ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ପରେ ଟ୍ରମ୍ପ ଆଗ୍ରା ଅଭିମୁଖେ ଯାଇ ତାଜମହଲ ଦେଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe