ପୁରୀ : ପବିତ୍ର ଦୀପାବଳିର ୨ହଜାରରୁ ଅଧିକ ଦୀପ ବ୍ୟବହାର କରି ମା’ କାଳୀଙ୍କ ବାଲୁକାକଳା ପ୍ରସ୍ତୁତ କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ ଏହାକୁ ନିଜର ପ୍ରଥମ ପ୍ରୟାସ ବୋଲି କହିବା ସହ ଏହି ବାଲୁକା କଳା ଜରିଆରେ ସୁରକ୍ଷିତ ଓ ସବୁଜ ଦୀପାବଳି ପାଳନର ବାର୍ତ୍ତା ଦେଇଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବାଲୁକା କଳା ପାଇଁ ୪ରୁ ୫ ଟନ୍ ବାଲି ସହ ସେ ପ୍ରଥମ ଥର ପାଇଁ ୨ହଜାର ୨୫୬ଟି ଦୀପ ବ୍ୟବହାର କରିଛନ୍ତି। ଏହି ବାଲୁକାକଳା ପରବେଶ ସୁରକ୍ଷାର ବାର୍ତ୍ତା ଦେବ ବୋଲି ସେ କହିଛନ୍ତି। ଏହି ଅବସରରେ ସେ କୋଭିଡ୍ ନିୟମ ଅନୁପାଳନ ପୂର୍ବକ ଦୀପାବଳି ପାଳନ କରବାକୁ ପରାମର୍ଶ ଦେଇଛନ୍ତି।
୨୨୫୬ ଦୀପରେ ବାଲୁକାକଳା
Advertisment
Follow Us