ପୁରୀ : ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଭିନ୍ନ ଭିନ୍ନ ଭାବେ ଦୁଇଟି ବାଲୁକା କଳା କରିଛନ୍ତି। ନେତାଜୀଙ୍କ ବାଲୁକା କଳାକୁ ସୁନ୍ଦର ଓ ପୂର୍ଣ୍ଣରୂପ ଦେବା ପାଇଁ ଶ୍ରୀ ପଟ୍ଟନାୟକ ୪୫୦ଟି ଷ୍ଟିଲ୍ ପାତ୍ର ବ୍ୟବହାର କରିଛନ୍ତି। ଏହି ବାଲୁକା କଳାର ଉଚ୍ଚତା ୭ ଫୁଟ ଓ ଏଥିରେ ୬ ଟନ୍ ବାଲି ବ୍ୟବହାର କରାଯାଇଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି। ସେହିଭଳି ଶ୍ରୀ ପଟ୍ଟନାୟକ ପୁରୀ ବେଳାଭୂମିରେ ବୀର ସୁରେନ୍ଦ୍ର ସାଏଙ୍କ ବାଲୁକା କଳା କରି ଜୟନ୍ତୀ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us