କୋଣାର୍କ : ବାଲୁକା କଳାରେ ଐତିହ୍ୟ କୀର୍ତିରାଜି

Advertisment
କୋଣାର୍କ : ବାଲୁକା କଳାରେ ଐତିହ୍ୟ କୀର୍ତିରାଜି

କୋଣାର୍କ : କୋଣାର୍କ ମହୋତ୍ସବ ଅବସରରେ ଚନ୍ଦ୍ରଭାଗାର ସ୍ବର୍ଣ୍ଣାଭ ବେଳାଭୂମିରେ ଆରମ୍ଭ ହୋଇଛି ୫ଦିନିଆ ଅର୍ନ୍ତଜାତୀୟ ବାଲୁକାକଳା ପ୍ରଦର୍ଶନୀ। ଭାରତ ସମେତ ୭ଟି ଦେଶର ୧୨୩ ବାଲୁକା ଶିଳ୍ପୀ ୪୪ ଟି ଷ୍ଟଲରେ ସେମାନଙ୍କ କଳାନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି। ଓଡ଼ିଶା ପର୍ଯ୍ୟଟନର ବ୍ରାଣ୍ଡ୍‌ ଆମ୍ବାସଡର ତଥା ଖ୍ୟାତି ସମ୍ପନ୍ନ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଆୟୋଜିତ ବାଲୁକାକଳା ପ୍ରଦର୍ଶନୀରେ ଆଜି ଐତିହ୍ୟର ଅବତାରଣା କରାଯାଇଥିଲା। ପ୍ରତ୍ୟେକ ଷ୍ଟଲ୍‌ରେ ଭାରତର ଗରିମାମୟ ଐତିହ୍ୟ ଭେଟିଦେଇଥିଲେ ବାଲୁକା ଶିଳ୍ପୀବୃନ୍ଦ। କେହିକେହି କୋଣାର୍କ ସୂର୍ଯମନ୍ଦିର ଇତିହାସକୁ କଳା ଚାତୁର୍ଯ୍ୟରେ ବ୍ୟକ୍ତ କରୁଥିଲେ ତ ଆଉ କେହି ଭାରତର ଅନ୍ୟ କୀର୍ତିରାଜିକୁ ବାଲୁକା କଳାରେ ଭେଟି ଦେଇଥିଲେ। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଅନ୍ୟ ଅତିଥିବୃନ୍ଦ ଯୋଗଦେଇ ବାଲୁକାକଳା ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଏହାକୁ ପରିଚାଳନା କରିଥିଲେ। ୫ଦିନରେ ୫ଟି ବିଷୟବସ୍ତୁ ଉପରେ ବାଲୁକାକଳା ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe